ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

ପ୍ରାୟତଃ ନିତିଦିନିଆ ଜୀବନରେ ଆମ ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କଠାରୁ ବେଳେବେଳେ କିଛି ନା କିଛି ଉଧାର ନେଇଥାଉ । ତେବେ ଆପଣ ଜାଣିଛନ୍ତି କି ଏମିତି କିଛି ଜିନିଷ ଅଛି ଯାହା  ଉଧାର ଆଣିବା ଦ୍ଵାରା ଅଶୁଭ ମାନାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଉଧାର ଆଣିବା ଦ୍ଵାରା କ’ଣ ହୋଇଥାଏ ?

କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମନାଯାଏ ଜାଣନ୍ତୁ

ଫୁଲ ଓ ରୁମାଲ୍‌ :- ଶୁକ୍ରବାର ଦିନ କାହାଦ୍ୱାରା ଦିଆଯାଇଥିବା ଫୁଲ ଓ ରୁମାଲ୍‌ ବ୍ୟବହାର ମଧ୍ୟ  କରନ୍ତୁ ନାହିଁ । ଏହା ଅଶୁଭ ପ୍ରଭାବ ପକାଇଥାଏ ।

କ୍ଷୀର :-  ସୋମବାର ଦିନ ଆପଣ କେବେ ବି  କାହାରି ଠାରୁ କ୍ଷୀର ମାଗିକରି ଆଣନ୍ତୁ ନାହିଁ । ଏପରି କଲେ ଆପଣଙ୍କର ଭଲ ଭାଗ୍ୟ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ସବୁଜ ପନିପରିବା ଓ ଅଣ୍ଡା :- ଅନ୍ୟ ଦ୍ୱାରା ଦିଆଯାଇଥିବା ସବୁଜପନିପରିବା ଏବଂ ଅଣ୍ଡା ଖାଆନ୍ତୁ ନାହିଁ । ଏହା ବି ଆପଣଙ୍କ ଦୁର୍ଭାଗ୍ୟକୁ ଡ଼ାକି ଆଣିଥାଏ ବୋଲି ବିଶ୍ୱାସ ରହିଛି ।

ଲେମ୍ବୁ :- ଆପଣ କେବେ ବି କାହାରି ଠାରୁ ଲେମ୍ବୁ ଉଦ୍ଧାରରେ ଆଣି ତାହାର ଉପଯୋଗ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ସଂପର୍କ ଉପରେ ତାହାର ଖରାପ ପ୍ରଭାବ ପଡ଼ିଥାଏ ବୋଲି ମାନଯାଏ ।

ଲୁଣ :- କେବେ ବି କାହାଠୁ ଲୁଣ ଧାରା କରନ୍ତୁ ନାହିଁ । କାରଣ ଏହା ଦ୍ଵାରା ଆପଣ ଋଣି ହୋଇଯିବେ।

ଲୁହା ଜିନିଷ କିମ୍ବା କଳା ରଙ୍ଗର କପଡ଼ା :- ଶନିବାର ଦିନ ଆପଣ ଲୁହାରେ ପ୍ରସ୍ତୁତ କୌଣସି ବସ୍ତୁ କିମ୍ବା କଳା ରଂଙ୍ଗର କପଡ଼ା କାହାରି ଠାରୁ ଉପହାର ରୂପରେ ଗ୍ରହଣ କରନ୍ତୁ ନାହିଁ । କାରଣ ଏପରି କରିବା ବ୍ୟକ୍ତି  ଲାଗି ଖୁବ୍‌ ଅଶୁଭ ହୋଇଥାଏ ବୋଲି  ବିଚାର କରାଯାଏ ।

ପଢନ୍ତୁ ;

ହିନ୍ଦୁଧର୍ମରେ ଭଗବାନଙ୍କୁ କେଉଁ ଫୁଲ ଅର୍ପଣ କରିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ଶୁକ୍ରବାର ଦିନ କାହାଦ୍ୱାରା ଦିଆଯାଇଥିବା ଫୁଲ ଓ ରୁମାଲ୍‌ ବ୍ୟବହାର ମଧ୍ୟ  କରନ୍ତୁ ନାହିଁ - 93%

93%

ଅନ୍ୟ ଦ୍ୱାରା ଦିଆଯାଇଥିବା ସବୁଜପନିପରିବା ଏବଂ ଅଣ୍ଡା ଖାଆନ୍ତୁ ନାହିଁ - 88%

88%
90.5%

Excellent!

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

ପ୍ରାୟତଃ ନିତିଦିନିଆ ଜୀବନରେ ଆମ ବନ୍ଧୁବାନ୍ଧବ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କଠାରୁ ବେଳେବେଳେ କିଛି ନା କିଛି ଉଧାର ନେଇଥାଉ । ତେବେ ଆପଣ ଜାଣିଛନ୍ତି କି ଏମିତି କିଛି ଜିନିଷ ଅଛି ଯାହା  ଉଧାର ଆଣିବା ଦ୍ଵାରା ଅଶୁଭ ମାନାଯାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଜିନିଷ ଉଧାର ଆଣିବା ଦ୍ଵାରା କ'ଣ ହୋଇଥାଏ ?

No Votes Yet

You're not rated yet