VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଏହି ସ୍ଥାନରେ ଭୁଲରେ ବି ଲଗାନ୍ତୁନି ତାଲା ! ବଢିପାରେ ଅସୁବିଧା

ବାସ୍ତୁବିଧି ଅନୁସାରେ ଆପଣାନ୍ତୁ ଏହି ନିୟମ –

ଘରର  ସୁରକ୍ଷା ପାଇଁ ଚାବି ଏବଂ ତାଲା ଦୁହିଁଙ୍କର ଗୁରୁତ୍ବପୂର୍ଣ ଭୂମିକା ଅଟେ । ତାଲା ବୀନା ଘର କିମ୍ବା ଦୋକାନ ବାସ୍ତବରେ ଅପୂର୍ଣ ରହିଥାଏ । ଆମେ ଯେଉଁଠି ବି ରହିଥାଉ ଆମ ଘରର ସୁରକ୍ଷା ଏବଂ ଧନ ସମ୍ପତିର ସୁରକ୍ଷା ପାଇଁ ଆମେ ତାଲାର ବ୍ୟବହାର କରିଥାଉ । ଘରେ ତାଲା ଲଗେଇବା ଦ୍ଵାରା ଆମ  ମନ ଭିତରର ସୁରକ୍ଷା ଜାତ ହୋଇଥାଏ । ବସ୍ତୁଶାସ୍ତ୍ରରେ ତାଲାକୁ ନେଇ ବହୁତ ନିୟମ କୁହାଯାଇଛି । ବାସ୍ତୁବିଧି ଅନୁସାରେ ଏହି ନିୟମ ପାଳନ କରିବା ଦ୍ଵାରା ଘରର ସୁରକ୍ଷା ବଢିଥାଏ  ଏବଂ କୌଣସି ପ୍ରକାର ଚୋରୀ ଅଥବା ହାନିକର ଦୁର୍ଘଟଣା କମ ହୋଇଥାଏ ।

ଆମେ ଘରେ ସବୁବେଳେ ଦିଗକୁ ଧ୍ୟାନରେ ରାଖୀ ତାଲା ଲଗେଇବା ଉଚିତ । ପୂର୍ବ ଦିଗକୁ ସୂର୍ଯ୍ୟଙ୍କର ସ୍ଥାନ ମନାଯାଏ , ଏହି ଦିଗର କବାଟରେ ତମ୍ବା ତାଲା ଲଗାଇବା ଉଚିତ । ଏହାଦ୍ଵାରା ଘରର  ସୁରକ୍ଷା ବଢିଥାଏ ଏବଂ ଚୋରୀ ହେବାର ଭୟ ମଧ୍ୟ ଦୁରହୋଇଥାଏ।

ପଶ୍ଚିମଦିଗକୁ ଶନିଙ୍କର ସ୍ଥାନ ମନାଯାଇଥାଏ ,ଏହି ଦିଗରେ ସବୁବେଳେ ପାଇଁ ଲୁହା ଏବଂ ଭାରି ତାଲା ଲଗେଇବା ଉଚିତ। ଏହାସହ ପଶ୍ଚିମଦିଗରେ ଲଗେଇଥିବା ତାଲାର ରଙ୍ଗ କଳା ହୋଇଥିଲେ, ଚୋରୀ ହେବାର ସମ୍ଭାବନ କମିଯାଇଥାଏ ।  ଏହିଜଗାରେ ଭୁଲରେବି ତମ୍ବା  ତାଲା ଲଗାନ୍ତୁ ନାହିଁ ।

ବାସ୍ତୁ ଅନୁସାରେ ,ଉତ୍ତରଦିଗରେ ପିତ୍ତଳ ତାଲା ଲଗେଇବା ଦ୍ଵାରା ସୁରକ୍ଷା ବଢିଥାଏ । ଯଦି ସେହି ଦିଗର ସ୍ଥାନରେ  ଆମେ ଧାତୁର ତାଲା ଲଗାଉଛନ୍ତି ତେବେ ଏହାର ରଙ୍ଗ ସୁନା ରଙ୍ଗ ହେବା ଦରକାର । ଦକ୍ଷିଣଦିଗରେ ପାଞ୍ଚ ଧାତୁର ତାଲା ଲଗାଇଲେ ସୁରକ୍ଷା ବଢିଥାଏ । ଯଦି ଘରେ ପାଞ୍ଚଧାତୁର ତାଲା ନାହିଁ  ତେବେ ଧାତୁ ତାଲାରେ ସିନ୍ଦୁରଲଗାଇ ଲଗାଇପାରିବେ।

ଯଦି ଘର କିମ୍ବା ଦୋକାନ ଉତ୍ତର ପୂର୍ବ ମୁଖା ହୋଇଥାଏ ,ତେବେ ହଳଦିଆ ରଙ୍ଗର ତାଲା ଲଗାନ୍ତୁ  । ପଶ୍ଚିମ ପୂର୍ବ ଦିଗରେ ଲାଲ କିମ୍ବା ଚେରୀ ରଙ୍ଗରତାଲା ଲଗାନ୍ତୁ । ଦକ୍ଷିଣ ପଶ୍ଚିମ ଦିଗରେ ରାହୁ ରହିଥାନ୍ତି, ଚୋରୀ ହେବାର ବହୁତ ସମ୍ଭାବନା ରହିଥାଏ ।  ଏହିଦିଗରେ ସବୁବେଳେ ଭାରି ଏବଂ ବାଦାମି ରଙ୍ଗର ତାଲା ଲଗାନ୍ତୁ ।

ପଢନ୍ତୁ ;

ଜନ୍ମମାସ ଦ୍ୱାରା ଜାଣିପାରିବେ ଆପଣଙ୍କ ପ୍ରେମ ସଂପର୍କ କେତେ ନିବିଡ? ଆସନ୍ତୁ ଜାଣିବା

Related posts

ବାସ୍ତୁ ଅନୁସାରେ ଜାଣନ୍ତୁ ଦାନର ତିନୋଟି ବିଧି

Ratnamani Moharana

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Ratnamani Moharana

ଭଗବାନ କୃଷ୍ଣ କଳି ଯୁଗ ବିଷୟରେ ପଞ୍ଚୁ ପାଣ୍ଡବଙ୍କୁ କଣ କହିଥିଲେ ? ଆସନ୍ତୁ ଜାଣିବା

ENO Beuro

Leave a Comment