VASTU

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ଜାଣନ୍ତୁ କାରଣ କ’ଣ ?

ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କ ବାର ବୋଲି କୁହାଯାଏ । ବାସ୍ତୁଶାସ୍ତ୍ର ଅନୁସାରେ ଏହିଦିନ ହନୁମାନଙ୍କୁ ପୂଜା କରିବା ଦ୍ୱାରା ସବୁ କଷ୍ଟ ଦୂର ହୋଇଥାଏ । ହନୁମାନଙ୍କ କୃପା ସଦେବ ରହିଥାଏ । ଏହା ମଧ୍ୟ କୁହାଯାଏ ଯେ ଯାହାର କୁଣ୍ଡଳରେ ମଙ୍ଗଳଦୋଷ ଥାଏ ସେମାନଙ୍କୁ ଏହିଦିନ ହନୁମାନଙ୍କ ପୂଜା କରିବା ନିହାତି ଆବଶ୍ୟକ। ତେବେ ଏହିଦିନ କିଛି ଏମିତି କାମ କରିବାଦ୍ୱାରା ମଧ୍ୟ ଅଶୁଭ ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ କେଉଁ କାର୍ଯ୍ୟ କରିବା ଉଚିତ ନୁହଁ ଜାଣନ୍ତୁ :-

  • ମଙ୍ଗଳବାର ଭୂମି କିଣନ୍ତୁ ନାହିଁ । ଏମିତି କରିବାଦ୍ୱାରା ମଙ୍ଗଳଗ୍ରହ ଉପରେ ଖରାପ ପ୍ରଭାବ ପଡିଥାଏ ।
  • ଏହିଦିନ ମାଛ ଖାଉଥିବା ଏବଂ କିଣୁଥିବା ବ୍ୟକ୍ତିପାଖରେ କେବେ ହେଲେ ଟଙ୍କା ରହେନାହିଁ ।
  • ମଙ୍ଗଳବାର କଳା ରଙ୍ଗର ପୋଷାକ ପରିଧାନ କରନ୍ତୁନାହିଁ ।  ଏହିଦିନ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ୱାରା ମଙ୍ଗଳଦୋଷ କଟିଥାଏ ।
  • ମଙ୍ଗଳବାର ଶୃଙ୍ଗାର ସାମଗ୍ରୀ କିଣିବା ମନା ହୋଇଥାଏ । ଏହାମଧ୍ୟ କୁହାଯାଏ ଯେ, ଏମତି କରିବା ଦ୍ୱାରା ବୈବାହିକ ଜୀବନରେ ଅଶାନ୍ତି ଦେଖାଦେଇଥାଏ ।
  • ଏହିଦିନ ଭୁଲରେ ମଧ୍ୟ ବିରିଡାଲିର ସେବନ କରନ୍ତୁ ନାହିଁ। ଏହି ଦିନ ବିରିଡାଲି ଖାଇବାଦ୍ୱାରା ଶନିଙ୍କର କୋପ ପଡିଥାଏ।
  • ମଙ୍ଗଳବାର ଭୁଲରେ ମଧ୍ୟ ନଖ କାଟନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିଥାଏ।
  • ଏହିଦିନ ବଡ ଭାଇଙ୍କ ସହ ଝଗଡା କରନ୍ତୁନାହିଁ। ମଙ୍ଗଳର ସମ୍ୱନ୍ଧୋ ବଡ ଭାଇଙ୍କ ସହ ରହିଥାଏ।

ପଢନ୍ତୁ ;

ପ୍ରେମିକା ଏଲିଙ୍କଠାରୁ ଅଲଗା ହେଲେ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା !

Related posts

ବିବାହିତ ମହିଳା ମାନେ ଭୁଲରେ ବି ପିନ୍ଧନ୍ତୁ ନାହିଁ ଏହି ରଙ୍ଗର ଚୁଡ଼ି, ଜାଣନ୍ତୁ କାରଣ କ’ଣ ?

ENO Beuro

ଭଗବାନ ଶିବଙ୍କୁ ସୋମବାର ପୂଜା କରିବା ଦ୍ଵାରା ଆମକୁ କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

କେଉଁ ରଙ୍ଗର ପୋଷାକ ପିନ୍ଧିଲେ ମନ ଖୁସି ରହିଥାଏ? ଜାଣନ୍ତୁ ସେ ସମ୍ପର୍କରେ

ENO Beuro

Leave a Comment