Entertainment

ଜାଣନ୍ତୁ ଜାନି ବାବୁଙ୍କ ଜୀବନୀ କଥା

ବ୍ରାହ୍ମଣ ଝରିଲୋ, ଫୁଲ୍ ନଖରା, କଟକର ମହମ୍ମଦ ଲିୟାକତ୍ ଅଲ୍ଲୀ ଓ ହୁସନାରା ବେଗମ୍ ଙ୍କ କୋଳରେ ୦୧-୦୪-୧୯୯୦ରେ ଜନ୍ମ ନିଅନ୍ତି ଜାନି ବାବୁ । ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ବେଶ୍ ଆଗ୍ରହ ଥିଲା । ସ୍କୁଲ୍ ରେ ପଡୁଥିବା ବେଳେ ଏକକ ଅଭିନୟ କରି ବହୁବାର ପୁରସ୍କୃତ ମଧ୍ୟ ହୋଇଛନ୍ତି ସେ । ବ୍ରାହ୍ମଣ ଝରିଲୋ ମହାବିଦ୍ୟାଳୟରେ ମଧ୍ୟ ଦୁଇ ଦୁଇ ଥର ଡ୍ରାମାଟିକ୍ ସେକ୍ରେଟାରୀ ହୋଇଛନ୍ତି । ଆହୁରି ମଧ୍ୟ ସେ ସେହି କଲେଜ୍ ରେ ଗୋଟିଏ ବର୍ଷ ସଭାପତି ହୋଇଥିଲେ । ସେ ଜଣେ ପରୋପକାରୀ ଛାତ୍ର ଭାବେ କଲେଜ୍ ଅଧ୍ୟାପକ ଓ ଛାତ୍ରଙ୍କ ନିକଟରେ ବେଶ୍ ପରିଚିତ ଥିଲେ । ମା’ ଦକ୍ଷିଣକାଳୀ କ୍ରିଏସନ୍ ର ” ସେ ହାତ ଲେଖା ଚିଠି ” ଆଲବମ୍ ରେ ଅଭିନୟ କରିବା ସଙ୍ଗେ ସଙ୍ଗେ ସେ ସାର୍ଥକ ଏବଂ ଅନ୍ୟାନ୍ୟ କ୍ରିଏସନ୍ ରେ ମଧ୍ୟ କାମ କରିଛନ୍ତି ।

ଓଡିଶାର ସୋନି କ୍ୟାମେରାର ବ୍ରାଣ୍ଡ  ଆମ୍ଭାସାଡର ” ବିରେନ୍ ପଟ୍ଟନାୟକ ” ଙ୍କ ପାଖେ ପ୍ରଥମଥର ଫୋଟଗ୍ରାଫି କରିଥିଲେ ଏବଂ ଏହା ପରେ ସେ ଓଡିଆ ଆଲବମ୍ ଜଗତରେ ପାଦ ଥାପି ଥିଲେ କିନ୍ତୁ ପୁଣିଥରେ ଏମ୍.ବି.ଏ ପାଇଁ ସେ ଓଲିଉଡ୍ ଜଗତରୁ ଦୂରେଇ ଯାଇଥିଲେ । ବିଗତ କିଛି ବର୍ଷପରେ ତାଙ୍କୁ ” ଏମିତି ବି ହେଇପାରେ ” ଚଳଚ୍ଚିତ୍ର ରେ ଏକ ଗୁରୁତ୍ଵପୂର୍ଣ୍ଣ କ୍ୟାରେକ୍ଟର ମିଳିବାରୁ ସେ ପୁନର୍ବାର ଓଲିଉଡ୍ ଜଗତରେ ଫେରିଥିଲେ ।

ବର୍ତ୍ତମାନ ତାଙ୍କର ଆଉ ଏକ ଚଳଚ୍ଚିତ୍ର ” ଏ ଦିଲ୍ ତତେ ଦେଲି ” ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ ଏକ ମୁଖ୍ୟ ଭୂମିକାରେ ଯେଉଁଥିରେ ସେ ଦର୍ଶକଙ୍କ ମନ କିଣିବା ପାଇଁ ଏଥର ଜବରଦସ୍ତ ଆକ୍ସନ୍ ସହ ଆସୁଛନ୍ତି ଏହି ଚଳଚ୍ଚିତ୍ର ମାଧ୍ୟମରେ।

ସେ ଯେତେବେଳେ ତୃତୀୟ ଶ୍ରେଣୀରେ ପଡୁଥିଲେ ତାଙ୍କ ଜୀବନରେ ଏକ ବଡଧରଣର ଅଘଟଣ ଘଟିଥିଲା , ସେ କ୍ରିକେଟ୍ ଖେଳିବା ପାଇଁ ଘରୁ ବାହାରୁଥିଲେ ଏବଂ ହଟାତ୍ ସାମନ୍ନାରୁ ଗୋଟେ ଗାଡି ତାଙ୍କୁ ଧକ୍କା ଦେଇଥିଲା ଯାହା ପାଇଁ ସେ ୧୨ ଦିନ କାଳ କୋମାକୁ ଚାଲିଯାଇଥିଲେ । ତାଙ୍କ ଘରେ ଆଶା ଛାଡିଦେଇଥିଲେ କିନ୍ତୁ ତାଙ୍କ ଜେଜେ ବାପା ମହମ୍ମଦ ରସୁଲ୍ ସେତେବେଳେ ଆଶା ନ ଭାଙ୍ଗି ତାଙ୍କୁ ନେଇ ଚିକିସା କରାଇଥିଲେ ଓ ଏହାପରେ ସେ ନୂତନ ଜୀବନ ପାଇଥିଲେ କୁହନ୍ତି । ଜାନି ବାବୁ କୁହନ୍ତି ତାଙ୍କର ଏଟା ଦ୍ଯିତୀୟ ଜୀବନ କେବଳ ତାଙ୍କ ଜେଜେବାପାଙ୍କ ପାଇଁ ।

ଜାନି ବାବୁଙ୍କର କ୍ରିକେଟ୍ ଖେଳିବା , ଆକଟିଂ କରିବା , ଡ୍ୟାନ୍ସ କରିବା ଏବଂ ସମାଜ ସେବା କରିବା ତାଙ୍କର ବଡ ସଉକ ଅଟେ ସେ କହିଛନ୍ତି ।

ତାଙ୍କର ପ୍ରିୟ ଅଭିନେତା ଯାହାଙ୍କୁ ସେ ଅନୁସରଣ କରି ଆଜି ଏ ଯାଏଁ ପହଞ୍ଚିଛନ୍ତି ସେ ହେଉଛନ୍ତି ଓଡିଆ ସିନେ ଜଗତର ” ସିଦ୍ଧାନ୍ତ ମହାପାତ୍ର ” , ” ଅପରାଜିତା ମହାନ୍ତି ” ଏବଂ ହିନ୍ଦୀ ସିନେ ଜଗତର ” ସଲମାନ୍ ଖାନ୍ ” , ପ୍ରୀତି ଜିନ୍ତା ” ।

ଶେଷରେ ତାଙ୍କୁ ଯେତେବେଳେ ତାଙ୍କ ଜୀବନସାଥୀ କଥା ପଚରାଗଲା ସେ ହସି କହିଲେ , ତାଙ୍କ ଜୀବନରେ ଏମିତି କିଏ ବି ଆସି ନାହାନ୍ତି ସେ ଯେତେବେଳେ କଲେଜ୍ ରେ ପଡୁଥିଲେ ତାଙ୍କ ପଛରେ ବହୁତ ଝିଅ ପ୍ରପୋଜ୍ କରିଥିଲେ କିନ୍ତୁ ସେ ଗ୍ରହଣ କରିନଥିଲେ । ସେ କୁହନ୍ତି ଯଦି ଏବେ କଉ ଝିଅ ଯଦି ତାଙ୍କୁ ପ୍ରପୋଜ୍ କରିବ ତେବେ ସେ ସେ ଝିଅର ଗୁଣ ଏବଂ ସେ ଝିଅକୁ କିଛି ଦିନ ସମୟ ଦେଇ ଭଲରେ ଅନୁଧ୍ୟାନ କରି ତାର ପ୍ରେମକୁ ଗ୍ରହଣ କରିବେ ।

ଶେଷରେ ସେ #ENewsOdia କୁ ଧନ୍ୟବାଦ୍ ଜଣାଇଛନ୍ତି ।

ପଢନ୍ତୁ ;

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

Related posts

ସିଲ୍ପା ସେଟ୍ଟୀଙ୍କ ପତି ରାଜ କୁନ୍ଦ୍ରାଙ୍କୁ ଇଡିର ସମନ !

ENO Beuro

ସ୍ୱର୍ଗତ ଶ୍ରୀଦେବୀଙ୍କ ଜୀବନୀ ଉପରେ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର

ENO Beuro

ନିଜର ପୁରୁଣା ସଂପର୍କ ଭାଙ୍ଗିବା ପଛରେ ଥିବା କାରଣ କହିଲେ ଶରଦ ମାଲହୋତ୍ରା

ENO Beuro

1 comment

Leave a Comment