ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କୁ କେଉଁ ସମୟରେ ପୂଜା କରାଯାଏ ନାହିଁ ଜାଣନ୍ତୁ ?

ହନୁମାନଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ। ନହେଲେ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ ଓ କେତେବେଳେ ପୂଜା ନକରିବା ଉଚିତ ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଟିପ୍ସ :-

  • ହନୁମାନଙ୍କ ସହ ଅନ୍ୟ ଦେବୀ, ଦେବତାଙ୍କୁ ସ୍ନାନ ନ କରି ପୂଜା କରନ୍ତୁ ନାହିଁ ।
  • ବାସ୍ତୁଶାସ୍ତ୍ର ଅନୁସାରେ ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କୁ ଆରଧାନ କରିବାର ବିଧି ରହିଛି । ସ୍ନାନ ନ କରି ହନୁମାନଙ୍କ ପ୍ରତୀମାଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ । ଏହାର ନକାରାତ୍ମକ ପରିଣାମ ଭବିଷ୍ୟରେ ଦେଖିବାକୁ ମିଳିଥାଏ ।
  • ଶବ ଯାତ୍ରାରୁ ଆସିବା ପରେ ଶୁଦ୍ଧ ନ ହୋଇ କୌଣସି ଦେବୀ, ଦେବତାଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ହନୁମାନଙ୍କୁ ପୂଜା କରିବା ସମୟରେ ଏହି ଦିଗ ଉପରେ ଧ୍ୟାନ ଦେବା ଦରକାର ।
  • କିଛି ଲୋକ ସ୍ନାନ କରିବା ପରେ ଗାମୁଚ୍ଛା କିମ୍ୱା ଇନର ପିନ୍ଧି ହନୁମାନଙ୍କୁ ପୂଜା କରିଥାନ୍ତି । ଏପରି କରିବା ଉଚିତ ନୁହେଁ । ହନୁମାନଙ୍କୁ ପୂଜା କରିବା ସମୟରେ ଶୁଦ୍ଧତା ଉପରେ ପୂରା ଧ୍ୟାନ ଦେବା ଉଚିତ । ଅପରିଷ୍କାର ପୋଷାକରେ ପୂଜା କରିବା ଉଚିତ ନୁହେଁ ।
  • କିଛି ଲୋକ ଅଶୁଦ୍ଧ ଅବସ୍ଥାରେ ହନୁମାନଙ୍କ ପୂଜା କରିଥାନ୍ତି । ତାହା ସଂପୂର୍ଣ୍ଣ ଭୁଲ୍ । ଦିନସାରା ବାହାରେ କାମ କରି ଘରକୁ ଆସିବା ପରେ ସନ୍ଧ୍ୟାରେ ସ୍ନାନ ସାରି ହନୁମାନଙ୍କୁ ପୂଜା କରାଯାଇଥାଏ । ଖାଦ୍ୟ ଖାଇବା ପରେ ଅଇଁଠା ମୁହଁରେ ହନୁମାନଙ୍କ ସହ କୌଣସି ଦେବୀ, ଦେବତାଙ୍କୁ ପୂଜା କରିବା ନିଷେଧ ।

ପଢନ୍ତୁ ;

ବାସ୍ତୁଶାସ୍ତ୍ର ଅନୁସାରେ ଭଗବାନଙ୍କୁ ଆଳତୀ କରିବା ବେଳେ ତାଳି କ’ଣ ପାଇଁ ବଜାଯାଏ ଜାଣନ୍ତୁ ?

ହନୁମାନଙ୍କ ସହ ଅନ୍ୟ ଦେବୀ, ଦେବତାଙ୍କୁ ସ୍ନାନ ନ କରି ପୂଜା କରନ୍ତୁ ନାହିଁ - 90%

90%

ବାସ୍ତୁଶାସ୍ତ୍ର ଅନୁସାରେ ସକାଳେ ସ୍ନାନ କରିବା ପରେ ହିଁ ଭଗବାନଙ୍କୁ ଆରଧାନ କରିବାର ବିଧି ରହିଛି - 88%

88%
89%

Very Good!

ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କୁ କେଉଁ ସମୟରେ ପୂଜା କରାଯାଏ ନାହିଁ ଜାଣନ୍ତୁ ?

ହନୁମାନଙ୍କୁ ପୂଜା କଲେ ସମସ୍ତ ଇଚ୍ଛା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ବାସ୍ତୁଶାସ୍ତ୍ର ଅନୁସାରେ ହନୁମାନଙ୍କୁ ଆରାଧନା କରିବା ସମୟରେ କିଛିଟା ବିଷୟ ଉପରେ ଧ୍ୟାନ ଦେବା ଉଚିତ। ନହେଲେ ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା ଶାସ୍ତ୍ର ଅନୁସାରେ କେଉଁ ଅବସ୍ଥାରେ ହନୁମାନଙ୍କୁ ପୂଜା କରିବା ଉଚିତ ଓ କେତେବେଳେ ପୂଜା ନକରିବା ଉଚିତ ।

No Votes Yet

You're not rated yet