Loading...

କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

କଏନ୍‌ ‌ନେବାକୁ ମନା କଲେ କାର୍ଯ୍ୟାନୁଷ୍ଠାନ ହେବ: ରିଜର୍ଭ ବ୍ୟାଙ୍କ

କଏନ ‌ଗ୍ରହଣ କରିବାକୁ କୌଣସି ଦୋକାନି କିମ୍ବା ବ୍ୟବସାୟୀ ମନା କରିପାରିବେ ନାହିଁ। ଯେଉଁମାନେ ସେଭଳି କାମ କରିବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

କଏନ ‌ଗ୍ରହଣ କରିବାକୁ କୌଣସି ଦୋକାନି କିମ୍ବା ବ୍ୟବସାୟୀ ମନା କରିପାରିବେ ନାହିଁ। ଯେଉଁମାନେ ସେଭଳି କାମ କରିବେ ସେମାନଙ୍କ ପାଇଁ ଭାରତ ସରକାରଙ୍କ ପକ୍ଷରୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନ୍ ସମ୍ପର୍କିତ କୌଣସି ବିଭ୍ରାନ୍ତୀକରଣ ସୂଚନା କିମ୍ବା ଗୁଜବକୁ ବିଶ୍ବାସ ନକରିବା ଲାଗି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କଏନେଜ୍ ଆକ୍ଟ ୨୦୧୧ରେ କଏନ୍‌କୁ ନେଇ ବିଭିନ୍ନ ପ୍ରକାର ଦଣ୍ଡବିଧାନର ବ୍ୟବସ୍ଥା କରାଯାଇଛି।


ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ବରର ଜଣେ ଅଧିକାରୀଙ୍କ କହିବାନୁସାରେ ରିଜର୍ଭ ବ୍ୟାଙ୍କର ଦାୟିତ୍ବ ହେଉଛି କେବଳ କଏନ ବିତରଣ କରିବା। କଏନ୍‌କୁ ଭାରତ ସରକାର ତିଆରି କରନ୍ତି। କେବଳ ବାଣ୍ଟିବା ପାଇଁ ଆମକୁ ଦିଆଯାଏ। କୌଣସି ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରିବାର କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ। ୨୦୧୧ର କଏନେଜ୍‌ ଆକ୍ଟରେ କଏନ ପ୍ରଚଳନକୁ ନେଇ ବିଭିନ୍ନ ବ୍ୟବସ୍ଥ‌ା ନିର୍ଧାରଣ କରାଯାଇଛି। ‌‌ବେଆଇନ ଭାବେ ରଖିବା ଓ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ ପାଇଁ ସେଥିରେ ଦଣ୍ଡବିଧାନର ବ୍ୟବସ୍ଥା ରହିଛି। କଏନ୍‌ ସମ୍ପର୍କିତ କିଛି ଅପରାଧରେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଓ ଜରିମାନାର ବ୍ୟବସ୍ଥା ରହିଛି। କିନ୍ତୁ କଏନ୍ ଗ୍ରହଣ କରୁନଥିବା ବ୍ୟକ୍ତିଙ୍କ ବିରୋଧରେ କ’ଣ ଦଣ୍ଡ ତାହା କଏନେଜ୍ ଆକ୍ଟରେ ନିର୍ଦ୍ଦିଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.