ACTRESSESS

ଚର୍ଚ୍ଚିତ ନାୟିକା ଦେବଯାନୀ ଏବେ ଆକ୍ସନ ମୁଡରେ, ଯାଣନ୍ତୁ ଘଟଣାଟି କ’ଣ

By Krishna Kumar Manoj

November 18, 2017

ସେ ଓଡିଆ ଆଲବମ ହେଉ କିମ୍ବା ସିନେମା ସବୁବେଳେ ଚର୍ଚ୍ଚାରେ ଥାନ୍ତି ନାୟିକା ଦେବଯାନୀ । ଅଭିନୟ, ନୃତ୍ୟ ସେ ସବୁଥିରେ ନିପୁଣ । ଏବେ ବହୁତ ଦିନର ବ୍ୟବଧାନ ପରେ ଆକ୍ସନ ମୁଡରେ ଅଛନ୍ତି ଏହି ନାୟିକା । ଆଜ୍ଞା ହଁ, ନାୟିକା ଦେବଯାନୀଙ୍କୁ ଆପଣ ଦେଖିବେ ପୁଲିସ ଅଫିସର ଭୂମିକାରେ । ସିଧାସଳଖଭାବେ କହିବାକୁ ଗଲେ ରାୟ ମିଡିଆ କମ୍ୟୁନିକେସନ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ସିନେମା ‘ଅଜାତ ଶତ୍ରୁ’ ନାୟିକା ଭୂମିକାରେ ଆସୁଛନ୍ତି।

ଦେବଯାନୀଙ୍କ ବିପକ୍ଷରେ ନଜର ଆସିବେ ନବାଗତ ସୋହମ୍‌ ସିଂହ । ଏହି ସିନେମାରେ ଆଉଜଣେ ନାୟିକା ବି ଅଛନ୍ତି। ସେ ହେଲେ ନବାଗତା ସାଧ୍ୱୀ। ଏମାନଙ୍କ ବ୍ୟତୀତ ମନୋଜ ମିଶ୍ର, ଶକ୍ତି ବରାଳ, ସଲିଲ ମିତ୍ର ଓ କାଳୀ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।

ଦେବଯାନୀ ଏଥିରେ ଏକ ଦମଦାର ଚରିତ୍ର ପାଇଥିବା ହେତୁ ଖୁବ୍‌ ଉତ୍ସାହିତ ଅଛନ୍ତି। ଏଥିରେ ତ୍ରିକୋନୀୟ ପ୍ରେମ କାହାଣୀ ଦେଖିବାକୁ ମିଳିବ । କାହାନୀତି ଟିକେ ଦମଦାର । ହେରୋଙ୍କ ବିପକ୍ଷରେ ଦୁଇ ଜଣ ନାୟିକା । କିଏ ବାଜି ମାରୁଛି ସିନେମାଟି ଦେଖିଲେ ଜଣାପଡିବ । ଶୁଟିଙ୍ଗ ସଋ ସଋ ଆସିଲାଣି । ଆଉ ମାତ୍ର କିଛିଦିନ ପରେ ପରଦା ଉପରେ ରାଜ କରିବ ଅଜାତ ଶତ୍ରୁ ।

ପଢନ୍ତୁ, ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ