News

ଗାଡି ଚାଳକଙ୍କ ପାଇଁ ବଡ ଖବର : ଡିଏଲ୍‌ରେ ସଂଯୋଗ ହେବ ଆଧାର

ଡ୍ରାଇଭିଙ୍ଗ ଲାଇସେନ୍ସକୁ ଆଧାର ସହ ଲିଙ୍କ କରିବା ହେବ ବାଧ୍ୟତାମୂଳକ

ଲୋକମାନେ ବିଭିନ୍ନ ଉପାୟରେ ନିଜ ନାମରେ ଏକାଧିକ ଡ୍ରାଇଭିଂ ଲାଇସନ୍ସ(ଡିଏଲ୍‌) ହାତଉଛନ୍ତି।ସେହିପରି ନକଲି ଡିଏଲ୍‌ ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଏହାକୁ ରୋକିବା ସକାଶେ ଡିଏଲ୍‌ ସହିତ ଆଧାର ସଂଯୋଗ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହାଦ୍ୱାରା ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ଦୂର କରା ଯାଇପାରିବ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ପ୍ରୟାସ । ସବୁ ରାଜ୍ୟକୁ ଏହି ପ୍ରକିୟାରେ ଯୋଡିବା ପାଇଁ ଏକ ସଫ୍ଟୱେୟାର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ର ସରକାର । ସଡକ ସୁରକ୍ଷାକୁ ନେଇ ଗଠିତ ହୋଇଥିବା ସମିତି ଏନେଇ ଏକ ରିପୋର୍ଟ ସୁପ୍ରିମକୋର୍ଟକୁ ପ୍ରଦାନ କରିଛନ୍ତି । ଏହି ସମିତିର ଅଧ୍ୟକ୍ଷ ଭାବେ ସୁପ୍ରିମକୋର୍ଟର ଜଜ କେଏସ ରାଧାକୃର୍ଷ୍ଣନଙ୍କୁ ନିଯୁକ୍ତି ଦିଆଯାଇଛି ।

ବୁଧବାର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପାଖରେ ସରକାରଙ୍କ ପକ୍ଷରୁ ଏହି ତଥ୍ୟ ଉପସ୍ଥାପନ କରାଯାଇଛି। ଜଷ୍ଟିସ ମଦନ ବି ଲୋକୁର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠଙ୍କୁ ସରକାର ଏହି ସୂଚନା ଦେଇଛନ୍ତି। ସରକାର ଯେଉଁ ସଫ୍ଟଓ୍ବେର ବିକଶିତ କରୁଛନ୍ତି ତାହା ରିୟଲଟାଇମ୍‌ ବେସିସ୍‌ରେ ସବୁ ରାଜ୍ୟକୁ ଅନ୍ତର୍ଭୁକ୍ତ କରିବ। ନକଲି ଡ୍ରାଇଭିଙ୍ଗ ଲାଇସେନ୍ସ ସମସ୍ୟା ରୋକିବା ପାଇଁ ଏବେ ସାରଥୀ-୪ ସଫ୍ଟୱେୟାର ପ୍ରସ୍ତୁତ କରାଯାଉଛି । ଏହା ଦ୍ୱାରା ଦେଶର କୌଣସି ସ୍ଥାନରେ ଆଉ ନକଲି ଡିଏଲ୍‌ କରାଯାଇ ପାରିବ ନାହିଁ ବୋଲି ସରକାର କହିଛନ୍ତି।

ପଢନ୍ତୁ ;

ଓଡ଼ିଶା ସମେତ ସାରା ଦେଶରେ ବାଘ ଗଣନା ଆରମ୍ଭ : ନୂତନ ଜ୍ଞାନ କୌଶଳରେ ଗଣତି ହେଉଛି

Related posts

୨୦୧୯ରେ କିଏ ହେବ ପ୍ରଧାନମନ୍ତ୍ରୀ କହିବା କଷ୍ଟକର : ରାମଦେବ

ENO Beuro

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସିଓଲ ଶାନ୍ତି ପୁରସ୍କାର

ENO Beuro

ପୁଲ୍‌ୱାମାଠାରେ ଆତଙ୍କୀ ଆକ୍ରମଣ ପରେ ପାକ୍‌ ହାଇକମିଶନର୍‌ଙ୍କୁ ସମନ୍‌

ENO Beuro

Leave a Comment