• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌
VASTU

ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଘରେ ସୁଖ,ଶାନ୍ତି ଓ ସମୃଦ୍ଧି ପାଇଁ ଲୋକେ ଠାକୁର ଘର ନିର୍ମାଣ କରିଥାନ୍ତି । ସେଠାରେ ବିଭିନ୍ନ ଦେବୀ-ଦେବତାଙ୍କ ମୂର୍ତ୍ତି ଓ ଫଟୋ ରଖି ପୂଜାର୍ଚ୍ଚନା କରାଯାଇଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ ଏହି ସବୁ ଭୁଲ୍‌ କରନ୍ତୁ ନାହିଁ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ବାସ୍ତୁଶାସ୍ତ୍ର ଅନୁସାରେ ଜାଣନ୍ତୁ ଠାକୁର ଘର ସମ୍ପର୍କରେ କିଛି ଟିପ୍ସ :-

  • ସାଧାରଣତଃ ଦେଖାଯାଏ କିଛି ଲୋକ ଘରେ ମନ୍ଦିର ନିର୍ମାଣ କରିଥାନ୍ତି। ଏପରି କରନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ ମନ୍ଦିର ଖୋଲା ସ୍ଥାନରେ କରିବା ଉଚିତ ।
  • ସିଡି ଘର ତଳେ ଠାକୁର ଘର କରନ୍ତୁ ନାହିଁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ ନିକଟରେ ଶୌଚାଳୟ କିମ୍ୱା ସ୍ନାନ ଘରର କାନ୍ଥ ରହିବା ଉଚିତ ନୁହେଁ ।
  • ଠାକୁର ଘର ସବୁ ବେଳେ ପରିସ୍କାର ରହିବା ସହ ବାସି ଫୁଲ ରଖନ୍ତୁ ନାହିଁ । ଏହାଦ୍ୱାରା ନକାରାତ୍ମକ ଶକ୍ତି ବଢ଼ିଥାଏ । ଘରେ  ସୁଖ ଓ ଶାନ୍ତି ଉପରେ ପ୍ରଭାବ ପଡ଼ିଥାଏ ।
  • ଅନେକ ଲୋକ ଅଛନ୍ତି ନିଜ ଶୋଇବା କକ୍ଷରେ ପୂଜା ଘର କରିଥାନ୍ତି। ଯାହା ବାସ୍ତୁ ଶାସ୍ତ୍ର ଅନୁସାରେ ଠିକ୍ ନୁହେଁ । ଶୋଇବା ଘରେ ପୂଜା ଘର କରିବା ଉଚିତ ନୁହଁ । ଯାହାଦ୍ୱାରା ପାରିବାରିକ ଜୀବନରେ ସମସ୍ୟା ଦେଖାଦେଇଥାଏ ।
  • ଅନେକ ସମୟରେ ଦେଖାଯାଏ ବୁଲିବା କିମ୍ୱା କୌଣସି କାମ ପାଇଁ ଘରେ ତାଲା ପକାଇ ଲୋକେ ଚାଲି ଯାଆନ୍ତି । ଫଳରେ ଠାକୁର ଘର ମଧ୍ୟ ବନ୍ଦ ହୋଇରହିଥାଏ । ବାସ୍ତୁ ବିଜ୍ଞାନ ଅନୁସାରେ ଘରେ ଯଦି ଠାକୁର ଘର କରିଛନ୍ତି ନିୟମିତ ପୂଜା କରିବାକୁ ଚେଷ୍ଟା କରନ୍ତୁ ।

ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌ puja ghara

ପଢନ୍ତୁ ;

ଗୀତାରେ ବର୍ଣ୍ଣନାନୁଯାୟୀ ଭକ୍ତ କିପରି ହେବା ଦରକାର ! ଜାଣନ୍ତୁ ସେ ସମ୍ପର୍କରେ

Related posts

ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର

Krishna Kumar Manoj

ସକାଳୁ ଉଠି ଦେଖନ୍ତୁ ନାହିଁ ଏହି ସବୁ ଜିନିଷ ,ନଚେତ ହୋଇପାରେ ଅନେକ ସମସ୍ୟା

ଠିକ ଅଛି ତ ଆପଣଙ୍କ ବେଡରୁମର ବାସ୍ତୁ ? ନଚେତ ବିଗିଡି ପରେ ଆପଣଙ୍କ ସମ୍ପର୍କ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More