VASTU

ଭୁଲରେ ବି ରଖନ୍ତୁ ନାହିଁ ଠାକୁର ଘରେ ଏହି ସବୁ ମୂର୍ତି , ଜାଣନ୍ତୁ କାରଣ କ’ଣ ?  

god

ଆମେ ଘରେ ପ୍ରତିଦିନ ପୂଜା କରିଥାଉ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ ସର୍ବଦା ସୁଖ ଶାନ୍ତି ରହିବା ପାଇଁ ପୂଜା ହୋଇଥାଏ । ଯେପରି କି କୌଣସି ନକରାତ୍ମକ ଶକ୍ତି ଘରେ ପ୍ରବେଶ ନ କରୁ ।   ଘରେ ଥିବା ପୂଜା ସ୍ଥାନକୁ ଆମେ ସଜେଇବା ପାଁଇ ମାର୍କେଟରୁ ଯାହା ବି ଠାକୁରଙ୍କ ମୂର୍ତି ଭଲ ଲାଗିଲା ନେଇଆସିଥାଉ ।  କିନ୍ତୁ ସବୁ ମୂର୍ତି ପୂଜା ସ୍ଥାନରେ ରହିବ ଉଚିତ ନୁହେଁ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ପୂଜା ସମୟରେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ

  • ମା ଦୁର୍ଗା ହେଉଛନ୍ତି ଶକ୍ତି ସ୍ୱରୂପିଣୀ।  ମାଙ୍କର କେବେବି ରୁଦ୍ର ରୂପ ଫୋଟୋ ରଖନ୍ତୁ ନାହିଁ ।  ବାସ୍ତୁଶାସ୍ତ୍ର ଅନୁସାରେ ମାଙ୍କ ଏହି କ୍ରୋଧିତ ଫୋଟୋ ଘରେ ରଖିବା ଦ୍ୱାରା ଘରେ ସର୍ବଦା ଅଶାନ୍ତି ଲାଗିରହେ ।
  • ନଟରାଜ ଙ୍କ ମୂର୍ତି ରଖନ୍ତୁ ନାହିଁ କାରଣ ଏହା ହେଉଛନ୍ତି ସାକ୍ଷାତ ମହାଦେବ ।  ଏହା ହେଉଛି ମହାଦେବଙ୍କ କ୍ରୋଧିତ ବା ତାଣ୍ଡବ ସମୟର ତେଣୁ ଏହା ରଖିବା ଅନୁଚିତ । ଏହା ଦ୍ଵାରା ଘରେ କୁ ପ୍ରଭାବ ପଡିଥାଏ।

god

  • ଘରେ ପୂଜା ସ୍ଥାନରେ କେବେ ବି ଶନି ଦେବଙ୍କ ମୂର୍ତି ରଖନ୍ତୁ ନାହିଁ କାରଣ ଶନି ଦେବଙ୍କ ପୂଜା ଅର୍ଚନା ର ଅନେକ ନୀତି ନିୟମ ଥାଏ । ଯଦି ସାନି ଦେବ ପୂଜାରେ କିଛି ବି ଅସୁବିଧା ପଡିଲା ତେବା ଏହା ଆପଣଙ୍କ ପାଇଁ ବହୁତ ଅସୁବିଧା ହେବ । ଆପଣ କେବେ ବି ଖୁସିରେ ରହି ପାରିବେ ନାହିଁ।
  •  ମା ଲକ୍ଷ୍ମୀଙ୍କ ବସିଥିବା ର ମୂର୍ତି କିମ୍ବା ଫୋଟୋ ପୂଜା ଘରେ ରଖନ୍ତୁ  ।  ହିନ୍ଦୁ ମାନ୍ୟତା ଅନୁସାରେ ଘରେ ମା ଲକ୍ଷ୍ମୀଙ୍କ ପୂଜା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ଥାଏ । ବିଜନେସ ହେଉଥିବା ସ୍ଥାନରେ ମା ଲକ୍ଷ୍ମୀଙ୍କଠିଆ ହୋଇଥିବା ଫୋଟୋ କିମ୍ବା ମୂର୍ତି ରଖିବା ଉଚିତ ଏହା ଦ୍ୱାରା ବିଜନେସ ରେ ଉର୍ନତି ହେଇଥାଏ ।
  • ଭଗବାନ ମହାଦେବ ତାଙ୍କ ପରିବାର ସହିତ ଥିବା ଫୋଟୋ ରଖି ପୂଜା କରିପାରିବେ ।

ପଢନ୍ତୁ ;ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ସବୁ ଜିନିଷ ଉଧାର ଆଣିବା ଅଶୁଭ ମାନାଯାଏ ?

Related posts

ମା ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର କିଛି ସରଳ ଉପାୟ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ନାରୀ ମାନଙ୍କର କେଉଁ ସବୁ ଲକ୍ଷଣ ଥିଲେ ତାଙ୍କୁ ଅଲକ୍ଷଣି ବୋଲି କୁହାଯାଇଥାଏ! ଜାଣନ୍ତୁ

ENO Beuro

ଭଗବାନଙ୍କୁ ଫୁଲ ଅର୍ପଣ ସମୟରେ ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ: ଆପଣଙ୍କ ଜୀବନ ସୁଖମୟ ହୋଇଯିବ

Ratnamani Moharana

1 comment

Leave a Comment