30.1 C
Bhubaneswar
October 22, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ବାପା, ମା’ଙ୍କ ବିରୋଧରେ କୋର୍ଟ ଗଲେ ଥାଲାପାଥି ବିଜୟ

ନିଜ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି ସାଉଥ୍ ଆକ୍ଟର ଥାଲାପାଥି ବିଜୟ । ହେଲେ ଏଥର ଫିଲ୍ମକୁ ନେଇ ନୁହେଁ ବ୍ୟକ୍ତିଗତ ବିବାଦକୁ ନେଇ ଚର୍ଚ୍ଚାରେ ବିଜୟ । ନିଜ ବାପା, ମା’ଙ୍କ ସହ ଅନ୍ୟ ୧୧ଜଣଙ୍କ ବିରୋଧରେ କୋର୍ଟରେ ପହଂଚିଛନ୍ତି , ଯାହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି ସୂଚନା ରହିଛି ।କଥା ହେଉଛି ବିଜୟଙ୍କ ବାପା ତଥା ଫିଲ୍ମ ନିର୍ଦ୍ଦେଶକ ଏସ୍ ଏ ଚନ୍ଦ୍ରଶେଖର ନିକଟରେ ଏକ ରାଜନୈତିକ ଦଳ ଗଢିଥିଲେ, ଯାହାର ନାଁ ରହିଛି ଅଲ ଇଣ୍ଡିଆ ଥାଲାପାଥି ବିଜୟ ମୁକ୍କଲ ୟାକାମ୍ ।ଏହାପରେ ବିଜୟ ରାଜିନୀତିରେ ପାଦ ଦେବେ ବୋଲି ଆଲୋଚନା ହେବାକୁ ଲାଗିଲା । ହେଲେ ଏପରି ଗୁଜବକୁ ଏକ ଗଣମାଧ୍ୟମ ଜରିଆରେ ପ୍ରତ୍ୟାକ୍ଷାନ କରିଥିଲେ । ବିଜୟ । ପାର୍ଟିରେ କୌଣସି ଭାବରେ ବିଜୟଙ୍କୁ ସମ୍ପୃକ୍ତ ନକରିବାକୁ ବିଜୟ ତାଙ୍କ ବାପା, ମା’ଙ୍କୁ ପୂର୍ବରୁ ଚେତାଇ ଦେଇଥିବା ସତ୍ତେ୍ୱ ଏହାର ବ୍ୟତିକ୍ରମ ବିଜୟଙ୍କୁ ବ୍ୟଥିତ କରିଛି । ଦଳର ନାଁ ବିଜୟଙ୍କ ନାଁରେ ହେବା ସହ ତାଙ୍କର ଏକ ଫ୍ୟାନ୍ ଗ୍ରୁପକୁ ଦଳରେ ପ୍ରାର୍ଥୀ କରିବାକୁ ଅୁନମିତ ମିଳିଥିବା ଜାଣିବା ପରେ ଏହାକୁ ବିରୋଧ କରି ବାପାଙ୍କ ସହ ୧୧ଜଣଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି ବିଜୟ । ମାଡ୍ରାସ୍ ହାଇକୋର୍ଟ ଏହି ମାମଲାର ଶୁଣାଣି ସେପ୍ଟେମ୍ବର ୨୭ ତାରିଖରେ କରିବେ ।

ପଢନ୍ତୁ: ଅକ୍ଟୋବରରେ ଖୋଲିପାରେ ପ୍ରାଥମିକ ବିଦ୍ୟାଳୟ

Related posts

ପିପିଲି ଉପନିର୍ବାଚନ ପାଇଁ ପୁରୀରେ ଲାଗୁ ହେଲା ଆଦର୍ଶ ଆଚରଣବିଧି

Ratnamani Maharana

ମାତ୍ର ୧୪୧ ଟଙ୍କାରେ କିଣନ୍ତୁ ‘ଜିଓ ଫୋନ୍‌ ୨ ’

Ratnamani Maharana

ଅଲିମ୍ପିକ୍‌ସ ରିଙ୍ଗ ଭିତରେ କାନ୍ଦିଲେ ମେରୀ କମ୍‌

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More