Entertainment

ଅଭିନେତା ନରେନ୍ଦ୍ର ଝାଙ୍କର ପରଲୋକ!

“ଆର ପାରିରେ ନରେନ୍ଦ୍ର ଝା”

ବଲିଓଡର ଜଣେ ବିଶିଷ୍ଟ ଅଭିନେତା ନରେନ୍ଦ୍ର ଝାଙ୍କର ଦେହାନ୍ତ ହୋଇଛି । ମାତ୍ର ୫୫ ବର୍ଷ ବୟସରେ ଆଜି ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି।ଫିଲ୍ସ ଓ ଟିଭି ପରଦାରେ ବେଶ ଜଣାଶୁଣା ଅଭିନେତା ଥିଲେ ନରେନ୍ଦ୍ର ଝା।

୧୯୬୨ ମସିଆ ଏପ୍ରିଲ ୨୮ରେ ସେ ବିହାରର ମଧୁବାଣୀଠାରେ ଜନ୍ମଗ୍ରହଣ କରିଥିଲେ । ନରେନ୍ଦ୍ର ୧୯୯୨ରେ ଅଭିନୟ ଜଗତରେ ପାଦ ଦେଇଥିଲେ । ସେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରୁ ଇତିହାସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଅଭିନୟରେ ଡିପ୍ଲୋମା କରି ଅଭିନୟ ପାଇଁ ମୁମ୍ବାଇକୁ ଆସିଥିଲେ।

ସୂଚନାଅନୁଯାୟୀ,ଆଜି ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳେ ନାସିକରେ ଥିବା ତାଙ୍କ ଫାର୍ମହାଉସରେ ସେ ପ୍ରାଣତ୍ୟାଗ କରିଛନ୍ତି।

ସେ ଟିଭି ସୋ ‘ହବନ’ରେ ମଧ୍ୟ ଅଭିନୟ କରିଥିଲେ। ଶ୍ରୀ ଝା ବହୁ ସୁପରହିଟ ସିନେମାରେ ଅଭିନୟ କରିଛନ୍ତି। ତାଙ୍କ ଅଭିନିତ ସିନେମା ଗୁଡିକ ହେଲା ହାଇଦର, ଘାୟଲ ୱାନସ୍ ଏଗେନ୍, ମହେଞ୍ଜୋଦାରୋ, କାବିଲ, ରଇସ୍ ଭଳି ସଫଳ ସିନେମାରେ ଅଭିନୟ କରିଛନ୍ତି । ନରେନ୍ଦ୍ରଙ୍କ ବିୟୋଗରେ ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି । ସେ ବେଷ୍ଟ ଆକ୍ଟର ଇନ୍ ଲିଡ୍ ରୋଲ ପାଇଁ ଇଣ୍ଡିଆନ ଟେଲି ଜୁରି ଆୱାଡ ପାଇଛନ୍ତି।

ପଢନ୍ତୁ; କେଉଁ ରାଶିର ଯୋଡିଙ୍କ ଭିତରେ ପ୍ରେମ ହେଲେ କ’ଣ ହୁଏ ଜାଣନ୍ତୁ

Related posts

ପ୍ରଭାସଙ୍କ ସହିତ ଅନୁଷ୍କାଙ୍କ ବିବାହକୁ ନେଇ ଚର୍ଚା, ମୁହଁ ଖୋଲିଲେ ଅନୁଷ୍କା

ENO Beuro

ବିଦେଶୀ ସେଲିବ୍ରିଟିଙ୍କ ସହ ମାଗାଜିନ୍‌ କଭର ପେଜ୍‌ରେ ଐଶ୍ୱର୍ଯ୍ୟା

ENO Beuro

ବହି ଲେଖିବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌

ENO Beuro

1 comment

Leave a Comment