February 16, 2019

ବାସ୍ତୁଶାସ୍ତ୍ର ଅନୁସାରେ ବୁଦ୍ଧପୂର୍ଣ୍ଣିମାରେ ଘରେ କରନ୍ତୁ ଏହି ସବୁ କାମ ଧନ ଲାଭ ହେବ

ବାସ୍ତୁଶାସ୍ତ୍ର ଅନୁସାରେ ଧନ ଲାଭ ପାଇଁ କିଛି ଟିପ୍ସ

ଆଜି ସାରା ଦେଶରେ ଖୁବ୍ ଆନନ୍ଦ ଉଲ୍ଲାସ ସହ ଧୁମଧାମରେ ପାଳନ କରାଯାଉଛି ବୁଦ୍ଧପୂର୍ଣ୍ଣିମା । ଏହି ଦିନ ମା’ ଲକ୍ଷ୍ମୀ ଏବଂ ବିଷ୍ଣ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ ।  ଭଗବାନଙ୍କୁ ଏହି ଦିନ ବୁଦ୍ଧ ଅବତାରରେ ଦେଖିବାକୁ ମିଳେ । ଏହାକୁ ବୈଶାଖ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହି ଦିନ ଗୃହରେ ମା’ ଲକ୍ଷ୍ମୀ ଆଗମନ କରିଥାନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏଭଳି କିଛି କାମ କରନ୍ତୁ । ଯାହାଦ୍ୱାରା ଭାଗ୍ୟ ବଦଳି ଯିବ ।

ଏହି ପୂର୍ଣ୍ଣିମା ଦିନ ଗୃହରେ ବିଶେଷ ଧ୍ୟାନ ଦେବା ଉଚିତ୍ । କାରଣ ସାମାନ୍ୟ ଭୁଲ ପାଇଁ ଲକ୍ଷ୍ମୀ ମାତା ରାଗି ଯାଇଥାନ୍ତି । ତେବେ ଆସନ୍ତୁ ଜାଣିବା ପୂର୍ଣ୍ଣିମା ଦିନ ଗୃହରେ ସୁଖ ଶାନ୍ତି ଏବଂ ଧନ ଲାଭ ପାଇଁ କ’ଣ କରିବା ଉଚିତ୍ ।

ପୂର୍ଣ୍ଣିମା ଦିନ ସକାଳୁ ଘର ସଫା କରି ଘରର ମୁଖ୍ୟ ଦ୍ୱାର ସାମ୍ନା ଧୋଇ ଦିଅନ୍ତୁ । ଏହାପରେ ଏକ ଗିନାରେ କିଛି ହଳଦୀ ନେଇ ଗୋଳାଇ ଦିଅନ୍ତୁ । ସେହି ହଳଦୀରେ ଘରର ମୁଖ୍ୟ ଦ୍ୱାରରେ ଏକ ଶ୍ୱସ୍ତି କରନ୍ତୁ । ଏବଂ ସେଥିରେ ସିନ୍ଦୁର, ଅରୁଆ ଚାଉଳ ଲଗାଇ ଧୁପକାଠି ବୁଲାନ୍ତୁ ।

ମା’ ଲକ୍ଷ୍ମୀଙ୍କୁ ସାଗୁଦାନା ଖୀରି ଭୋଗ ଲଗାନ୍ତୁ । ଏବଂ ସେହିଦିନ ଶ୍ରୀ ପୁରାଣ କିମ୍ବା ଲକ୍ଷ୍ମୀ ପୁରାଣ ପାଠ କରନ୍ତୁ । ଏହିଭଳି କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ।

ପଢନ୍ତୁ ;

ସାଲେପୁର ଦୁଷ୍କର୍ମ ମାମଲା : ଆଖି ବୁଜିଲେ ସାଲେପୁର ପୀଡ଼ିତା 

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More