News

ଏମ୍ସରେ ହାସ୍ୟ ଅଭିନେତା ପପୁଙ୍କ ଚିକିତ୍ସା ଆରମ୍ବ : ସ୍ୱାସ୍ଥ୍ୟାବସ୍ଥାରେ ସୁଧାର

ପପୁଙ୍କୁ ଗାଷ୍ଟ୍ରିଓଇନ୍‌ଣ୍ଟ୍ରୋଲୋଜି ବିଭାଗରେ ରଖାଯାଇଛି

ଓଲିଉଡର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଚିକିତ୍ସା ଆରମ୍ବ ହୋଇଯାଇଛି ଦିଲ୍ଲୀ ଏମ୍ସରେ । ଏମ୍‌ସ୍‌ର ବରିଷ୍ଠ ପ୍ରଫେସର ଅନୁପ ସରାଏଙ୍କ ତତ୍ତ୍ୱାବଧାନାରେ ପପୁଙ୍କ ଚିକିତ୍ସା ଆରମ୍ଭ କରାଯାଇଛି। ପପୁଙ୍କୁ ଗାଷ୍ଟ୍ରିଓଇନ୍‌ଣ୍ଟ୍ରୋଲୋଜି ବିଭାଗରେ ରଖାଯାଇଛି । ଏମ୍‌ସ୍‌ର ବରିଷ୍ଠ ପ୍ରଫେସର ଅନୁପ ସରାଏ କହିଛନ୍ତି , ପପୁଙ୍କ ପପୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି ଏବଂ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ପପୁଙ୍କୁ ମଙ୍ଗଳବାର ଦିନ ଏୟାର ଆମ୍ବୁଲାନ୍‌ସରେ ଦିଲ୍ଲୀ ଏମ୍‌ସ୍‌କୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ରାତି ପ୍ରାୟ ୯ଟା ବେଳେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ତିନି ଦିନ ତଳେ ସୁଟିଂ ସେଟରୁ ଘରକୁ ଫେରିବା ସମୟରେ ପପୁଙ୍କ ଶରୀର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲା । ତାଙ୍କୁ ସଙ୍ଗେସଙ୍ଗେ ଖଣ୍ଡଗିରି ନିକଟସ୍ଥ ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରା ଯାଇଥିଲା । ତେବେ ଅଧିକ ଚିକିତ୍ସା ଦରକାର ପଡ଼ିବାରୁ ଦିଲ୍ଲୀ ଏମସ୍‌କୁ ସ୍ଥାନାନ୍ତ କରା ଯାଇଛି।

ପଢନ୍ତୁ ;

ନଭଜୋତ୍‌ ସିଂହ ସିଦ୍ଧୁଙ୍କୁ ହଜାରେ ଟଙ୍କା ଜରିମାନା କରି ଦୋଷମୁକ୍ତ କଲେ ସୁପ୍ରିମ କୋର୍ଟ!

Related posts

ନିଜ ଢଙ୍ଗରେ ଭୋଟରଙ୍କୁ ସଚେତନ କଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Ratnamani Moharana

ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

ENO Beuro

ବ୍ୟାଙ୍କ ଚାକିରି କରିବାକୁ ଚହୁଁଛନ୍ତି କି ? ତେବେ ଯଥାଶୀଘ୍ର ଆବେଦନ କରନ୍ତୁ

ENO Beuro

Leave a Comment