VASTU

ବାସ୍ତୁଶାସ୍ତ୍ର ଅନୁସାରେ ଏହି ୩ଟି କାମରେ ଲାଜ କରନ୍ତୁ ନାହିଁ

By Krishna Kumar Manoj

January 29, 2018

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ବ୍ୟକ୍ତି ତାହାର ଜୀବନଶୈଳୀରେ ଏହି ୩ଟି ଜିନିଷରେ ଲଜ୍ଜା କରିଥାନ୍ତି, ତେବେ ତାହାକୁ ପସ୍ତେଇବାକୁ ପଡ଼ିଥାଏ।ହେଲେ ଯଦି ଆମେ ଏହି ସବୁ କାର୍ଯ୍ୟରେ ଲଜ୍ଜା ଅନୁଭବ ନ କରୁ ,ତେବେ ଆମ ଜୀବନ ସୁଖମୟ ହୋଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଧନପ୍ରାପ୍ତିରେ ଲାଜ କରନ୍ତୁ ନାହିଁ । ଟଙ୍କା ନେଣଦେଣ କାର୍ଯ୍ୟରେ ଲାଜ କରନ୍ତୁ ନାହିଁ। ଆପଣ ଯଦି କାହାକୁ ଉଧାର ଦେଇଛନ୍ତି,ହେଲେ ତାଙ୍କଠାରୁ ଟଙ୍କା ମାଗିବାକୁ ଲଜ୍ଜା ଅନୁଭବ କରୁଛନ୍ତି ତ ଏପରି କରିବାଟା ଆପଣଙ୍କ ଲାଗି ଆଦୌ ଠିକ୍‌ ହୋଇନଥାଏ,କାହିଁକିନା ଏହାଦ୍ୱାରା ଆପଣଙ୍କର ଧନହାନି ହୋଇଥାଏ।

ଗୁରୁଙ୍କ ପାଖରୁ ଜ୍ଞାନ ଆହରଣ ସମୟରେ ମଧ୍ୟ ଆପଣ ଲଜ୍ଜା କରନ୍ତୁ ନାହିଁ ।ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆମେ ଗୁରୁଙ୍କଠାରୁ ଜ୍ଞାନ ଆହରଣ କରିବାରେ ସଂକୋଚ ବା ଲଜ୍ଜା ଅନୁଭବ କରୁଛନ୍ତି ତେବେ ଆମେ ଅଜ୍ଞାନ ବା ମୁର୍ଖ ହୋଇଥାଉ।

ଭୋଜନ ସମୟରେ ଆଦୌ ଲଜ୍ଜା କରନ୍ତୁ ନାହିଁ କାରଣ ଭୋଜନ ସମୟରେ ଲଜ୍ଜା କରିବା ଦ୍ୱାରା ଆମେ ଆମ ପେଟକୁ ଭୋକିଲା ରଖିଥାଉ। ଉଦାହାରଣସ୍ୱରୂପ ଆମେ ଯଦି କୌଣସି ବନ୍ଧୁ କି ସଂପର୍କୀୟଙ୍କ ଘରକୁ ଯାଇଥାଉ ତ ଲଜ୍ଜା କାରଣକୁ ତାଙ୍କ ଘରେ ଖାଇ ନଥାଉ, ଯାହାଦ୍ୱାରା କି ଆମେ ଭୋକିଲା ରହିଯାଉ ଓ ଖାଲିପେଟରେ ଘରକୁ ଫେରୁ।

ପଢନ୍ତୁ ;

ଦକ୍ଷିଣ ଆଫ୍ରିକା ବିପକ୍ଷ ଟ୍ୱେଣ୍ଟି-୨୦ ସିରିଜ୍‌ରେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ