କୁହୁଳୁଛି ACF ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲାପାରଳାଖେମୁଣ୍ଡିର ବହୁଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଟ୍ଵିଷ୍ଟ। ଥମିଯାଇଥିବା ହତ୍ୟାମାମଲାରେ ପତ୍ନୀ ବିଦ୍ୟାଭାରତୀ, DFO ଏବଂ ରୋଷେୟାଙ୍କୁ ସମନ୍ ଜାରି କଲେ କୋର୍ଟ।ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନ ଅନୁସାରେ ହତ୍ୟା ଏବଂ ଅପରାଧିକ ଷଡ଼ଯନ୍ତ୍ର ରଚିବା ଦଫାରେ ବିଚାର ହେବ।ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ ତାରିଖରେ ହାଜର ହେବାକୁ ସମନ କରାଯାଇଛି।
ସୂଚନାନୁସାରେ, ଗତ ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ ।ସରକାରୀ କ୍ୱାର୍ଟରରେ ରହୁଥିବା ସମୟରେ ରାତି ପାଖାପାଖି ୯ଟା ସମୟରେ ହଠାତ୍ ସୌମ୍ୟଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବିଦ୍ୟାଭାରତୀୟ ଏନେଇ ତାଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ ଓ ଏହାପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ତାଙ୍କୁ ଅଫିସ୍ ଗାଡ଼ିରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆମ୍ବୁଲାନ୍ସରେ ସୌମ୍ୟ ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କୁ ବ୍ରହ୍ମପୁର ନେବା ସମୟରେ ଆମ୍ବୁଲାନ୍ସ ବାଟରେ ଅଟକିଥିଲା । ଏହାକୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ସେନେଇ ପାରଳାଖେମୁଣ୍ଡି ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଖୋଳତାଡ଼ କରିଥିଲେ ।ସୌମ୍ୟଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା କମ୍ପେ୍ଲନ୍ କେସ୍ ଦାୟର କରିଥିଲେ । ଏହି ମାମଲାରେ ପୂର୍ବରୁ ଫିଏଫଓ ଏବଂ ରୋଷେୟାଙ୍କର ଲାଇ ଡିଟେକ୍ସନ କରାଯାଇଥିଲା । ତେବେ ସୌମ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ତାଙ୍କର ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହିତ ଡିଏଫଓଙ୍କର ଖରାପ ସମ୍ପର୍କ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ଏହି ଘଟଣାରେ ସୌମ୍ୟଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ, ଡିଜପିଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ ।