News

ସରକାର : ମୋବାଇଲ୍‍ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

ମୋବାଇଲ ସିମ୍ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ସବୁ ଟେଲିକମ୍ କମ୍ପାନୀକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଆଧାର ବଦଳରେ ବିକଳ୍ପ ପରିଚୟ ପ୍ରମାଣ ଭାବେ ଡ୍ରାଇଭିଂ ଲାଇସେନସ, ପାସପୋର୍ଟ ଓ ଭୋଟ୍ ପରିଚୟ ପତ୍ରକୁ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାହକମାନଙ୍କର ଅସୁବିଧା ନ ହେବା ପାଇଁ ମୋବାଇଲ୍‌ କମ୍ପାନିମାନେ ଯଥା ଶୀଘ୍ର ଉକ୍ତ ନିର୍ଦେଶନାମାକୁ ଅନୁସରଣ କରିବା ଉଚିତ ବୋଲି ଟେଲିକମ୍‌ ସଚିବ ଅନୁରାଗ ସୁନ୍ଦରରାଜନ କହିଛନ୍ତି।

ଆଧାର ନମ୍ବର ଦୋକାନୀମାନଙ୍କୁ ଦେବାକୁ କିଛିି ଗ୍ରାହକ ଚାହୁଁନଥିବାରୁ ସରକାର ଏଭଳି ନିର୍ଦେଶ ଜାରି କରିଛନ୍ତି। ଉପଭୋକ୍ତାମାନେ କୌଣସି ଅସୁବିଧାର ସମ୍ମୁଖୀନ ନହେବା ପାଇଁ ତୁରନ୍ତ ମୋବାଇଲ କଂପାନିମାନେ ଏହି ନିର୍ଦେଶକୁ ମାନିବାକୁ କୁହାଯାଇଛି।

ସୁପ୍ରିମକୋର୍ଟ ପୂର୍ବରୁ ମଧ୍ୟ ସଫା ସଫା କହିଛନ୍ତି ଯେ ସିମ୍ କାର୍ଡ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯିବା ଉଚିତ ନୁହେଁ ଏବଂ ଏହାର ବିକଳ୍ପ ମଧ୍ୟ ଉପଭୋକ୍ତାମାନଙ୍କ ପାଇଁ ରହିବା ଆବଶ୍ୟକ।

ପଢନ୍ତୁ; ଲାଗି ରହିବ କାଳବୈଶାଖୀ! ଆଗାମୀ ୨୪ଘଣ୍ଟା ମଧ୍ୟରେ ଝଡ଼ବର୍ଷା ସହ ୫୦ରୁ ୬୦କିମି ବେଗରେ ବହିବ ପବନ

Related posts

ସୁପ୍ରିମକୋର୍ଟଙ୍କ ମତ: ସ୍ତ୍ରୀଙ୍କୁ ପାଖରେ ରହିବାକୁ ସ୍ଵାମୀ ବାଧ୍ୟ କରିପାରିବେ ନାହିଁ !

ENO Beuro

ବିଶ୍ୱର ଟପ୍-୨୦ ସ୍ମାର୍ଟ ସିଟିରେ ଭୁବନେଶ୍ୱର

ENO Beuro

ୱାଇଲଡ ଲାଇଫ ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା: ଫେରିବନି ସୁନ୍ଦରୀ

ENO Beuro

1 comment

Leave a Comment