Celebs News

ଟିକଟକ୍ ରେ ବିବାଦୀୟ ଭିଡିଓ ସେୟାର୍ କରି ଗିରଫ ହେଲେ ଅଭିନେତା ଏଜାଜ୍ ଖାନ୍

Untitled 1

ଟିକଟକ୍‍ ଆପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭିଡିଓ ଅପଲୋଡ଼ କରିବା ଅଭିଯୋଗରେ ବିବାଦୀୟ ଅଭିନେତା ଏଜାଜ ଖାନଙ୍କୁ ଗୁରୁବାର ମହାରାଷ୍ଟ୍ର ସାଇବର ପୁଲିସ୍‍ ଗିରଫ କରିଛି। ଟିକଟକ୍ ଷ୍ଟାର ଫେଜୁଙ୍କ ସମର୍ଥନରେ ଭିଡିଓ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ଲାଗିଛି । ବାସ୍ତବରେ ଏହି ମାମଲା ମହାରାଷ୍ଟ୍ର ଭିଡହିଂସା ସହ ଜଡିତ ଅଛି । ନିକଟରେ ଟିକଟକରେ ୭ ଜଣ ଯୁବକ ତବରେଜ୍ ଅନ୍ସାରୀ ଭିଡହିଂସା  ମାମଲାରେ ଏକ ଭିଡିଓ ଜାରି କରିଥିଲେ । ଏହି ଭିଡିଓକୁ ନେଇ ଚାରିଆଡେ ହୋହଲ୍ଲା ହୋଇଥିଲା । ଏଥିରେ ଟିକଟକ୍ ଷ୍ଟାର ଫେଜୁଙ୍କ ଆକାଉଣ୍ଟ୍ ଡିଲିଟ୍ କରିବା ସହ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି ।

ତେବେ ଏଜାଜ୍ ଖାନଙ୍କ ଉପରେ ଧର୍ମ ନାଁରେ ଦୁଇ ସମୁଦାୟଙ୍କ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ତଥା ଉସୁକାଇବା ଏବଂ ଏହାର ଭିଡିଓ ସୋସିଆଲ୍ ମିଡିଆରେ ସେୟାର୍ କରିବା ଅଭିଯୋଗରେ ଏଜାଜଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ୍ । ମୁମ୍ବାଇର ପୋଲିସର ସାଇବର୍ ସେଲ୍ ରେ ଏବେ ଏଜାଜଙ୍କୁ ପଚରାଉଚରା କରାଯାଉଛି ।  ଏଥିପାଇଁ ଅଜାଜଙ୍କୁ ୫ ବର୍ଷ ପାଇଁ ଜେଲ ବା ୫,୦୦,୦୦୦ ଟଙ୍କାର ଜରିମାନା ଦେବାକୁ ପଡିପାରେ।ଅଜାଜଙ୍କ ପାଇଁ ଏହା କୌଣସି ନୂଆଁ କଥା ନୁହେଁ।  ଏହା ପୂର୍ବରୁ ମଧ୍ୟ ଡ୍ରଗ୍ସ ରଖିବା ଅଭିଯୋଗରେ ପୋଲିସ ଅଜାଜଙ୍କୁ ଥରେ ଗିରଫ କରିଥିଲା।

ପଢନ୍ତୁ: ଇଟାଲୀର ନାପୋଲିରେ ଚମକିଲେ ଦୂତୀ ଚାନ୍ଦ, ଇଂରାଜୀ ପତ୍ରିକାର କଭର୍‌ ପେଜ୍‌ରେ ଚମକିଲେ

 

Related posts

After A Long Distance Odia Actor Bobby Mishra Again In Ollywood

Jitendra

Ollywood Actor Deepak

Jitendra

Odia TV Serial Actress Devika Arundhati Samal

Jitendra

Leave a Comment