ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ?

ଶାନ୍ତିରେ ରହିବା ପାଇଁ ସମସ୍ତେ ଚାହାଁନ୍ତି । ଖୁସିରେ ବଞ୍ଚିବା ପାଇଁ ସମସ୍ତେ ପରିଶ୍ରମ କରିଥାଆନ୍ତି । ଧନ ରୋଜଗାର କରିବା ଆଶାରେ ସମସ୍ତେ ପରିଶ୍ରମ ମଧ୍ୟ କରିଥାଆନ୍ତି । କିନ୍ତୁ  ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ଫଳ ମିଳି ନଥାଏ । ଏହାର କାରଣ ଠିକ ସମୟରେ ଭଗବାନଙ୍କ ଆଶୀର୍ବାଦ ମିଳିନଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଏମିତି କିଛି ସଙ୍କେତ ଅଛି ଯାହା ଧନ ଆସିବା ପୂର୍ବରୁ ମିଳିଥାଏ ।

ଘରକୁ ଧନ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ସଙ୍କେତ

  • ଯଦି ବ୍ରାହ୍ମଣଙ୍କ ପାଦ ଧୂଳି ଘରେ ପଡେ ତେବେ ନିକଟ ଭବିଷ୍ୟତରେ ଧନ ମିଳିବାର ସମ୍ଭାବନା ଅଛି । କାରଣ ବ୍ରାହ୍ମଣ ଭଗବାନଙ୍କ ଅନ୍ୟ ଏକ ରୂପ ବୋଲି ପୁରାଣରେ କୁହାଯାଇଛି । ଏହାଛଡା ଧାନର ଧୂଳି ଓ ଗାଈଖୁରାର ଧୂଳି ମଧ୍ୟ ଘରେ ପଡିଲେ ଧନ ମିଳିବାର ସମ୍ଭାବନା ଥାଏ ।
  • କାରଣ ଧାନ ମାଆ ଲକ୍ଷ୍ମୀଙ୍କ ପାଖରେ ଥାଏ ଓ ଗାଈଙ୍କୁ ଆମେ ଗୋମାତା ରୂପରେ ପୂଜା କରିଥାଉ । କିନ୍ତୁ ଛେଳି ଖୁରାର ଧୂଳି, ଘର ଛାଞ୍ଚୁଣିର ଧୂଳି, ଋତୁସ୍ରାବ ହେବା ସମୟରେ ନାରୀ ଠାକୁରଙ୍କ ପୂଜା କରିବା ଅଶୁଭ କାରଣ ହୋଇଥାଏ ।
  • ଅର୍ଥାଭାବ ଦୂରେଇବା ପାଇଁ ପ୍ରତିକାର- ପ୍ରତ୍ୟେକ ମାସରେ ନିଶ୍ଚୟ ଗୋଟିଏ ଥର ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରନ୍ତୁ । ଠାକୁର ଘରେ ଗୋଟିଏ ଶଙ୍ଖ ପରିବର୍ତ୍ତେ ଦୁଇଟି ଶଙ୍ଖ ରଖନ୍ତୁ । ଛୋଟ ପିତ୍ତଳ ଧାଳାରେ କିଛି ମୁଦ୍ରା ରଖି ଘରର ପଶ୍ଚିମ ଦିଗରେ ରଖି ନିୟମିତ ମୁଣ୍ଡିଆ ମାରନ୍ତୁ ।
  • ଏମିତ କଲେ ଘରକୁ ଧନ ଆସିଥାଏ । ସବୁବେଳେ ପରିଶ୍ରମ କରନ୍ତୁ ଓ ଭାଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ।

ପଢନ୍ତୁ ;

ଆସନ୍ତୁ ଜାଣିବା ଶଙ୍ଖ ବଜାଇବା ଦ୍ଵାରା କେଉଁ କେଉଁ ସମସ୍ୟା ଦୂର ହୋଇଥାଏ?

ଯଦି ବ୍ରାହ୍ମଣଙ୍କ ପାଦ ଧୂଳି ଘରେ ପଡେ ତେବେ ନିକଟ ଭବିଷ୍ୟତରେ ଧନ ମିଳିବାର ସମ୍ଭାବନା ଅଛି - 88%

88%

ଅର୍ଥାଭାବ ଦୂରେଇବା ପାଇଁ ପ୍ରତିକାର- ପ୍ରତ୍ୟେକ ମାସରେ ନିଶ୍ଚୟ ଗୋଟିଏ ଥର ଦ୍ଵିତୀୟା ଚନ୍ଦ୍ର ଦର୍ଶନ କରନ୍ତୁ। ଠାକୁର ଘରେ ଗୋଟିଏ ଶଙ୍ଖ ପରିବର୍ତ୍ତେ ଦୁଇଟି ଶଙ୍ଖ ରଖନ୍ତୁ - 93%

93%
90.5%

Excellent!

ବାସ୍ତୁଶାସ୍ତ୍ର ଅନୁସାରେ ଘରକୁ ଧନ ଆସିବା ପୂର୍ବରୁ ଭଗବାନ କେଉଁ ସଙ୍କେତ ଦେଇ ଥାଆନ୍ତି ଜାଣନ୍ତୁ ?

ଶାନ୍ତିରେ ରହିବା ପାଇଁ ସମସ୍ତେ ଚାହାଁନ୍ତି । ଖୁସିରେ ବଞ୍ଚିବା ପାଇଁ ସମସ୍ତେ ପରିଶ୍ରମ କରିଥାଆନ୍ତି । ଧନ ରୋଜଗାର କରିବା ଆଶାରେ ସମସ୍ତେ ପରିଶ୍ରମ ମଧ୍ୟ କରିଥାଆନ୍ତି । କିନ୍ତୁ  ଯେତେ ପରିଶ୍ରମ କଲେ ମଧ୍ୟ ଆଶାନୁରୂପ ଫଳ ମିଳି ନଥାଏ । ଏହାର କାରଣ ଠିକ ସମୟରେ ଭଗବାନଙ୍କ ଆଶୀର୍ବାଦ ମିଳିନଥାଏ ।ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କ ଏମିତି କିଛି ସଙ୍କେତ ଅଛି ଯାହା ଧନ ଆସିବା ପୂର୍ବରୁ ମିଳିଥାଏ ।

No Votes Yet

You're not rated yet