VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ କୋଣରେ ପଶୁ ଓ ପକ୍ଷୀଙ୍କ ଫଟୋ ଲଗେଇଲେ କ’ଣ ହୁଏ ଜାଣନ୍ତୁ ?

ପଶୁ ବା ପକ୍ଷୀ ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଇ ଥାଆନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ପଶୁ ଓ  ପକ୍ଷୀ ମାନଙ୍କର ଅନେକ ଗୁରୁତ୍ୱ ରହିଛି । ଆଜିକାଲି ସମସ୍ତଙ୍କ ଘରେ ପୋଷା ପଶୁ ବା ପକ୍ଷୀ ଥିବା ଆପଣ ଦେଖିଥିବେ । ବାସ୍ତୁବିତଙ୍କ ମତ ଅନୁସାରେ ଘରେ ପଶୁ ବା ପକ୍ଷୀ ରହିଲେ , ପଶୁ ବା ପକ୍ଷୀଙ୍କ ଫଟୋକୁ ଘରେ ଲଗେଇଲେ ଘରକୁ ବିପତ୍ତି ଆସି ନ ଥାଏ ଓ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ ।

ଘରର କେଉଁ କୋଣରେ କେଉଁ ପଶୁମାନଙ୍କର ଫଟୋ ଲଗାଇବା ଶୁଭ ଜାଣନ୍ତୁ

  • ଗଣେଶଙ୍କ ବାହାନ ହେଉଛନ୍ତି ହାତୀ । ସ୍ୱାମୀ-ସ୍ତ୍ରୀ ଶୋଇବା ଘରେ ଧଳାହାତୀର ଫଟୋ ଲଗାଇବା ଦ୍ୱାର ସୁଖଶାନ୍ତି ବୃଦ୍ଧି ପାଇଥାଏ । ସବୁ ବେଳେ ଖୁସିରେ ରହିବେ ।
  • ଭଗବାନ କାର୍ତ୍ତିକେୟଙ୍କ ବାହାନ ମୟୂର ।ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଟଙ୍କା ରଖୁଥିବା ସ୍ଥାନରେ ମୟୁର ଚୁଳ ରଖିବା ଦ୍ୱାରା ଅର୍ଥାଭାବ ଦେଖା ଦେଇ ନ ଥାଏ ବୋଲି ବିଶ୍ୱାସ ରହିଛି।
  • ହିନ୍ଦୁ ଧର୍ମରେ ଗାଈକୁ ମାତାର ସ୍ଥାନ ଦିଆଯାଇଛି । ସେମାନଙ୍କ ମଧ୍ୟରେ ୩୩କୋଟି ଦେବାଦେବୀ ବସବାସ କରନ୍ତି ବୋଲି ବିଶ୍ୱାସ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ଘର ଏବଂ ଦୋକାନର ଉତ୍ତର-ପୂର୍ବ ଦିଗରେ ଗାଈର ଫଟୋ ଟାଙ୍ଗିବା ଦ୍ୱାରା ଦୁର୍ଭାଗ୍ୟ ଦୂର ହୋଇଥାଏ।
  • ଦଶ ଅବତାର ମଧ୍ୟରୁ ଗୋଟିଏ ହେଉଛି କଇଁଛ । ଘରେ କଇଁଛ ରଖିବା ଶୁଭ । ବାସ୍ତୁଶାସ୍ତ୍ର ଅନୁସାରେ ଯଦି ପ୍ରକୃତ କଇଁଛ ରଖିବାକୁ ଅସମର୍ଥ, ତେବେ ରୋଷେଇ ଘରେ ଏହାର ଫଟୋ ଟାଙ୍ଗନ୍ତୁ । ଏହା ଦ୍ଵାରା   ସବୁ କାମରେ ସୁଫଳ ମିଳିବ ।


ପଢନ୍ତୁ ;

କେଉଁ ଭଳି ପୁଅମାନଙ୍କଠାରୁ ଝିଅମାନେ କାହିଁକି ଦୂରେଇ ରୁହନ୍ତି ଜାଣନ୍ତୁ

Related posts

ବାସ୍ତୁ ଅନୁସାରେ ଘର ପାଖରେ କେଉଁ ଗଛ ଲଗାଇଲେ ଧନ ବୃଦ୍ଧି ହୋଇଥାଏ? ଜାଣନ୍ତୁ

ENO Beuro

ନୂଆ ଗାଡି କିଣିବା ପରେ କିଭଳି ପୂଜାର୍ଚ୍ଚନା କଲେ ଦୁର୍ଘଟଣାରୁ ରକ୍ଷା ପାଇବେ ! ଜାଣନ୍ତୁ ସେ ସମ୍ପର୍କରେ

ENO Beuro

ଶୋଇଲା ବେଳେ ବାସ୍ତୁଦୋଷ ଦୂର କରନ୍ତୁ ଓ ଧନ, ମାନ, ଯଶର ଅଧିକାରୀ ହୁଅନ୍ତୁ

ENO Beuro

1 comment

Leave a Comment