VASTU

ଘରର ସୁଖ ସମୃଦ୍ଧି ବଢିବ ପାଇଁ ମହିଳାମାନେ ଏହି କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ମହିଳାମାନଙ୍କ ପାଇଁ କିଛି ଟିପ୍ସ

ଘରର ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ସାଧାରଣତଃ ମହିଳାମାନେ ସବୁବେଳେ ଯତ୍ନବାନ ହୋଇଥାନ୍ତି । ବାସ୍ତୁଶାସ୍ତ୍ର ଅନୁସାରେ ମହିଳାମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ବିବାହ ପରେ ଯାହା ଘରେ ପାଦ ଦିଅନ୍ତି ସେହି ଘର ସହ ତା ଭାଗ୍ୟ ଯୋଡି ହୋଇଯାଇଥାଏ । ମାତ୍ର ଶାସ୍ତ୍ର ଅନୁସାରେ କିଛି ଏଭଳି କାମ ରହିଛି ଯାହାକୁ ମହିଳାମାନେ ରାତ୍ରି କାଳରେ କରିବା ଆଦୌ ଉଚିତ ନୁହେଁ । ଯାହା ତାଙ୍କର ଭାଗ୍ୟ ବଦଳିବା ସହ ଘରର ସୁଖ ସମୃଦ୍ଧି ମଧ୍ୟ ପ୍ରଭାବିତ ହୋଇଥାଏ ।

ରାତିରେ ଶୋଇବା ପୂର୍ବରୁ ଘରେ ବ୍ୟବହାର କରୁଥିବା ଝାଡୁକୁ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଲୁଚାଇ ରଖି ଦିଅନ୍ତୁ ଏହା କରିବାଦ୍ୱାରା ଧନପ୍ରାପ୍ତି ହୋଇଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ସୂର୍ଯ୍ୟାସ୍ତ ପରେ ମହିଳମାନେ କାହା ଘରକୁ କ୍ଷୀର, ଲୁଣ, ତେଲ ଓ ପିଆଜ ଆଦି ଆଣିବାକୁ ଯିବା ଉଚିତ ନୁହେଁ । ଏପରି କରିବାଦ୍ୱାରା ତାଙ୍କ ଜୀବନରେ ବାଧା ଆସିଥାଏ ଏବଂ ତାଙ୍କୁ କଷ୍ଠର ସାମ୍ନା କରିବାକୁ ପଡିଥାଏ ।

ବାସ୍ତୁଶାସ୍ତ୍ର ଅନୁସାରେ ରାତିରେ ରୋଷେଇ ଘରେ ଅଇଁଠା ବାସନ ରଖିବା ଆଦୌ ଉଚିତ ନୁହେଁ । ଏହାଦ୍ୱାରା ଘରେ ଲକ୍ଷ୍ମୀ ବାସ କରିଥାନ୍ତି ଆଉ ଯାହାଦ୍ୱାରା ଘରେ ବୈଭବ, ସଂପନ୍ନତା ଓ ଶାନ୍ତି ଆସିଥାଏ । ମହିଳାମାନେ ସଂନ୍ଧ୍ୟା ସମୟରେ ମୁଣ୍ଡ ଧୋଇବା କିମ୍ବା କୁଣ୍ଡାଇବା ଅନୁଚିତ । ଏହା କରିବାଦ୍ୱାରା ତାଙ୍କର ଓ ପରିବାର ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା ଘରେ ଶାନ୍ତି ନ ଥାଏ ।

ଶାସ୍ତ୍ର ଅନୁସାରେ ,ମହିଳାମାନଙ୍କୁ ଶୋଇବା ପୂର୍ବରୁ ସପ୍ତାହରେ ଥରେ ଘରର ସବୁ ରୁମରେ କିଛି ଧଳା ଲୁଣ ସହ କିଛି କଳା ଲୁଣ ମିଶାଇ ଚଟାଣ ଉପରେ ରଖି ଶୋଇବା ଉଚିତ ଏବଂ ପ୍ରାନ୍ତରୁ ଉଠି କାହା ମୁହଁ ନ ଚାହିଁ ଓ କାହା ସହ କଥା ନହୋଇ ଏହାକୁ ବାହାରେ ଫିଙ୍ଗିଦେବା ଉଚିତ । ଏହା କରିବାଦ୍ୱାରା ଘରୁ ନକରାତ୍ମକ ଛାୟା ସବୁଦିନ ପାଇଁ ଦୂର ହୋଇଯାଇଥାଏ ।
ଘରର ସୁଖ ସମୃଦ୍ଧି ବଢିବ ପାଇଁ ମହିଳାମାନେ ଏହି କାର୍ଯ୍ୟ ପ୍ରତି ଧ୍ୟାନ ଦିଅନ୍ତୁ plate not wash 1
ପଢନ୍ତୁ ;

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଘର ଉପରକୁ ଢେଲାମାଡ଼, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଏହି ସବୁ ଜିନିଷ ଦାନ କରନ୍ତୁ ନାହିଁ , ନଚେତ ହୋଇ ପାରନ୍ତି ଋଣି

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଗଣେଶଙ୍କ ପୂଜା କଲେ , କ ‘ ଣ ଲାଭ ମିଳେ ଜାଣନ୍ତୁ ?

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଚାନ୍ଦି ହାତୀ ରଖିବାଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More