• Home
  • ASTRO
  • VASTU
  • ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?
VASTU

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ?

ଆଜିର ଦୁନିଆରେ ସମସ୍ତେ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି। ସମସ୍ତେ କିଛି ନା କିଛି ଅସୁବିଧାରେ ସମୁଖୀନ ହୋଇଥାଆନ୍ତି। ଯେତେ ପରିଶ୍ରମ କଲେ ବି ଆର୍ଥିକ ଅବସ୍ଥାରେ ସୁଧାର ଆସୁନାହିଁ । ଅଭାବ ଅସୁବିଧା ସବୁବେଳେ ଲାଗି ରହୁଛି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପରିଶ୍ରମ ସତ୍ତ୍ୱେ ଧନର ଅଭାବ ଦେଖାଯାଉଥିଲେ, ଜନ୍ମ କୁଣ୍ଡଳୀରେ ଗ୍ରହର ସ୍ଥିତି ଖରାପରେ ଥିଲେ, ମାନସିକ ଅଶାନ୍ତି ଲାଗି ରହୁଥିଲେ ଏହାର ନିବାରଣ ଲାଗି ପଶୁପକ୍ଷୀଙ୍କୁ ଖାଦ୍ୟ ଖୁଆଇବା ଦ୍ୱାରା ସମସ୍ୟାରୁ ମୁକ୍ତି ମିଳିଥାଏ।

ତେବେ ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟାର ସମାଧାନ ହୋଇଥାଏ?

  • ଅର୍ଥଅଭାବ ଦୂର କରିବା ଲାଗି ପକ୍ଷୀକୁ ନିୟମିତ ଭାବେ ଦାନା ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା ବ୍ୟବସାୟରେ ଅଧିକ ଲାଭ ମିଳିଥାଏ। ବ୍ୟବସାୟରେ ଉନ୍ନତି ଚାହୁଁଥିଲେ ପକ୍ଷୀକୁ ଚାଉଳ, ଗହମ ଓ ଦାନା ଖାଇବାକୁ ଦିଅନ୍ତୁ।
  • ପୈତୃକ ସମ୍ପତ୍ତି ହାତଛଡା ହୋଇଯାଇଥିଲେ, କୌଣସି ମୂଲ୍ୟବାନ ଜିନିଷ ହଜି ଯାଇଥିଲେ , ପ୍ରତିଦିନ ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା କୁଣ୍ଡଳୀରେ ଥିବା ସମସ୍ତ ଗ୍ରହଦୋଷ ଦୂର ହୋଇଯାଇଥାଏ ବୋଲି ଜ୍ୟତିଷ ଶାସ୍ତ୍ରରେ କୁହାଯାଇଛି।
  • ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ଦେବୀ ଓ ମାଆର ଆଖ୍ୟା ଦିଆଯାଇଛି। ଗୋମାତାକୁ ଆମେ ପୂଜା କରିଥାଉ। ନିୟମିତ ଗାଈକୁ ରୁଟି ଖୁଆଇବା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଗ୍ରହଦୋଷ ଦୂର ହୋଇଯାଏ। ନିୟମିତ ଭାବେ ଗାଈର ସେବା କଲେ ଜୀବନରେ ସୁଖ ଶାନ୍ତି ବଢିଥାଏ।
  • ଶତ୍ରୁ ପିଛା ଛାଡୁ ନଥିଲେ, ସମ୍ପତ୍ତିକୁ ନେଇ ବାଦ-ବିବାଦ ଲାଗି ରହୁଥିଲେ, ପ୍ରତିଦିନ କୁକୁରକୁ ରୁଟି ଖାଇବାକୁ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛିଦିନ ଭିତରେ ଶତ୍ରୁ ଭୟ ଦୂର ହୋଇଯିବ। ସମ୍ପତ୍ତିକୁ ନେଇ ଲାଗି ରହିଥିବା ବାଦ-ବିବାଦ ମଧ୍ୟ ଦୂର ହୋଇଯିବ।

ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ? ଆସନ୍ତୁ ଜାଣିବା କେଉଁ ପଶୁପକ୍ଷୀଙ୍କୁ କ’ଣ ଖାଇବାକୁ ଦେଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ? cow

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

Related posts

ଆପଣଙ୍କ ଲଭ୍ ଲାଇଫ୍ ଉପରେ କଣ କହୁଛି ଆପଣଙ୍କ ରାଶି, ଆସନ୍ତୁ ଜାଣିବା

Krishna Kumar Manoj

ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

Krishna Kumar Manoj

ଗୃହରେ ବାରମ୍ବାର ଏସବୁ ଅଘଟଣ ଘଟୁଛି କି ? କୌଣସି ବଡ ଦୁର୍ଘଟଣା ପ୍ରତି ସାବଧାନ ରୁହନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More