VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଲାଫିଙ୍ଗ ବୁଦ୍ଧ ରଖିଲେ କ’ଣ ଲାଭ ମିଳେ ଜାଣନ୍ତୁ ?

ବାସ୍ତୁଶାସ୍ତ୍ରରେ ଲାଫିଙ୍ଗ୍‌ ବୁଦ୍ଧକୁ ଅତ୍ୟନ୍ତ ଶୁଭ ଓ ଧନ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଇଥାଏ । ଘରେ ଏହି ଲାଫିଙ୍ଗ୍ ବୁଦ୍ଧକୁ ରଖିଲେ ଶୁଭ ବୋଲି ଗ୍ରହଣ କରାଯାଇଥାଏ । କିନ୍ତୁ ଏହାକୁ ରଖିବାର ସ୍ଥାନ ସମ୍ପର୍କରେ  ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଲାଫିଙ୍ଗ୍ ବୁଦ୍ଧକୁ ରଖିବା ପାଇଁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

ଲାଫିଙ୍ଗ ବୁଦ୍ଧକୁ କେଉଁ ସ୍ଥାନରେ ରଖିବେ ଜାଣନ୍ତୁ :-

  • ପୂର୍ବ ଦିଗକୁ ଭାଗ୍ୟ ଓ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ଲାଫିଙ୍ଗ ବୁଦ୍ଧଙ୍କୁ ଏହି ଦିଗରେ ମୁହଁ କରି ରଖିବା ଦ୍ଵାରା ଶାନ୍ତି ମିଳିଥାଏ । ଘରେ ସମସ୍ତେ ଖୁସିରେ ରହିବେ ।
  • ଯଦି ଆପଣ ନିଜ ପରିବାର  ମଧ୍ୟରେ  ପ୍ରେମ ସମ୍ପର୍କ ବୃଦ୍ଧି କରିବାକୁ ଯାହୁଁଛନ୍ତି ଲାଫିଙ୍ଗ୍ ବୁଦ୍ଧକୁ ଘରର ପୂର୍ବ ଦିଗରେ ରଖନ୍ତୁ ।
  • ଚାକିରି କିମ୍ୱା ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ଲାଫିଙ୍ଗ୍ ବୁଦ୍ଧକୁ ଘରର ଦକ୍ଷିଣ-ପୂର୍ବ ଦିଗରେ  ରଖନ୍ତୁ । ଏପରି କରିବା ଦ୍ୱାରା ସକରାତ୍ମକ ଶକ୍ତି ବଢ଼ିଥାଏ ଓ ଘରେ ଖୁସିର ବାତାବରଣ ସୃଷ୍ଟି ହୋଇଥାଏ ।
  • ଲାଫିଙ୍ଗ୍‌ ବୁଦ୍ଧକୁ  ଘର କିମ୍ୱା ଅଫିସ୍‌ରେ ଏପରି ଜାଗାରେ ରଖନ୍ତୁ  ସବୁବେଳେ ଆପଣଙ୍କ ନଜର ସେଠାରେ ପଡୁଥିବ । ଯେପରି ଭାବରେ ଭଗବାନ ଗଣେଷଙ୍କ ମୁହଁ ଘରର ଦ୍ୱାର ଆଡେ ରଖିଲେ ଶୁଭ ବୋଲି ଗ୍ରହଣ କରାଯାଇଥାଏ ।
  • ଘରର ମୁଖ୍ୟ କବାଟ ଆଡକୁ ଦେଖିବା ଭଳି ଲାଫିଙ୍ଗ ବୁଦ୍ଧ ରଖିବା ଦ୍ୱାରା ଧନ ସମୃଦ୍ଧିକୁ ଆକର୍ଷିତ କରିଥାଏ ବୋଲି ଗ୍ରହଣ କରାଯାଇଥାଏ । ହେଲେ ଭୁଲ୍ ବଶତଃ ରୋଷେଇ ଘର କିମ୍ୱା ବାଥ୍‌ରୁମ୍‌ ଭିତରେ ଲାଫିଙ୍ଗ୍‌ ବୁଦ୍ଧକୁ ରଖିବା ଉଚିତ ନୁହେଁ ।

ପଢନ୍ତୁ ;

ଖରାଦିନେ ଘରେ କିପରି ପ୍ରସ୍ତୁତ କରିବେ ବାଦାମ କୁଲ୍‌ଫି ଜାଣନ୍ତୁ ?

Related posts

ଘର ସିଡି ତିଆରି କରିବା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା, ନଚେତ ପଡ଼ିପାରନ୍ତି ଅନେକ ଅସୁବିଧାରେ!

ENO Beuro

କେମିତି ଜାଣିବା କେଉଁ ସମୟ ଆମମାନଙ୍କ ପାଇଁ ଭଲ ସମୟ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

ENO Beuro

ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ କ ‘ ଣ କଲେ ଏହା ଦୂର ହେବ ଜାଣନ୍ତୁ

ENO Beuro

4 comments

Leave a Comment