News

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ଅଭିଯୋଗ

ଯାତ୍ରା କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। କଣିହାଁ ନିକଟସ୍ଥ ଡେରଙ୍ଗଠାରେ ଘଟିଥିବା ଏହି ଘଟଣା ପାଇଁ ଦାୟୀ କରି ଇନ୍ଦ୍ରମଣି ସାହୁ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ପୁଅଙ୍କ ବିରୋଧରେ ଉଷସୀ ଥାନାରେ ଏତଲା ଦେଇଛନ୍ତି।

ରାତି ପ୍ରାୟ ତିନିଟାରେ ସେ ପେଣ୍ଡାଲକୁ ଯିବାବେଳେ ତାଙ୍କୁ ଦେଖିବାକୁ ଭିଡ଼ ଜମିଥିଲା । ଏହି ସମୟରେ ଇନ୍ଦ୍ରମଣି ସ୍ୱାଇଁ ପୁଅ ତାଙ୍କୁ ଜୋର୍‌ରେ ଧକ୍କା ଦେଇଥିଲା। ଏହି ଘଟଣାରେ ରାଗି ଯାଇ ଉଷଶ୍ରୀ ତାକୁ ଛାପୁଡ଼ା ମାରିଥିଲେ। ଏହା ପରେ ଇନ୍ଦ୍ରମଣି ଓ ତାଙ୍କର ଦୁଇ ପୁଅ ଉଷଶ୍ରୀଙ୍କୁ ଅସଦାଚରଣ କରିଥିଲେ ଏବଂ ତାଙ୍କୁ ଚାପୁଡ଼ା ମାରିଥିଲେ ବୋଲି ସେ ସୋସିଆଲ୍‌ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତାଙ୍କୁ ଗାଳି ଗୁଲଜ କରିବା ସହିତ ତାଙ୍କୁ ଗାଡ଼ିକୁ ଭଙ୍ଗରୁଜା କରିଥିଲେ। ଯାତ୍ରା ସ୍ଥଳରେ ଏ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ସ୍ଥାନୀୟ ଲୋକ ଯାତ୍ରା କରାଇ ଦେବେ ନାହିଁ ବୋଲି ଜିଦ ଧରିଥିଲେ। ତେବେ ପୋଲିସର ହସ୍ତକ୍ଷେପ ପରେ ଯାତ୍ରା ଆରମ୍ଭ ହୋଇଥିଲା ବୋଲି ପାଲଲହଡ଼ା ଏସ୍‌ଡିପିଓ ଯଶୋବନ୍ତ ସାମଲ କହିଛନ୍ତି।

ଅନ୍ୟପକ୍ଷରେ ଆଜି ସକାଳୁ ଉଷଶ୍ରୀ ପାଲଲହଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଆଧାର କରି ତଦନ୍ତ କରାଯାଉଛି ବୋଲି ଉତ୍ତର କେନ୍ଦ୍ରାଂଚଳ ଡିଆଇଜି ନରସିଂହ ମିଶ୍ର କହିଛନ୍ତି।

ପଢନ୍ତୁ; ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ!

Related posts

୨୦୧୮ ବଜେଟ୍ :କୃଷକଙ୍କଠୁ ନେଇ ଚାକିରିଆଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କୁ ସୁହାଇବ ଜେଟଲୀଙ୍କ ଉପହାର

ENO Beuro

କଡ଼ାକଡ଼ି ହେବ ଟ୍ରାଫିକ୍‌ ନିୟମ : ବାଇକ ଚାଳକଙ୍କ ପାଇଁ ହେଲମେଟ୍ ବାଧ୍ୟତାମୂଳକ

ENO Beuro

ଶଶିକଳାଙ୍କ ସ୍ୱାମୀ ନଟରାଜନଙ୍କ ପରଲୋକ, ୧୫ ଦିନ ପାରୋଲ୍‌ରେ ଯିବାକୁ ଆବେଦନ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More