• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ
VASTU

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ

ଜୀବନରେ ସୁଖ ପାଇଁ ସମସ୍ତେ ବହୁତ ଚେଷ୍ଟା କରନ୍ତି । ସୁଖ ପାଇଁ, ଜୀବନକୁ ଶାନ୍ତିରେ ରଖିବା ପାଇଁ, ନିଜର ପ୍ରଗତି ପାଇଁ ଲୋକମାନେ ବହୁ ପ୍ରକାର ଚେଷ୍ଟା କରିଥାନ୍ତି । ତା ପରେ ମଧ୍ୟ ମନରେ ରହିଯାଏ ଅସୁମାରି ଆଶା ଏବଂ ସ୍ଵପ୍ନ ରହିଯାଏ ଅଧୁରା । ହେଲେ ଆପଣଙ୍କୁ କିଛି ଏମିତି ଉପାୟ ଜଣାଇବୁ ଯାହା ସୁଖମୟ ଜୀବନ ପ୍ରାପ୍ତି ହେବ ଏବଂ ନିଜର ପ୍ରଗତି ହେବ ।

ନିଜର ପ୍ରଗତି ପାଇଁ କିଛି ଟିପ୍ସ :-

  • ସକାଳ ୬ଟାରୁ ୮ଟା ମଧ୍ୟରେ ଭୂମି ଉପରେ ଉଚ୍ଚ ଆସନ ବିଛାଇ ପୂର୍ବ କିମ୍ବା ଉତ୍ତର ଦିଗକୁ ରଖି ଠାକୁର ପୂଜା କରିବା ଉଚିତ୍ । ଏହା ଦ୍ଵାରା ଆପଣଙ୍କ ପ୍ରଗତି ହେବ ।
  • ଘରେ ସମ୍ପନ୍ନତା ଆଣିବାକୁ ହେଲେ ଠାକୁର ଘରର ଐଶାନ୍ୟ କୋଣରେ ଏକ କଳସରେ ଜଳ ଭରି ସର୍ବଦା ରଖନ୍ତୁ ।
  • ସନ୍ଧ୍ୟାରେ ଶୁଅନ୍ତୁ ନାହିଁ, ଶୋଇବା ପୁର୍ବରୁ ଇଷ୍ଟଦେବତାଙ୍କୁ ସ୍ମରଣ କରି ଶୋଇବା ଉଚିତ ।
  • ଘରର ମଧ୍ୟ ଭାଗରେ ଅଇଁଠା ବାସନ ସଫା କରିବା ସ୍ଥାନ ନିର୍ମାଣ କରିବା ଉଚିତ ।
  • ଧୂପ, ଆଳତୀ , ଦୀପ, ପୂଜା ସାମଗ୍ରୀ ଆଦି ପବିତ୍ର ପ୍ରତୀକକୁ କେବେ ହେଲେ ଫୁଙ୍କି ଲିଭାନ୍ତୁ ନାହିଁ ।
  • ମନ୍ଦିର କିମ୍ବା ଘରର ଦକ୍ଷିଣ ପୂର୍ବ ଦିଗରେ ଧୂପ , ଦୀପ ଓ ହୋମ ସାମଗ୍ରୀ ରଖନ୍ତୁ ।
  • ଏଣେତେଣେ ବିଛିନ୍ନ ଭାବେ କିମ୍ବା ଓଲଟାଇ ଚପଲ ଓ ଜୋତା ରଖନ୍ତୁ ନାହିଁ । ଏହା ଦ୍ୱାରା ଅଶାନ୍ତି ସୃଷ୍ଟି ହୋଇଥାଏ ।
  • ଘରର ମୁଖ୍ୟ ଦ୍ୱାରରେ ମୁଖ୍ୟ ପାଶ୍ୱର୍ରେ ଗଣେଷ ମୁର୍ତ୍ତିରେ ଲାଗି ହୋଇଥିବା ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ ଆଙ୍କନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ ନିଜର ପ୍ରଗତି ପାଇଁ ଆପଣାନ୍ତୁ ଏହି ଉପାୟ diya

ପଢନ୍ତୁ ;

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

Related posts

କରନ୍ତୁ ଏହି ଏକାଦଶୀ ବ୍ରତ ,ମିଳିବ ଅନେକପ୍ରକାର ସୁଫଳ

Krishna Kumar Manoj

ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

Krishna Kumar Manoj

ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଘରେ ବାସ୍ତୁଦୋଷ ଅଛି 

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More