News

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

sc

ପରକୀୟା ପ୍ରୀତି ଅପରାଧ ନୁହେଁ। ବିବାହ ପରେ ଅନ୍ୟ କାହା ସହିତ ଶାରୀରିକ ସଂପର୍କ ରଖିଲେ ତାହାକୁ ଅପରାଧ କୁହାଯିବ ନାହିଁ କିମ୍ବା ସଂପୃକ୍ତ ବ୍ୟକ୍ତିକୁ ଅପରାଧୀ ବିବେଚନା କରାଯାଇ ଦଣ୍ଡିତ କରାଯିବ ନାହିଁ।

ରାୟ ପଢ଼ିବା ଅବସରରେ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଛନ୍ତି ଯେ ଯଦି ପରକୀୟା ପ୍ରୀତି ନେଇ କୌଣସି ଅଭିଯୋଗ ଆସେ ତେବେ ସେହି ଆଧାରରେ ପତି ପତ୍ନୀ ଛାଡ଼ପତ୍ର ପାଇଁ ଆବେଦନ କରିପାରିବେ। ସେହି ପ୍ରମାଣକୁ ଛାଡ଼ପତ୍ର ମାମଲାର ବିଚାର ପାଇଁ ଆଧାର ରୂପେ ଗ୍ରହଣ କରାଯାଇପାରିବ। କିନ୍ତୁ ଅପରାଧ ରୂପେ ବିବେଚନା କରାଯାଇପାରିବ ନାହିଁ। ଯେଉଁ ଆଇନ୍‍ ମହିଳାଙ୍କ ଆତ୍ମସମ୍ମାନ, ପ୍ରତିଷ୍ଠା ଓ ସମାନତା ପ୍ରତି ଆଞ୍ଚ ଆଣୁଛି ତାହା କଦାପି ସାମ୍ବିଧାନିକ ହୋଇ ନ ପାରେ। ସ୍ଵାମୀ ତାଙ୍କ ସ୍ତ୍ରୀଙ୍କ ମାଲିକ ନୁହନ୍ତି।

sc

ସୂଚନାଯୋଗ୍ୟ, ଆଇପିସିର ଧାରା ୪୯୭ ଅନୁଯାୟୀ ପରକୀୟା ପ୍ରୀତି ପାଇଁ ପୁରୁଷଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍‍ ଦଣ୍ଡର ବ୍ୟବସ୍ଥା ଥିବା ବେଳେ ମହିଳାଙ୍କୁ କେବଳ ଏକ ବସ୍ତୁ ବା ସମ୍ପତ୍ତି ରୂପେ ବିବେଚନା କରାଯାଉଛି। ଏକ ସୁସ୍ଥ ସାମାଜିକ ପରମ୍ପରା, ବୈବାହିକ ସମ୍ପର୍କର ପବିତ୍ରତା ଓ ପାରିବାରିକ ଶାନ୍ତି ବଜାୟ ରଖିବା ପାଇଁ ଆଇପିସି ଧାରା ୪୯୭କୁ ବଳବତ୍ତର ରଖିବାକୁ କେନ୍ଦ୍ର ସରକାର ଯୁକ୍ତି ଉପସ୍ଥାପନ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି।

ପଢନ୍ତୁ; ହଳଦି ମିଶ୍ରିତ କ୍ଷୀର ପିଇବା ଦ୍ଵାରା କେଉଁ ରୋଗ ଭଲ ହୁଏ ଜାଣନ୍ତୁ?

Related posts

ଚାରିଦିନ ବନ୍ଦ ରହିବ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟ।ଳୟ

ENO Beuro

ସିରିୟାରେ ୩ ହଜାର ଆଇଏସ ଆତଙ୍କବାଦୀ କଲେ ସମର୍ପଣ

Ratnamani Moharana

ରଥରେ ଶୟନ ମୁଦ୍ରାରେ ସେବାୟତ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଫଟୋ

Ratnamani Moharana

Leave a Comment