VASTU

ଶାସ୍ତ୍ର ଅନୁଯାୟୀ ଏହି କଥା ମାନିଲେ ଆପଣଙ୍କୁ ନିଶ୍ଚିନ୍ତ ମିଳିବ ସଫଳତା !

ନିଜ ଜୀବନରେ ସଫଳତା ପାଇବାକୁ ସମସ୍ତେ ଚେଷ୍ଟା କରିଥାନ୍ତି। ଜୀବନରେ ସଫଳତା ପାଇବା ପାଇଁ କେତୋଟି କଥା ଉପରେ ଧ୍ୟାନ ଦେଲେ ଆପଣ ନିଶ୍ଚିନ୍ତ ଉନ୍ନତି କରିପାରିବେ। ଶାସ୍ତ୍ର ପୁରାଣ ହେଉବା ଗୁରୁଜନ ମାନଙ୍କ କଥା ହେଉ । ସେମାନେ କଣ କୁହନ୍ତି ଯେଉଁ କଥା ମାନିଲେ ଆମକୁ ସଫଳତା ମିଳିଥାଏ। ଶାସ୍ତ୍ରରେ ଲେଖଥିବା କଥା ଏବଂ ଗୁରୁଜନ କଥାକୁ କେବେ ଅବମାନନା କରନ୍ତୁ ନାହିଁ।

ଜାଣନ୍ତୁ କେଉଁ କଥାକୁ ଦୂରକୁ ରଖିଲେ ସଫଳତା ମିଳିଥାଏ-

  • ଅଳ୍ପ ଜ୍ଞାନ -କୈାଣସି କାମରେ ସଫଳତା ପାଇବା ଏତେ ସହଜ ନୁହେଁ । କାମରେ ସଫଳତା ପାଇବା ପାଇଁ ଗଭୀର ଜ୍ଞାନର ନିତ୍ୟାନ୍ତ ଆବଶ୍ୟକ । କିନ୍ତୁ ଅନେକ ବ୍ୟକ୍ତି ଅଳ୍ପ ଜ୍ଞାନ ନେଇ କାମ କରି ବିଫଳ ହୁଅନ୍ତି।
  • ମୋହ- ଅତ୍ୟଧିକ ମୋହ ରହିବା ଫଳରେ ବ୍ୟକ୍ତି ଭୁଲ ଠିକର ବିଚାର କରିପାରେ ନାହିଁ । ତେଣୁ ସଫଳ ହେବାକୁ ହେଲେ କୈାଣସି ଜିନିଷ ପ୍ରତି ମୋହ ଛାଡିବାକୁ ପଡିବ।
  • ଏକାଗ୍ରତାର ସହିତ କାମ କରିବା-ସବୁଠୁ ବଡ଼ କଥା କୈାଣସି କାମରେ ସଫଳତା ପାଇବାକୁ ହେଲେ ଆମକୁ ସେ କାମ ସ୍ଥିର ମନ ଓ ଏକାଗ୍ରତାର ସହିତ କରିବାକୁ ପଡିବ ତାହାଲେ ସେଇ କାମରେ ସଫଳତା ମିଳିବ।
  • ଅହଂକାର-ଅହଂ ଭାବନା ସବୁବେଳେ ମଣିଷକୁ ପଛକୁ ଟାଣି ନେଇଥାଏ । କାରଣ ଅହଂକାର ମଣିଷ ସ୍ୱଭାବରେ ରହିବା ଦ୍ୱାରା ମଣିଷ ନିଜକୁ ସବୁବେଳେ ଉଚ୍ଚ ଭାବିଥାଏ ଓ ଅନ୍ୟକୁ ତୁଚ୍ଛ ଭାବିଥାଏ । ଏହି କାରଣ ପାଇଁ ମଣିଷ ପଛକୁ ପଛକୁ ଚାଲି ଯାଇଥାଏ କିନ୍ତୁ ସେ ଜାଣି ପରେ ନାହିଁ।
  • କ୍ରୋଧ-ମନର ଇଚ୍ଛା ହେଉ କିମ୍ବା କୈାଣସି କାମ ପୁରାଣ ନହେଲେ ମଣିଷ ମନରେ କ୍ରୋଧ ଆସିଥାଏ । ଯିଏ ଏହି କ୍ରୋଧକୁ ଆୟତ କରିପାରେ ସେ ସଫଳତା ପାଏ କିନ୍ତୁ ଯିଏ ଆୟତ ନକରି ପାରେ ତାର ଜୀବନରେ ବହୁତ ବଡ କ୍ଷତି ହୁଏ।

ପଢନ୍ତୁ;

ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

Related posts

ଆସନ୍ତୁ ଜାଣିବା ଦିଗ ଅନୁଯାଇ ଶୋଇବାର ସଠିକ ଶୈଳୀ କିପରି ହେବା ଉଚିତ

Ratnamani Moharana

ରବିବାର ଦିନ କରନ୍ତୁ ଏହି କାର୍ଯ୍ୟ ,ଦୂର ହେବ ଅନେକ ସମସ୍ୟା

ENO Beuro

ଅନ୍ୟ କାହାର ଏହି ପାଞ୍ଚଟି ଜିନିଷ ବ୍ୟବହାର କରନ୍ତୁ ନାହିଁ , ନଚେତ ବିପଦର ସମ୍ମୁଖୀନ ହୋଇପାରନ୍ତି

ENO Beuro

1 comment

Leave a Comment