Loading...

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁ ଅନୁସାରେ ନିଜ ପ୍ରେମିକ ବା ପ୍ରେମିକାକୁ ଦିଅନ୍ତୁ ଏହିସବୁ ଗିଫ୍ଟ ଯାହା ଆପଣଙ୍କ ଜୀବନକୁ ସୁଖମୟ କରିଦେବ

ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ ।

ପ୍ରାୟ ସମସ୍ତ ବ୍ୟକ୍ତି ପ୍ରେମର ସ୍ୱାଦ ଚାଖିଥାନ୍ତି କେତେବେଳେ ତାହା ସଫଳ ହୋଇଥାଏ ପୁଣି କେତେବେଳେ ଅସଫଳ । ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ  କେତେଗୁଡିଏ କଥା ରହିଛି ଯାହା ଆମ ପ୍ରେମମୟ ଜୀବନରେ ବହୁତ ଦରକାରି ଅଟେ । ଆଜିର ବାସ୍ତୁ ଟିପସରେ ଜାଣିବା ଆପଣ ନିଜ ଲଭ ଲାଇଫରୁ କିପରି ଚିନ୍ତା ଶୂନ୍ୟ ହୋଇପାରିବେ । 

  • ବାସ୍ତୁଶାସ୍ତ୍ରରେ ପ୍ରେମକୁ ନେଇ ଗୋଟିଏ ପ୍ରାଣୀକୁ ଅତ୍ୟନ୍ତ ଶୁଭ ବୋଲି ଗଣନା କରାଯାଏ । ଏହି ଜୀବଟିର ନାମ ହେଉଛି “ଓଟ “ । ବାସ୍ତୁ ଅନୁସାରେ ଯଦି ଆପଣ ଓଟର କୌଣସି ମୂର୍ତି କିମ୍ବା ଫୋଟ ନିଜ ଶୋଇବା ଘରେ ଲଗାଇବେ ତେବେ ଆପଣଙ୍କ ମନକୁ ଏହା ସଜାଗ ରଖିବା ସହିତ ଆପଣଙ୍କୁ ଅନେକଗୁଡ଼ିଏ କାମ ପାଇଁ ମଧ୍ୟ ସକାରତ୍ମକ ଉର୍ଜା ଯୋଗାଇବ । କାରଣ ଓଟ ଏହି ଭଳି ଏକ ପ୍ରାଣୀ, ଯିଏ କି ଜୀବନରେ ଅନେକ ପ୍ରକାରର କଠିନ କାମକୁ କରିଥାଏ ।
PAIR OF CAMEL
  • ବାସ୍ତୁ ଅନୁଯାୟୀ ଆପଣଙ୍କ ପ୍ରେମ ଜୀବନରେ ଯଦି ବି କିଛି ଅସୁବିଧା ଦେଖାଦେଉଛି ତେବେ ନିଜ ପ୍ରିୟତମ କିମ୍ବା ପ୍ରିୟତମାଙ୍କୁ ଓଟର ଫଟୋ କିମ୍ବା ମୂର୍ତ୍ତି ଉପହାର ଦେଇପାରିବେ । ତେବେ ଧ୍ୟାନ ରଖିବା ଆବଶ୍ୟକ ଯେ ଯେତେବେଳେ ମଧ୍ୟ ଉପହାର ଦେବେ ତାହା କୌଣସି କାଗଜରେ ଦେବେ ଓ ତାହା ଗୋଟିଏ ଯୋଡି ହୋଇଥିବା ଆବଶ୍ୟକ ।
  • ବାସ୍ତୁ ଶାସ୍ତ୍ର ପ୍ରେମ କରୁଥିବା ବ୍ୟକ୍ତି କଦାପି ନିଜ ପାର୍ଟନରଙ୍କୁ ଗୋଟିକିଆ ଜିନିଷ ଉପହାର ଦେବା ଉଚିତ ନୁହେଁ କିମ୍ବା ନିଜେ ମଧ୍ୟ ରଖିବା ଉଚିତ ନୁହେଁ । ଏହା ଆପଣଙ୍କୁ ବିଭିନ୍ନ ପ୍ରକାରର ନକାରାତ୍ମକ ଉର୍ଜାରେ ଭରିଦେବ ।
  • ବାସ୍ତୁ ଅନୁଯାୟୀ କେବେବି ନିଜ ବେଡ଼ ସାମ୍ନାରେ ଦର୍ପଣ ରଖନ୍ତୁ ନାହିଁ କାରଣ ଏହା ଆପଣଙ୍କ ଜୀବନରେ ଓ ସମ୍ପର୍କରେ ଫାଟ ସୃଷ୍ଟି କରିଦେବ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ପ୍ରେମକୁ ନେଇ ନିଜ ପାର୍ଟନରଙ୍କ ସହିତ ସର୍ବଦା କଳହ ଉପୁଜୁଛି ତେବେ ଗୋଟିଏ ହଂସ ଯୋଡି ଉପହାର ଦିଅନ୍ତୁ ଓ ନିଜେ ମଧ୍ୟ ରଖନ୍ତୁ । କାରଣ ଏହା ଉଭୟଙ୍କ ମଧ୍ୟରେ ନିବିଡ଼ତା ଭରିବା ସହିତ କଳହ ମଧ୍ୟ ଦୂର କରିବ । କାରଣ ବାସ୍ତୁ ଅନୁଯାୟୀ ହଂସ ହେଉଛି ଶାନ୍ତିର ପ୍ରତୀକ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.