Featured

ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ

ମାର୍ଚ୍ଚ ୩୧ ପରେ ବଢିପାରେ ଆଧାର ଲିଙ୍କ୍ ଅବଧି

ବିଭିନ୍ନ ପ୍ରକାର ସରକାରୀ ଜନମଙ୍ଗଳ ସ୍କିମ ଓ ସେବା ସହ ଆଧାର ଲିଙ୍କ ଅବଧି ମାର୍ଚ ୩୧ ପରେ ପୁଣି ବଢିବ। ଗତକାଲି ସୁପ୍ରିମକୋର୍ଟଙ୍କୁ ଏଭଳି ସଙ୍କେତ ଦେଇଛନ୍ତି କେନ୍ଦ୍ରସରକାର। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ଆଧାର ମାମଲାର ଶୁଣାଣି ଏବେ ସୁପ୍ରିମକୋର୍ଟରେ ଚାଲିଛି । ଏହି ଶୁଣାଣି ଶେଷ ହେବା ପାଇଁ ଅଧିକ ସମୟ ଆବଶ୍ୟକ ପଡିପାରେ । ତେଣୁ ସରକାର ଆଧାର ସଂଯୋଗ ପାଇଁ ଧାର୍ଯ୍ୟ ହୋଇଥିବା ମାର୍ଚ୍ଚ ୩୧ ସମୟସୀମାକୁ ବୃଦ୍ଧି କରିପାରନ୍ତି ବୋଲି ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠକୁ ଜଣାଇଛନ୍ତି।

ସୂଚନାଅନୁଯାୟୀ,କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଲମ୍ବା ସମୟ ଧରି ଆଧାର ମାମଲା ଉପରେ ଚାଲୁଥିବା ଶୁଣାଣି ପୁରା କରିବା ପାଇଁ ଆଉ ସମୟ ଦରକାର ବୋଲି କହିଛନ୍ତି । ଆଉ ଏହାର ସମୟସୀମା ୩୧ ମାର୍ଚ୍ଚକୁ ବଢ଼ାଇବାର ସମ୍ଭାବନା ରହିଛି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ୍ ଏକେ ସିକ୍ରି, ଜଷ୍ଟିସ୍ ଏଏମ ଖାନୱିଲକର, ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୁଜ ଓ ଜଷ୍ଟିସ୍ ଅଶୋକ ଭୂଷଣଙ୍କ ପାଂଚ ଜଣିଆ ସମ୍ବିଧାନ ଖଣ୍ଡପୀଠରେ ବେଣୁଗୋପାଳଙ୍କ ଦଲିଲ ଉପରେ ସହମତି ପ୍ରଦାନ କରିଛନ୍ତି ।

ଏହି ପୀଠ କହିଛି ଆଟର୍ଣ୍ଣି ଜେନେରାଲ ବିଲକୁଲ ଠିକ ମାମଲା ଉଠାଇଛନ୍ତି। ବିଗତ ୧୫ ଡିସେମ୍ବରରେ ସର୍ବୋଚ୍ଚ ଅଦାଳତ ଆଧାର ଲିଙ୍କ୍ କରାଇବାର ସମୟସୀମା ୩୧ ମାର୍ଚ୍ଚ ବୋଲି ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟଙ୍କୁ ସରକାରଙ୍କ ସଙ୍କେତ : ଆଧାର ଲିଙ୍କ ଅବଧି ପୁଣି ବଢିବ adhar link

ପଢନ୍ତୁ;

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

Related posts

ଆସନ୍ତୁ ଜାଣିବା ଆମେ କମ୍‌ ପରିମାଣର ଜଳ ପିଇଲେ କି କି ଅସୁବିଧା ଭୋଗିଥାଉ

Krishna Kumar Manoj

ଓଜନ ହ୍ରାସ କିମ୍ବା ଓଜନ ବୃଦ୍ଧି ପାଇଁ ଚିନ୍ତିତ କି ? ନଜର ପକାନ୍ତୁ କିଛି ଘରୋଇ ଉପଚାର ଉପରେ

Krishna Kumar Manoj

ସାଓମୀ ଓ ରିଲାଏନ୍ସ ଜିଓର ଅଫର : ରେଡ୍‌ମି କିଣିଲେ ଜିଓର ୨୨୦୦ ଟଙ୍କାର କ୍ୟାସବ୍ୟାକ୍‌

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More