ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠାରୁ ଆରମ୍ଭ ହେଲା ଆଦିବାସୀ ମେଳା- ୨୦୨୦ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍ଘାଟନ କରିଛନ୍ତି । ଆଦିବାସୀ ମେଳା ଫେବ୍ରୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଇଛି । ମାଟି ଝାଟିର ଘର ଉପରେ କଖାରୁ ଡଙ୍କ ମାଡିଛି । ବାଡିରେ ବିଭିନ୍ନ ରକମର ପରିବା ଗଛ । ବେଶ୍ ସୁନ୍ଦର ଭାବେ ସଶଜସଜ୍ଜା ହେ।ଇଛି ଆଦିବାସୀମେଳା ପଡିଆ।
ତେବେ ଚଳିତ ବର୍ଷ ଆଦିବାସୀ ମେଳାରେ ଦେଖିବାକୁ ମିଳିଛି କିଛି ନୂଆ ଆୟେ।ଜନ । ଏଥର ରାଜ୍ୟର ଆଦିବାସୀ ଖାଦ୍ୟ ସହ ଆହୁରି ୧୩ଟି ରାଜ୍ୟର ଖାଦ୍ୟ ସାମଗ୍ରୀ ଜାତୀୟ ଟ୍ରାଇବାଲ ଫୁଡ କେ।ର୍ଟରେ ସ୍ଥାନ ପାଇଛି । ସେହିଭଳି ହସ୍ତଶିଳ୍ପ ସାମଗ୍ରୀ ବିକ୍ରିଲାଗି ରହିଛି ସ୍ବତନ୍ତ୍ର କ୍ରାଫ୍ଟ ଭିଲେଜ । ଏଥିରେ ବିଭିନ୍ନ କଳାକୃତିର ଲାଇଭ ଡେମୋ ରହିଛି । ଜାତୀୟ ଟ୍ରାଇବାଲ ଡ୍ୟନ୍ସ ଫେଷ୍ଟିଭାଲରେ ବିଭିନ୍ନ ରାଜ୍ୟର କିଛି ସ୍ବତନ୍ତ୍ର ନୃତ୍ୟ ଟ୍ରାଇବାଲ ଡ୍ୟାନ୍ସ ଦେଖିବାକୁ ମିଳିବ ।
ପଢନ୍ତୁ: ୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା
1 comment