Loading...

ଆଦିତ୍ୟ ନାରାୟଣ ସେୟାର କଲେ ଝିଅ ତ୍ୱିସାଙ୍କ ପ୍ରଥମ ଝଲକ

ଆଦିତ୍ୟ ନାରାୟଣ ସେୟାର କଲେ ଝିଅ ତ୍ୱିସାଙ୍କ ପ୍ରଥମ ଝଲକ

ଝିଅ ତ୍ୱିସା ନାରାୟଣର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି।

ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ତଥା ବଲିଉଡ ଆକ୍ଟର ତଥା ସିଙ୍ଗର ଆଦିତ୍ୟ ନାରାୟଣ ବର୍ତ୍ତମାନ କିଛି ଦିନ ତଳେ ପିତା ହବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ପତ୍ନୀ ଶ୍ଵେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । କିଛି ଦିନ ପୂର୍ବେ ନିଜ ଝିଅର ନାଁ ଘୋଷଣା କରିଥିବା ବେଳେ ନିଜ ଝିଅର ଫଟୋ ବି ଫ୍ୟାନ୍ସଙ୍କ ସାମ୍ନାରେ ସେୟାର କରିଛନ୍ତି ଆଦିତ୍ୟ। ଏହାର ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ ଭାଇରାଲ ହେଉଛି । ଯାହା ଖୁବ ଲୋକପ୍ରିୟତା ବି ହାସଲ କରିସାରିଛି।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ହିଁ ଆଦିତ୍ୟ ଏହି ସବୁ ଫଟୋ ସେୟାର କରିଛନ୍ତି। ଝିଅ ତ୍ୱିସା ନାରାୟଣର ପ୍ରଥମ ଝଲକ ସେୟାର କରି ଆଦିତ୍ୟ ଲେଖିଛନ୍ତି କି, ମୁଁ ଏହି ସମୟରେ ନିଜକୁ ଖୁବ ଭାଗ୍ୟବାନ ମନେ କରୁଛି। ମୁଁ କିଛି ଦିନ ପାଇଁ ସୋସିଆଲ ମିଡ଼ିଆରୁ ଛୁଟି ନେବାକୁ ଚାହୁଁଛି। ଆଗକୁ କିଛି ସପ୍ତାହ ନିଜ ଗେହ୍ଲି ଝିଅ ସହିତ ସମୟ ବିତେଇବାକୁ ଚାହୁଁଛି। ସେୟାର ହୋଇଥିବା ଫଟୋରେ ଆଦିତ୍ୟ ନିଜ ଛାତିରେ ଝିଅକୁ ଜାବୁଡି ଧରିଛନ୍ତି। କ୍ୟାମେରା ସାମ୍ନାକୁ ଦେଖି ହସୁଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.