26.1 C
Bhubaneswar
September 28, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ମାୟନଗରୀ ମୁମ୍ବାଇର ଲଗାତାର ବର୍ଷାରେ ବିଗିଡିଲା କୁଶାଲ ଟଣ୍ଡନଙ୍କ ରେଷ୍ଟୁରାଣ୍ଟର ଅବସ୍ଥା

ଗତବର୍ଷ ମୁମ୍ବାଇରେ ଏକ ରେଷ୍ଟୁରାଣ୍ଟ ଖୋଲିଥିଲେ ଟିଭି ଅଭିନେତା କୁଶାଲ ଟଣ୍ଡନ । ତାଙ୍କ ରେଷ୍ଟୁରାଣ୍ଟର ନାଁ Arbour 28- All Day Kitchen & Bar । ତେବେ ନିକଟରେ ଅଭିନେତା ଫ୍ୟାନ୍ସଙ୍କ ସହ ଏକ ଦୁଃଖ ଖବର ସେୟାର କରିଛନ୍ତି । ସେ ଇନଷ୍ଟା ଷ୍ଟୋରୀରେ ଭିଡିଓ ସେୟାର କରି କହିଛନ୍ତି ଯେ, ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତାଙ୍କ ରେଷ୍ଟୁରାଣ୍ଟର ଅନେକ କ୍ଷୟକ୍ଷତି ହୋଇଛି ।

ସେ ତାଙ୍କ ରେଷ୍ଟୁରାଣ୍ଟର ଭିଡିଓ ଏବଂ  ଫଟୋ ସେୟାର କରି ଲେଖିଛନ୍ତି ଯେ, ଧନ୍ୟବାଦ ମୁମ୍ବାଇର ବର୍ଷା ମୋ ରେଷ୍ଟୁରାଣ୍ଟ ସହିତ ଏମିତି କରିବା ପାଇଁ । କାହିଁକି ନାଁ କରୋନା ଯଥେଷ୍ଟ ନଥିଲା । ତୁମେ ଏହା କରି ଦେଖାଇଲ । ଏହାରି ମଧ୍ୟରେ ଭଲ କଥା ହେଉଛି, କୌଣସି ଓ୍ବାଚମ୍ୟାନ କିମ୍ବା ଗାର୍ଡଙ୍କ କୌଣସି ଅସୁବିଧା ହୋଇନାହିଁ । କୁଶାଲଙ୍କ ଏହି ରେଷ୍ଟୁରାଣ୍ଟ ୨୦୨୦ରେ ଲଞ୍ଚ ହୋଇଥିଲା ।

ପଢନ୍ତୁ: ଦେଶୀ ଅନ୍ଦାଜରେ ନଜର ଆସିବେ ନୋରା

Related posts

ଘନ କୁହୁଡ଼ି ସହ ଥରାଉଛି ଶୀତ

Ratnamani Maharana

ରାଜ୍ୟରେ ଖୋଲିବ ଷଷ୍ଠ, ସପ୍ତମ ଏବଂ ଅଷ୍ଟମ ଶ୍ରେଣୀ

Ratnamani Maharana

ଶ୍ରୀମନ୍ଦିର, ଲିଙ୍ଗରାଜ ପରେ ଏବେ କୋଣାର୍କ ପାଳି

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More