ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିଲା ଲଗାମ୍ : ଆଧାର ନମ୍ବର ହେଲା ବାଧ୍ୟତାମୂଳକ

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିବ ଲଗାମ୍ । ଟ୍ରେନ ଯାତ୍ରା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହେଲା  । ରିଜର୍ଭେସନ ଟିକେଟ ପାଇଁ ବାଧ୍ୟତାମୂଳକ ହେବ ଆଧାର ନମ୍ବର । ବିନା ଆଧାର ନମ୍ବରରେ ଟିକଟେ କରିହେବ ନାହିଁ କି ଯାତ୍ରା କରିହେବ ନାହିଁ । ପୂର୍ବରୁ କେବଳ ଭଡ଼ାରେ ରିହାତି ପାଉଥିବା ଯାତ୍ରୀଙ୍କ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଥିଲା । ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାଙ୍କ ପାଇଁ ମଧ୍ୟ ଏହି ନିୟମ ଖୁବ ଶୀଘ୍ର ଲାଗୁ ହେବ । ସୂତ୍ର ଅନୁସାରେ ଏପ୍ରିଲ ପର୍ଯ୍ୟନ୍ତ ଯାତ୍ରୀମାନେ ଏହି ନିମୟ ପାଳନ କରିବା ପାଇଁ ବାଧ୍ୟ ।

ଆଧାର କାର୍ଡ଼ ବାଧ୍ୟତାମୂଳକ ହେବା ପରେ ଅନ୍ୟ ନାମରେ ଟିକଟେ କରି କେହି ବି ଯାତ୍ର କରିପାରିବେ ନାହିଁ । ଟିଟିିଇ ପାଖରେ ମହଜୁଦ ଚାର୍ଟରେ ମଧ୍ୟ ଆଧାର ନମ୍ବର ମହଜୁଦ ରହିବ । ଏଥିରେ ଯାତ୍ରା ସମୟରେ ଠକୁଥିବା ଯାତ୍ରୀ ଖୁବ ସହଜରେ ଧରାପଡ଼ିବେ । ରେଳବାଇ ସଂରକ୍ଷଣ କେନ୍ଦ୍ରରେ କମ୍ପ୍ୟୁଟରରେ ସମସ୍ତ ଣ୍ରେଣୀର ରିଜର୍ଭେସନ ପାଇଁ ଆଧାର ନମ୍ବୀ ଦେବା ଜରୁରୀ ହେବ ।

ପର୍ବପର୍ବାଣୀ ସମୟରେ ଦିଲ୍ଲୀ ଓ ମୁମ୍ବାଇ ପରି ବଡ଼ ବଡ଼ ସହରେ ଅଧିକରୁ ଅଧିକ ଲୋକ ଟିକେଟ ନକରି ଯାତ୍ରା କରୁଥିବାରୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଟ୍ରାଭେଲ ଏଜେଣ୍ଟଓ ଦଲାଲଙ୍କ ନାମରେ ଟିକେଟ୍ ବୁକ କରାଇ ଯାତ୍ରା ସମୟରେ ଲୋକଙ୍କୁ ଅଧିକ ମୂଲ୍ୟରେ ଟିକେଟ ବିକ୍ରି କରନ୍ତି । ଯାତ୍ରୀଙ୍କୁ ନକଲି ଆଇଡ଼ି ମଧ୍ୟ ଉପଲବ୍ଧ କରାନ୍ତି । ଆଧାର କାର୍ଡ଼ ଅନିବାର୍ଯ୍ୟ ହେବା ପରେ ଏପରି ଠକାରୀ ନହୋଇ ଯାତ୍ରୀ ମାନେ ସୁବିଧାରେ ଯାତ୍ର କରପାରିବେ ବୋଲି ଆଶା କରାଯାଉଛି ।

ପଢନ୍ତୁ ;

ଯୁବପିଢ଼ିଙ୍କୁ ଘାରିଛି ସେଲ୍‌ଫି ନିଶା ! ସେଲ୍‌ଫି ଉଠାଉଥିବା ଯୁବକଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରେନ୍‌

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିବ ଲଗାମ୍ - 4.5

90%

ଟ୍ରେନ ଯାତ୍ରା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହେଲା  - 4.2

83%
4.3/5

Very Good!

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିଲା ଲଗାମ୍ : ଆଧାର ନମ୍ବର ହେଲା ବାଧ୍ୟତାମୂଳକ

ବିନା ଟିକେଟରେ ରେଳଯାତ୍ରା ଉପରେ ଲାଗିବ ଲଗାମ୍ । ଟ୍ରେନ ଯାତ୍ରା ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ହେଲା  । ରିଜର୍ଭେସନ ଟିକେଟ ପାଇଁ ବାଧ୍ୟତାମୂଳକ ହେବ ଆଧାର ନମ୍ବର । ବିନା ଆଧାର ନମ୍ବରରେ ଟିକଟେ କରିହେବ ନାହିଁ କି ଯାତ୍ରା କରିହେବ ନାହିଁ । ପୂର୍ବରୁ କେବଳ ଭଡ଼ାରେ ରିହାତି ପାଉଥିବା ଯାତ୍ରୀଙ୍କ ପାଇଁ ଆଧାର ନମ୍ବର ବାଧ୍ୟତାମୂଳକ ଥିଲା ।

No Votes Yet

You're not rated yet