News

ପ୍ଲାଷ୍ଟିକ ଆଧାର କାର୍ଡ ଗ୍ରହଣୀୟ ନୁହେଁ : ୟୁଆଇଡିଏଆଇ

ପ୍ଲାଷ୍ଟିକ ହୋଇଥିବା ଆଧାର କାର୍ଡ ଗ୍ରହଣୀୟ ନୁହେଁ ବୋଲି ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ।କେତେକ ଦୋକାନୀ ପ୍ଲାଷ୍ଟିକରେ ଆଧାରକାର୍ଡ ପ୍ରିଣ୍ଟ କରୁଥିବା ଖବର ମିଳିବା ପରେ ୟୁଆଇଡିଏଆଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦିଆଯାଇଛି । ୟୁଆଇଡିଏଆଇ ପକ୍ଷରୁ କୁହାଯାଇଛି ଯେ, ପ୍ଲାଷ୍ଟିକ ବା ପିଭିସିରେ ଛପା ହେଉଥିବା ଆଧାର କାର୍ଡ ବ୍ୟବହାରଯୋଗ୍ୟ ନୁହେଁ କାରଣ ପ୍ରିଣ୍ଟିଂ ବେଳେ ଏହାର କ୍ୟୁଆର୍‌ କୋଡ୍‌ ଖରାପ ହୋଇଯାଉଛି ।

ପୁଣି ଏହା ଦ୍ୱାରା ଆଧାର ତଥ୍ୟ ଅନ୍ୟମାନଙ୍କ ପାଖକୁ ଚାଲିଯିବାର ଆଶଙ୍କା ରହିଛି । ଏହା ସହିତ ୟୁଆଇଡିଏଆଇ ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ ସମୁଦାୟ ଆଧାର ଚିଠି ବା ସେଥିରୁ କଟାଯାଇଥିବା ଅଂଶ, ଡାଉନଲୋଡ୍‌ ହୋଇ ସାଧାରଣ କାଗଜରେ ପ୍ରିଣ୍ଟ ହୋଇଥିବା ଆଧାର କାର୍ଡ ଅଥବା ଏମଆଧାର ଆଦି ସମ୍ପୂର୍ଣ୍ଣ ଭାବେ ବୈଧ ରହିବ ।

ୟୁଆଇଡିଏଆଇର ସିଇଓ ଅଜୟ ଭୁଷଣ ପାଣ୍ଡେ କହିଛନ୍ତି ଯେ ପ୍ଲାଷ୍ଟିକରେ ଆଧାର କାର୍ଡ ଛପେଇ ଅନେକ ଦୋକାନୀ ବା ସଂସ୍ଥା କାର୍ଡ ପିଛା ୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଆଦାୟ କରୁଛନ୍ତି । ଏହାକୁ ସ୍ମାର୍ଟ ଆଧାର କାର୍ଡ କହି ଲୋକଙ୍କୁ ଭୁତଉଛନ୍ତି । ଲୋକମାନେ ଏପରି ଲୋକଙ୍କ କଥାରେ ପଡିବା ଉଚିତ ନୁହେଁ । କାରଣ ପ୍ଲାଷ୍ଟିକରେ ଛପା ହୋଇଥିବା ଆଧାରକାର୍ଡର କ୍ୟୁଆର୍‌ କୋଡ୍‌ ଖରାପ ହୋଇଯାଉଥିବାରୁ ଉକ୍ତ କାର୍ଡଟି ବ୍ୟବହାରଯୋଗ୍ୟ ହୋଇ ରହେନାହିଁ ।

ପଢନ୍ତୁ ;

ଗୋଟିଏ ସିରିଞ୍ଜ୍‌ ବ୍ୟବହାର କରି ରୋଗୀଙ୍କୁ ଇନ୍‌ଜେକ୍ସନ୍‌, ୪୦ ଜଣ ହେଲେ ଏଚ୍‌ଆଇଭି ଆକ୍ରାନ୍ତ

Related posts

କୋଟିଏ ଟଙ୍କା ପାଇଁ ଭାଙ୍ଗିଗଲା ବାହାଘର ! ବେଦୀକୁ ଆସିଲାନି ବର

ENO Beuro

୧୯୯୯ ମସିହା ମହାବାତ୍ୟାକୁ ଆଜି ପୁରିଲା ୧୯ ବର୍ଷ

ENO Beuro

ମେଣ୍ଟ ସରକାର ଗଢିବେ ଇମ୍ରାନ,ଅଗଷ୍ଟ ୧୪ ପୂର୍ବରୁ ଗଠନ ହେବ ନୂଆ ସରକାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More