VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଅଶୁଭ ସଙ୍କେତ ଦିଏ ବୁଢ଼ିଆଣୀ ଜାଲ !

ବାସ୍ତୁଶାସ୍ତ୍ର ଟିପ୍ସ

ପ୍ରାୟତଃ ସମସ୍ତେ ନିଜ ଘରକୁ ସଫା ସୁତରା ରଖିବାକୁ ଚାହାଁନ୍ତି ଏହା ସତ୍ତ୍ୱେ ବୁଢ଼ିଆଣୀ ଘରର ଯେକୌଣସି ସ୍ଥାନରେ ତାର ଜାଲ ଭିଡ଼ି ରଖିଥାଏ।  ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଲେ ଅଶୁଭ ବୋଲି କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ବୁଢ଼ିଆଣୀ ଜାଲ ଘରେ ନକରାତ୍ମକ ଶକ୍ତି ବୃଦ୍ଧି କରିଥାଏ । ଏହାସହିତ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରିଥାଏ ।

ଯେଉଁ ଘରେ ବୁଢ଼ିଆଣୀ ଜାଲ ଭିଡ଼ିଥାଏ ସେହି ଘରର ବ୍ୟକ୍ତି ମାନସିକ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଥାଏ । ଏହାସହିତ ସେ ବୁଢ଼ିଆଣୀ ଜାଲ ପରି ସବୁବେଳେ ଛନ୍ଦି ହୋଇ ରହିଥାନ୍ତି । ଯଦି ଘରେ ଛୋଟ ଛୁଆ ଥାଆନ୍ତି ଏହାର ପ୍ରଭାବ ତାଙ୍କ ସ୍ୱାସ୍ଥ୍ୟ ଓ ମସ୍ତିଷ୍କର ବିକାଶ ଉପରେ ପଡ଼ିଥାଏ। ଘରର ସମସ୍ୟା ବୃଦ୍ଧି ପାଇଥାଏ । ଘରେ ବୁଢ଼ିଆଣୀ ଜାଲ ରହିବା ଦ୍ଵାରା ଅଭାବ ଦେଖା ଦେଇଥାଏ ।

ଘରେ ବୁଢ଼ିଆଣୀ ଜାଲ ଭିଡ଼ିବା ପଛରେ ଧାର୍ମିକ କାରଣ ବ୍ୟତୀତ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଜ୍ଞାନ କୁହେ, ବୁଢ଼ିଆଣୀର ଗୋଟିଏ ଜାଲରେ ରୋଗ ସଂକ୍ରମଣ ହେବାର ଅସଂଖ୍ୟ ଭୂତାଣୁ ରହିଥାଏ । ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ । ଏଣୁ ସାବଧାନ,ଆପଣଙ୍କ ଘରେ ବୁଢ଼ିଆଣୀ ଜାଲ ଦେଖିଲେ ଏହାକୁ ତୁରନ୍ତ ନଷ୍ଟ କରନ୍ତୁ ।

ପଢନ୍ତୁ ;

ନିଜ ଶରୀରର ଏହି ଅଂଶରେ ତେଲ ଲଗାନ୍ତୁ , ନିରୋଗ ଓ ସ୍ଵାସ୍ଥ୍ୟକର ଜୀବନ ଯାପନ କରନ୍ତୁ

Related posts

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

ENO Beuro

ଜାଣନ୍ତୁ କେଉଁ ବ୍ରତ କରିବାଦ୍ଵାରା ପୂର୍ଣ ହୋଇଥାଏ ମନୋସ୍କାମନା ?

ENO Beuro

ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

1 comment

Leave a Comment