News

ଆଦିବାସୀ ମେଳା ପାଇଁ ୫୭ବର୍ଷର ପରମ୍ପରା ବଦଳିବ, ମେଳା ପାଇଁ ନୂତନ ସ୍ଥାନ ଚୟନ

ଆଦିବାସୀ ମେଳା ପାଇଁ ୫୭ବର୍ଷର ପରମ୍ପରା ବଦଳିବ, ମେଳା ପାଇଁ ନୂତନ ସ୍ଥାନ ଚୟନ

ଆସିଗଲା ଆଦିବାସୀ ମେଳା ର ବେଳ । ଭୁବନେଶ୍ଵର ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ପ୍ରତିବର୍ଷ ଏହି ମେଳାର ଆୟୋଜନ ହୁଏ । କିନ୍ତୁ ୫୭ବର୍ଷ ର ଏହି ପରମ୍ପରା ବଦଳିବ । ୟୁନିଟ-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆଉ ମେଳା ହେବନି । ଆସନ୍ତା ବର୍ଷରୁ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ହେବ।

ଆଦିବାସୀ ପଡ଼ିଆରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହେଉଥିବାରୁ କମିସନରେଟ୍‌ ପୁଲିସର ପରାମର୍ଶ ଅନୁଯାୟୀ ଏହିଭଳି ନିଷ୍ପତ୍ତି ନିଆଯାଇଛି ବୋଲି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ଆଦିବାସୀ ପଡ଼ିଆରୁ ଆଦିବାସୀ ମେଳାକୁ ସ୍ଥାନାନ୍ତର କରିବା ନେଇ ମେଳାର ଆୟୋଜକ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ୧୫ଦିନ ବ୍ୟାପୀ ହେଉଥିବା ଏହି ମେଳାରେ ଲକ୍ଷାଧିକ ଲୋକଙ୍କ ଭିଡ଼ ଜମୁଛି ଓ ଟ୍ରାଫିକ୍‌ ସମସ୍ୟା ଉପୁଜୁଛି । ଏପରିକି ଅଧିକାଂଶ ସମୟରେ ଦଳାଚକଟା ଭଳି ପରିସ୍ଥିତି ଉପୁଜୁଛି। ଛୋଟ ସ୍ଥାନରେ ଏହିଭଳି ବଡ଼ ମେଳା କରିବା ସମ୍ଭାବନା ନୁହେଁ। କମିସନରେଟ୍‌ ପୁଲିସ ମଧ୍ୟ ଆମକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଯୋଗାଇପାରିବନି ବୋଲି କହିଛି। କମିସନରେଟ୍‌ ପୁଲିସ ମେଳାସ୍ଥଳୀ ପ୍ରଦର୍ଶନୀ ପଡ଼ିଆ କିମ୍ବା ଜନତା ମଇଦାନକୁ ସ୍ଥାନାନ୍ତର କରିବାକୁ କହିଥିଲା। ତେଣୁ ପୁଲିସ ରିପୋର୍ଟ ଆଧାରରେ ଆମେ ଆଦିବାସୀ ମେଳାକୁ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛୁ।

ଅଣଆଦିବାସୀଙ୍କ ପାଖରେ ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରାକୁ ପହଞ୍ଚାଇବା। ସହରବାସୀଙ୍କ ପାଖରେ ଆଦିବାସୀଙ୍କ ଜୀବନଶୈଳୀ ଓ ସେମାନଙ୍କ ନିତ୍ୟ ବ୍ୟବହାର୍ୟ୍ୟ ସାମଗ୍ରୀ ପହଞ୍ଚାଇବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ଆଦିବାସୀ ମେଳା । ଏଥିପାଇଁ ରାଜ୍ୟର ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ସ୍ଥିତ ପଡ଼ିଆକୁ ସ୍ୱତନ୍ତ୍ର ଭାବେ ବଛା ଯାଇଥିଲା ।

୧୯୬୦ ମସିହାରୁ ଲଗାତର ୫୭ବର୍ଷ କାଳ ଏହି ପଡ଼ିଆରେ ଆଦିବାସୀ ମେଳା ହେବା ପଛରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଅବଦାନ ଥିଲା। କଟକରେ ୧୦ବର୍ଷ ଆଦିବାସୀ ମେଳା ହେବା ପରେ ବିଜୁ ପଟ୍ଟନାୟକଙ୍କ ଉଦ୍ୟମରେ ଆଦିବାସୀ ପଡ଼ିଆର ପରିକଳ୍ପନା ହୋଇଥିଲା। ପ୍ରଥମେ ୭ଦିନ ପାଇଁ ମେଳା ହେଉଥିବାବେଳେ ଲୋକଙ୍କ ଚାହିଦାକୁ ଦେଖି ପରବର୍ତ୍ତୀ ସମୟରେ ୧୫ଦିନ ପର୍ୟ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ଏବେ କିନ୍ତୁ ମେଳାର ସ୍ଥାନ ପରିବର୍ତ୍ତନ ଦ୍ୱାରା ଆଦିବାସୀ ପଡ଼ିଆ ତା’ର ସ୍ୱତନ୍ତ୍ର ପରିଚୟ ହଜାଇ ଦେବ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ଜାନୁଆରି ୨୬ରେ ହେବାକୁ ଥିବା ଆଦିବାସୀ ମେଳା ପ୍ରଦର୍ଶନୀ ପଡ଼ିଆରେ ହିଁ ହେବ। ପୂର୍ବପରି ଏହା ଫେବ୍ରୁଆରି ୯ତାରିଖ ପର୍ୟ୍ୟନ୍ତ ଚାଲିବ ବୋଲି ଏସ୍‌ସିଏସ୍‌ଟିଆରଟିଆଇର ନିର୍ଦ୍ଦେଶକ ଏ.ବି ଓତା କହିଛନ୍ତି ।

ଆଦିବାସୀ ମେଳା ପାଇଁ ୫୭ବର୍ଷର ପରମ୍ପରା ବଦଳିବ, ମେଳା ପାଇଁ ନୂତନ ସ୍ଥାନ ଚୟନ

ପଢନ୍ତୁ, ୮ ନଭେମ୍ବର , ବୁଧୁବାର – ଆଜିର ରାଶିଫଳ

Related posts

ସରିଲା ରିମାଣ୍ଡ ଅବଧି , ଜେଲ ଗଲେ ପୁଞ୍ଜିଲାଲ

ENO Beuro

ରାଜସ୍ଥାନ ସୀମାରେ ୨ ପାକିସ୍ତାନୀ ଡ୍ରୋନକୁ ଖସାଇଲା ଭାରତ

ENO Beuro

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନ ପ୍ରତି ବଡ ବିପଦ

ENO Beuro

1 comment

Leave a Comment