News

ସୁପ୍ରିମ୍‌କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ବୟସ ହୋଇନଥିଲେ ଲିଭ୍‌ଇନ୍‌ରେ ରହିପାରିବେ ପୁଅ ଓ ଝିଅ!

ବିବାହ ବିନା ପ୍ରାପ୍ତ ବୟସ୍କ ଦମ୍ପତି ଏକାଠି ରହିପାରିବେ ବୋଲି ସୁପ୍ରିମକୋର୍ଟ ମତବ୍ୟକ୍ତ କରିଛନ୍ତି। କେରଳ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ନନ୍ଦକୁମାର ନାମକ ଯୁବକ କରିଥିବା ଆବେଦନର ବିଚାର କାଳରେ ବିଚାରପତି ଏ କେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ପୀଠ ଏପରି ମତବ୍ୟକ୍ତ କରିଛନ୍ତି।

ବାଲ୍ୟ ବିବାହ ନିରୋଧ ଆଇନ ଅନୁଯାୟୀ ଜଣେ ଯୁବତୀ ୧୮ବର୍ଷ ପୂର୍ବରୁ ଓ ଜଣେ ଯୁବକ ୨୧ବର୍ଷ ପୂର୍ବରୁ ବିବାହ କରିପାରିବେ ନାହିଁ।

ସୂଚନାଯୋଗ୍ୟ,ନନ୍ଦକୁମାରଙ୍କ ବୟସ ୨୧ବର୍ଷରୁ କିଛି ଦିନ କମ୍‌ ଥିବାରୁ ତାଙ୍କ ବିବାହକୁ କେରଳ ହାଇକୋର୍ଟ ରଦ୍ଦ କରିଦେଇଥିଲେ। ଏପରି କି ନନ୍ଦକୁମାରଙ୍କ ପତ୍ନୀ ତୁଷାରାଙ୍କୁ ତାଙ୍କ ବାପ ଘରକୁ ପଠାଇ ଦେଇଥିଲେ। ତେବେ ସୁପ୍ରିମକୋର୍ଟ ନନ୍ଦକୁମାରଙ୍କ ବିବାହକୁ ଅବୈଧ ଘୋଷଣା କରିଥିଲେ ମଧ୍ୟ ତୁଷାରାଙ୍କ ସହ ଏକାଠି ରହିବାକୁ ଅନୁମତି ଦେଇଛନ୍ତି। ତୁଷାରା ଯଦି ଚାହିଁବେ ନିଜ ପସନ୍ଦର ଯୁବକଙ୍କ ସହିତ ଏକାଠି ରହିପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ପଢନ୍ତୁ; ପାଣିପାଗ ବିଭାଗ ପକ୍ଷରୁ ସୂଚନା : ଆଜି ୧୩ଟି ଅଞ୍ଚଳରେ ହୋଇପାରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ!

Related posts

ଦେଶର ସବୁଠାରୁ ଲମ୍ବା ପୋଲ ବୋଗିବିଲ ବ୍ରିଜକୁ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ENO Beuro

ପୁରୀରେ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ନାଳକୁ ଖସି ପଡିଲା ବୋଲେରୋ ,୫ ମୃତ

ENO Beuro

ଲଘୁଚାପ ବର୍ଷାର ତାଣ୍ଡବ: ପ୍ରବଳ ବର୍ଷା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ

ENO Beuro

Leave a Comment