News

ଏସିଡ ମାଡରେ ଗୋଟିଏ ପରିବାରର ୩ଜଣ ଆହତ

acid

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଗାଁରେ ଏକ ପରିବାର ଉପରେ ଏସିଡ୍‌ ମାଡ଼ ହୋଇଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି। ଏସିଡ୍‌ ମାଡରେ ହିମାଂଶୁ ବାରିକ, ତାଙ୍କ ପତ୍ନୀ ନମିତା ବାରିକ ଓ ଦୁଇ ବର୍ଷର ଝିଅ ଶୁଭଶ୍ରୀ ଆହତ ହୋଇଛନ୍ତି। ହିମାଂଶୁଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଉଦ୍ଧାର କରାଯାଇ କଟକର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

acid

ସୂଚନାଯୋଗ୍ୟ,ଗତକାଲି ରାତିରେ ହିମାଂଶୁ ବାରିକଙ୍କ ପରିବାରର ସଦସ୍ୟମାନେ ଶୋଇଥିବା ବେଳେ ଝରକା ବାଟେ ଏସିଡ୍‌ ଫିଙ୍ଗି ଦୁର୍ବୃତ୍ତ ଫେରାର ହୋଇଯାଇଥିଲା। ସେମାନଙ୍କ ଚିତ୍କାର ଶୁଣି ପରିବାର ଲୋକ ଘଟଣାସ୍ଥଳକୁ ଆସିବା ପରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏ ଘଟଣା ନେଇ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ଏସିଡ ମାଡର କାରଣ ଜଣାପଡ଼ିନାହିଁ। ତେବେ ଏସିଡ୍‌ ମାଡର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ କରୁଛି।

ପଢନ୍ତୁ;ଆଲୋକନାଥଙ୍କ ନାମରେ ବଳତ୍କାର ଅଭିଯୋଗ

Related posts

ତିତଲି ପ୍ରଭାବିତ ଲୋକଙ୍କ ପାଇଁ ପ୍ୟାକେଜ୍ ଘୋଷଣା କଲେ ରାଜ୍ୟ ସରକାର

ENO Beuro

ଫିଲ୍ମ ନିର୍ମାତା ଦିଲ୍ଲୀପ ପଟ୍ଟନାୟକଙ୍କ ପରଲୋକ

ENO Beuro

କୋଚିରେ ଖୋଲିଛି ଦେଶର ପ୍ରଥମ କିନ୍ନରଙ୍କ ସ୍କୁଲ,ଅଧାରୁ ପାଠ ଛାଡ଼ୁଥିବା କିନ୍ନରଙ୍କୁ ମିଳିବ ଶିକ୍ଷାର ସୁଯୋଗ!

ENO Beuro

Leave a Comment