News

ବର୍ଷୀୟାନ ଅଭିନେତା ଓ ସାହିତ୍ୟକାର ଗିରୀଶ କନ୍ନଡ଼ଙ୍କ ପରଲୋକ

Gi

ପଦ୍ମ ପୁରସ୍କାରପ୍ରାପ୍ତ ପ୍ରସିଦ୍ଧ ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ ଗିରିଶ କର୍ଣ୍ଣାଡ଼ଙ୍କର ଆଜି ପରଲୋକ ହୋଇଯାଇଛି।  ମଲ୍ଟିପଲ ଅର୍ଗାନ ଫେଲ ଯୋଗୁଁ ଗିରିଶଙ୍କ ମୃତ୍ୟୁ ହୋଇଛି । ଅନେକ ଦିନ ହେଲା ଗିରିଶ ଅସୁସ୍ଥ ଥିଲେ । ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଆଜି ସକାଳ ସାଢ଼େ ୬ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା।

ସେ ୧୯୬୧ ମସିହାରେ ସ୍ୱରଚିତ ୟଗତି ନାଟକ  ପାଇଁ ଚର୍ଚ୍ଚିତ ହୋଇଥିଲେ। ତାଙ୍କ ରଚିତ ଅନ୍ୟାନ୍ୟ ପ୍ରସିଦ୍ଧ ନାଟକ ମଧ୍ୟରେ ରହିଛି ତୁମ ଲକ୍‌,ହାୟାଭାଡାନା ,ନାଗାମଣ୍ଡାଲା,ଆଦି। କନ୍ନଡ ନାଟ୍ୟକାର ଗିରିଶ କର୍ଣ୍ଣଡ଼ଙ୍କୁ ଭାରତ ସରକାର ୧୯୭୪ରେ ପଦ୍ମଶ୍ରୀ ଓ ୧୯୯୨ରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ। ୧୯୯୯ରେ ସାହିତ୍ୟ ଜଗତର ସର୍ବୋଚ୍ଚ ସମ୍ମାନ ‘ଜ୍ଞାନପୀଠ’ ପୁରସ୍କାର ଲାଭ କରିଥିଲେ।‘ନିଶାନ୍ତ’, ‘ମନ୍ଥନ’, ‘ସ୍ୱାମୀ’, ‘ପୁକାର’, ‘ଇକ୍‌ବାଲ୍‌’ ଓ ‘ଡୋର୍‌’ ଭଳି ଚର୍ଚ୍ଚିତ ହିନ୍ଦୀ ଫିଲ୍ମରେ ସେ କାମ କରିଛନ୍ତି।ସଲମାନ ଖାନ୍‌ଙ୍କ ଅଭିନୀତ ‘ଏକ୍‌ ଥା ଟାଇଗର୍‌’ ଓ ଏହାର ସିକ୍ୱେଲ୍‌ ‘ଟାଇଗର ଜିନ୍ଦା ହୈ’ରେ ବି  ସେ ଅଭିନୟ କରିଥିଲେ।  ଗିରିଶଙ୍କ ପରଲୋକ ଖବର ପାଇଁ ବଲିଉଡ୍‌ ଜଗତର ଅନେକ କଳାକାର ତାଙ୍କ ବାସଭବନକୁ ଶେଷ ଦର୍ଶନ ପାଇଁ ଆସିଛନ୍ତି ।

ପଢନ୍ତୁ : ପାଟକୁରା ନିର୍ବାଚନ ରଣନୀତି ପ୍ରସ୍ତୁତିରେ ୩ ପ୍ରମୁଖ ଦଳ

Related posts

ଅନଶନ ଭଙ୍ଗ କଲେ ଆନ୍ନା ହଜାରେ 

ENO Beuro

ଏବେ ରେଳ ଯାତ୍ରୀମାନଙ୍କୁ ମିଳିବ ଏୟାରଲାଇନ୍‌ସ ସୁବିଧା – ରେଳବାଇ

ENO Beuro

ଭୁବନେଶ୍ବରରେ ବ୍ୟାନ୍ ପରେ ବି ବ୍ୟବହାର ହେଉଛି ପଲିଥିନ୍

Ratnamani Moharana

Leave a Comment