ACTRESSESS

ଦେବୀକା ଅରୁନ୍ଧତୀ ସାମଲ, ଖୁବ କମ ବୟସରୁ ଅଭିନୟ ଦୁନିଆଁରେ ସଫଳତା

By Krishna Kumar Manoj

September 11, 2017

ଦେବୀକା ଅରୁନ୍ଧତୀ ସାମଲ (ରାନୀ), ଖୁବ କମ ବୟସରୁ ଅଭିନୟ ଦୁନିଆଁରେ ନିଜର ଅଭିନୟର ଜାଦୁ ଦେଖାଇ ଖୁବ ସଫଳତା ହାସଲ କରିଛନ୍ତି । ତାଙ୍କର ବାପା ହିମାଂଶୁ ସାମଲ (ହେମି) ଯାତ୍ରା ଓ ଟେଲିଜଗତର ଜଣେ  ନାମୀ  ନିର୍ଦ୍ଦେଶକ  ଏବଂ ମାଆ ତିଳୋତ୍ତମା ଖୁଣ୍ଟିଆ  ଓଲିଉଡର ଜଣେ  ନାମୀ  ଚରିତ୍ର  ଅଭିନେତ୍ରୀ ।

ରାନୀ  ଶିଶୁ କଳାକାର  ଭାବେ  ବାପା  ହିମାଂଶୁ ସାମଲଙ୍କ  ନିର୍ଦ୍ଦେଶିତ  ତଥା  ଡିଡି୧ରେ  ପ୍ରସାରିତ  ମେଗାଧାରାବାହିକ ‘କଳିଯୁଗ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ  ଅଭିନୟ କରିଥିଲେ । ଏଥିରେ   ତାଙ୍କୁ  ଅଭିନେତା ଶ୍ରୀଜିତ୍‌  ଶତପଥୀ ଓ ସୁଇଟିଙ୍କ ଝିଅ  ଭୂମିକାରେ ଦେଖିବାକୁ ମିଳିଥିଲା । ସେ ଅନେକ ମଞ୍ଚ  ଓ ବେତାର  ନାଟକ,  ଆଲବମ୍‌ ଏବଂ  ଡକ୍ୟୁମେଣ୍ଟାରୀ  ଫିଲ୍ମରେ ମଧ୍ୟ ଶିଶୁ  କଳାକାର ଭାବେ  ମଧ୍ୟ ଅଭିନୟ  କରିଛନ୍ତି ।

ରାନୀ ଏବେ ସାର୍ଥକ ଟିଭିରେ ପ୍ରସାରିତ ଏକ ମେଗା ଧାରବାହିକ “ଜେଜେମା” ର ଶୀର୍ଷକ  ଭୂମିକାରେ ଅଭିନୟ  କରୁଛନ୍ତି  ।  ହେଲେ ପ୍ରଥମେ ଏହା ଜୀ କଳିଙ୍ଗରେ ପ୍ରସାରିତ ହୋଇଥିଲା । ଏହି ମେଗା ଧାରାବାହିକର ନିର୍ଦ୍ଦେଶନା  ଦେଉଥିଲେ  ଦେବୁ ପଟ୍ଟନାୟକ ।

ତାଙ୍କ ଅଭିନୀତ ଆଉ ଏକ ଧାରାବାହିକ ହେଲା “ନେଇଯାରେ ମେଘ ମୋତେ” ରେ  ସେ ମଧ୍ୟ ଶୀର୍ଷକ ଭୂମିକାରେ ଆସିଥିଲେ । ତାଙ୍କର ଚରିତ୍ରର ନାଁ ହେଲା ସନ୍ଧ୍ୟା । ସେ ଜ୍ୟୋତି ପ୍ରକାଶ ପଣ୍ଡାଙ୍କ ବିପକ୍ଷରେ ନଜର ଆସିଥିଲେ । କିନ୍ତୁ ଜେଜେମା ତାଙ୍କର ପ୍ରଥମ ଅଭିନୀତ ଧାରାବାହିକ ।