VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ର ହେଉ ବା ପୁରାଣ ପୋଥି ହେଇ ଏହି କଥାକୁ ସବୁଠି ବାରଣ କରାଯାଇଛି । ଘରୁ ବାହାରିବା ସମୟରେ ଯଦି ଆମେ ଏହି ସବୁ ଭୁଲ କରୁ ତେବେ ଆମର କାମ ବିଫଳ ହୁଏ । ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ କେବେ ନିଜ ପତ୍ନୀଙ୍କ ସାଥିରେ ଝଗଡା କରନ୍ତୁ ନାହିଁ କାରଣ ପୁରା ଦିନ କାମରେ ମନ ଲାଗିବ ନାହିଁ । ସବୁ କାମ ବିଫଳ ହେବ ।

ଘରୁ ବାହାରିବା ସମୟରେ ବାହାରେ ଝାଡୁ କରୁଥିବା ଲୋକଙ୍କୁ ଗାଳି କରନ୍ତୁ ନାହିଁ । ବୟସ୍କ ଲୋକଙ୍କୁ ଅସମ୍ମାନ କରନ୍ତୁ ନାହିଁ । ବାହାରିବା ସମୟରେ ଝାଡୁକୁ ଗୋଇଠା ମାରନ୍ତୁ ନାହିଁ । ଘରର ଚାକରକୁ ଗାଳି ଦିଅନ୍ତୁ ନାହିଁ। ଏହା କଲେ ମା ଲକ୍ଷ୍ମୀ ରାଗିଥାନ୍ତି ।

ଏହାର ସମାଧାନ :-

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରୁ ବାହାରିବା ସମୟରେ ପତ୍ନୀ ଆପଣଙ୍କୁ କିଛି ଟଙ୍କା ଦେଉଛନ୍ତି ଓ ଚାକର ସାଥିରେ ଟିକେ ହସି କଥା ହେଇ ବାହାରୁଛନ୍ତି ତେବେ ଦରିଦ୍ରତା ଆପଣଙ୍କୁ ଛୁଇଁ ପାରିବ ନାହିଁ।ବାହାରିବା ସମୟରେ ବୟସ୍କ ଲୋକଙ୍କୁ ସମ୍ମାନ କରନ୍ତୁ ଓ ଦୁଃଖୀ ଭିକାରିକୁ ଟିକେ ଖାଇବାକୁ ଦିଅନ୍ତୁ । ଆସୁଥିବା ସଫଳତାକୁ କେହି ଅଟକାଇ ପାରିବେ ନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରୁ ବାହାରିବା ସମୟରେ ଝାଡୁକୁ ମୁଣ୍ଡିଆ ମାରି ବାହାରନ୍ତୁ ଓ ନାକରେ ଯେଉଁ ପଟରେ ନିଶ୍ୱାସ ଆସୁଥିବ ସେଇ ପଟ ପାଦ ପକେଇ ଘରୁ ବାହାରନ୍ତୁ ଶୁଭଫଳ ପ୍ରାପ୍ତି ହେବ । ଘରକୁ ଫେରିଲା ବେଳକୁ କେବେ ଖାଲି ହାତରେ ଫେରନ୍ତୁ ନାହିଁ । କିଛି ଛୋଟ ଜିନିଷଟିଏ ବି ନେଇ ଆସନ୍ତୁ । ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ଖୁଶି ରୁହନ୍ତି ।

ପଢନ୍ତୁ ;

ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନୂଆ ରେକର୍ଡ

 

Related posts

ବାସ୍ତଶାସ୍ତ୍ର ଅନୁସାରେ ଗାଈଙ୍କୁ ଖାଇବାକୁ ଦେଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ENO Beuro

କେଉଁ ସମୟରେ ତୁଲସୀ ଗଛରୁ ପତ୍ର ଆଣିଲେ କ’ଣ ହୁଏ ଜାଣନ୍ତୁ ?

ENO Beuro

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦ୍ଵାରା ପାଖରେ ଏହି ୫ଟି ଜିନିଷ ରଖନ୍ତୁ ନାହିଁ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More