News

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ

ଚେକ୍‌ ବାଉନ୍ସ ମାମଲାରେ ରାଜପାଲଙ୍କୁ ଜେଲ୍‌ ଦଣ୍ଡ

ବଲିଉଡ ଜଗତର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଅଦାଲତୀ ଝଟ୍‌କା ଲାଗିଛି । ଚେକ୍‌ ବାଉନ୍ସ ମାମଲାରେ କାରକରଦୁମା କୋର୍ଟ ତାଙ୍କୁ ୬ ମାସ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ।  ତାଙ୍କୁ ଦିଲ୍ଲୀର ଏକ କୋର୍ଟ ଏହି ଦଣ୍ଡ ଘୋଷଣା କରିଛି। ୧୩ ଏପ୍ରିଲରେ ରାଜପାଲଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଆଜି ରାଜପାଲଙ୍କୁ ୬ ମାସର ଦଣ୍ଡ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କୁ ଜାମିନ୍‌ ମିଳିଛି ।

ସୂଚନା ମୁତାବକ , ଅଭିନେତା ରାଜପାଲ ଯାଦବ ଚଳଚ୍ଚିତ୍ର ‘ଅତା ପତା ଲାପତା’ ପାଇଁ ୫ କୋଟି ଟଙ୍କାର ଋଶ ଏକ ଘରୋଇ କମ୍ପାନିଠାରୁ ନେଇଥିଲେ । ରାଜପାଲ ସେହି ଲୋନ୍‌କୁ ଫେରସ୍ତ କରିବା ପାଇଁ ଯେଉଁ ଚେକ୍‌ ଦେଇଥିଲେ ତାହା ବ୍ୟାଙ୍କରେ ବାଉନ୍ସ ହୋଇଯାଇଥିଲା। ଏହି ମାମଲା ସହ ଅନ୍ୟ ୭ଟି ମାମଲାରେ ଦିଲ୍ଳୀର ଏକ ଅଦାଲତ ତାଙ୍କୁ ଏବଂ ତାଙ୍କ ପତ୍ନୀଙ୍କୁ ଏପ୍ରିଲ ୧୩ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲା ।

ରାଜପାଲ ଏହି ଋଣ ତାଙ୍କ ଚଳଚ୍ଚିତ୍ର ପାଇଁ ଲକ୍ଷ୍ମୀ ନଗରସ୍ଥିତ ମୁରଲୀ ପ୍ରୋଜେକ୍ଟର୍ଟ୍ସ ପ୍ରାଇଭେଟ ଲିମିଟେଡ଼ ଠାରୁ ନେଇଥିଲେ । ଚଳଚ୍ଚିତ୍ର ରିଲିଜ ପରେ ଟଙ୍କା ଫେରସ୍ତ ନେଇ ଦୁଇ ଜଣଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା । କିନ୍ତୁ ରାଜପାଲ ଟଙ୍କା ଫେରସ୍ତ ନ କରିବା ସହ କୋର୍ଟର ନୋଟିସରେ ମଧ୍ୟ ଅଦାଲତରେ ହାଜିର ହୋଇ ନ ଥିଲେ । ଏଥିପାଇଁ ବର୍ତ୍ତମାନ ତାଙ୍କୁ ୬ ମାସର ଦଣ୍ଡ ଘୋଷଣା କରାଯାଇଥିବା ବେଳେ ବର୍ତ୍ତମାନ ଜାମିନ୍‌ ମିଳିଛି ।

ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କୁ ୬ ମାସ ଲାଗି ଜେଲ୍‌ଦଣ୍ଡ rajpal 1

ପଢନ୍ତୁ ;

କେଉଁ ସବୁ ରୋଗରୁ ରକ୍ଷା କରେ ଆଖୁରସ ଜାଣନ୍ତୁ ?

Related posts

ଦୁଇଭାଇଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଖବର ନେବାକୁ ଆଜି ଦିଲ୍ଲୀ ଯିବେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

Krishna Kumar Manoj

ଭିକ୍ଷାବୃତ୍ତି ମନା: ହାଇଦ୍ରାବାଦ୍‌ରେ ଦୁର୍ଘଟଣା ରୋକିବା ପାଇଁ ପୁଲିସ୍‌ ଜାରି କଲା ନୋଟିସ

Krishna Kumar Manoj

ଗଣ୍ଡା ପାଇଁ ପ୍ରସିଦ୍ଧ ଆସାମର କାଜିରଂଗା ଜାତୀୟ ଉଦ୍ୟାନ ପୁଣିଥରେ ଖୋଲିଲା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More