Entertainment

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି

ପ୍ରଯୋଜିକା ଦୀପିକା ପାଦୁକୋନ୍

ସଞ୍ଜୟ ଲୀଲା ଭଂସାଲୀଙ୍କ ‘ପଦ୍ମାବତ୍‌’ରେ ବ୍ୟାପକ ସଫଳତା ପରେ ଚଳଚ୍ଚିତ୍ର ଜଗତରେ ପୁଞ୍ଜିନିବେଶ କରିବାକୁ ଚାହାନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଜଣେ ସଫଳ ଅଭିନେତ୍ରୀ ଭାବେ ଖ୍ୟାତି ଅର୍ଜନ କରିବା ପରେ ପ୍ରଯୋଜନା କ୍ଷେତ୍ରରେ ପଦାର୍ପଣ କରିବାକୁ ଯାଉଛନ୍ତି ଦୀପିକା । ପ୍ରିୟଙ୍କା ଚୋପ୍ରା, ଅନୁଷ୍କା ଶର୍ମାଙ୍କ ଭଳି ଦୀପିକା ଖୁବ୍‌ଶୀଘ୍ର ନିଜର ଏକ ପ୍ରଡକ୍ସନ୍‌ ହାଉସ୍‌ ଲଞ୍ଚ୍‌ କରିବାକୁ ଯାଉଥିବା ‘ଦି ଏସିଆନ୍‌ ଏଜ୍‌’ ସୂତ୍ରରୁ ପ୍ରକାଶ ।

ତେବେ ଦମ୍‌ଦାର କାହାଣୀ ଉପରେ ପ୍ରାଧାନ୍ୟ ଦେବାକୁ ଚାହାନ୍ତି ଦୀପିକା । ପୂର୍ବରୁ ନିଜେ ଦୀପିକା ଏ ବିଷୟରେ କହିସାରିଛନ୍ତି । ଫିଲ୍ମ ପ୍ରଡକ୍ସନ୍‌ ପାଇଁ ତାଙ୍କର ଇଚ୍ଛା । ଦିନେ ନା ଦିନେ ସେ ଏ ଦିଗରେ ଆଗେଇବେ । କାରଣ ତାଙ୍କର ସେଭଳି ବ୍ୟକ୍ତିତ୍ୱ ଥିବା ନିଜେ ଚିନ୍ତା କରନ୍ତି ।

ତାଙ୍କ ପାଇଁ ପ୍ରଡକ୍ସନ୍‌ ହାଉସ୍‌ ଏକ ଅର୍ଥ ଉପାର୍ଜନର ମାଧ୍ୟମ ହେବନାହିଁ । ବରଂ ଦମ୍‌ଦାର କାହାଣୀ ସହ ଭଲ ଫିଲ୍ମ ତିଆରି କରିବାକୁ ଇଚ୍ଛା, ଯାହା ଭାରତୀୟ ଚଳଚ୍ଚିତ୍ର ଜଗତର ବିକାଶ ସହ ଜଡ଼ିତ ବୋଲି ଅଭିନେତ୍ରୀ କହିଥିଲେ । ସୂଚନାଯୋଗ୍ୟ ଯେ, ନାରୀକୈନ୍ଦ୍ରିକ ଫିଲ୍ମ ସାଙ୍ଗକୁ ଭାରତୀୟ ଚଳଚ୍ଚିତ୍ର ଜଗତରେ ମହିଳାଙ୍କ ନେତୃତ୍ୱ ବଢ଼ିବାରେ ଲାଗିଛି ।

ଖୁବ ଶୀଘ୍ର ଦୀପିକା ପାଦୁକୋନ୍ ପ୍ରଯୋଜିକା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି dipika

ପଢନ୍ତୁ ;

ପୁଣି ଲେଉଟିଲା ତାତି : ଭୁବନେଶ୍ଵର ସର୍ବାଧିକ ୪୧.୨ ଡିଗ୍ରୀ

Related posts

ବାଜ୍ୟାପ୍ତି ହେବ ମମତା କୁଲକର୍ନୀଙ୍କ ସମ୍ପତ୍ତି

ENO Beuro

‘ ଉରି ‘ ସିନେମାରେ ୟାମି ଗୌତମଙ୍କ ନାୟକ କିଏ ହେବେ ଜାଣନ୍ତୁ ?

ENO Beuro

ଭାଲେଣ୍ଟାଇନ ଡ଼େକୁ ସ୍ପେଶିଆଲ କରିବାକୁ ଚାହୁଁଛନ୍ତି କି ?ତେବେ ନିଶ୍ଚୟ ଦେଖନ୍ତୁ ଏହି ଗୀତଟି

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More