News

ସମୁଦ୍ରରେ ପଶିଗଲା ଯାତ୍ରୀବାହୀ ବିମାନ,ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

crash

ପ୍ରଶାନ୍ତ ମହାସାଗର କୂଳରେ ଥିବା ପାପୁଆ ନୁ୍ୟ ଗିନିର ବିମାନବନ୍ଦରରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି । ରନୱେରେ ବିମାନଟି ଅବତରଣ କରି ଗଡ଼ୁଥିବା ବେଳେ ହଠାତ ନିୟନ୍ତ୍ରଣ ହରାଇ ପାଖାପାଖି ୨୦୦ ମିଟର ଦୂରରେ ଥିବା ପ୍ରଶାନ୍ତ ମହାସାଗର ଭିତରକୁ ପଶିଯାଇଥିଲା । ବିମାନରେ ୩୬ଜଣ ଯାତ୍ରୀ ଓ ୧୧ଜଣ କ୍ରୁ ମେମ୍ବର ଥିଲେ । ତେବେ ସମସ୍ତେ ସୁରକ୍ଷିତ ଥିବା କୁହାଯାଇଛି।

crash

ମିଳିଥିବା ସୂଚନା ଅନୁଯାୟୀ ୯.୩୦ ସମୟରେ ଏହି ଘଟଣା ଘଟିଥିବା ରିପୋର୍ଟ କରାଯାଇଛି। ମାଇକ୍ରୋନେସିଆର ଚକ୍‌ ଇଣ୍ଟର୍‌ନେସ୍‌ନାଲ୍‌ ବିମାନ ବନ୍ଦରର ସାଧାରଣ ପରିଚାଳକ ଜିମି ଏମିଲିଓ ଫୋନ୍‌ ଯୋଗେ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି କି ‘ବିମାନଟି ଅବତରଣ କରିବାକୁ ଥାଏ। ମାତ୍ର ଅବତରଣ କରିବା ପରିବର୍ତ୍ତେ ଏହା ଦୁର୍ଘଟଣାବଶତଃ ୧୫୦ ୟାର୍ଡ ଦୂରକୁ ଚାଲିଯାଇ ସମୁଦ୍ରରେ ପଶି ଯାଇଥିଲା।’ ଏହି ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ତଦନ୍ତକାରୀ ଖୁବ୍‌ ଶୀଘ୍ର ଆକାଶ ପଥରେ ଉଡ଼ାଣ ଭରି ଘଟଣାକୁ ପରଖିବେ । ଏୟାର୍‌ ନିଉଗିନିର ଏହି ବିମାନ ୭୫ ମାଇକ୍ରୋନେସିଆର ପୋହନପେଇରୁ ପୋର୍ଟ ମୋସରବାୟ ମଧ୍ୟରେ ଉଡ଼ାଣ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା।

ପଢନ୍ତୁ; ତ୍ରିପୁରାରେ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ

Related posts

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ବିନୋଦ କୁମାରଙ୍କୁ ୩ ବର୍ଷ ଜେଲ

ENO Beuro

ସୁରଟ ନାବାଳିକା ବଳାତ୍କାର ଓ ହତ୍ୟା ଘଟଣା : ତିନି ଅଭିଯୁକ୍ତ ଗିରଫ

ENO Beuro

ଓଡିଶା ସମେତ ୧୪ଟି ରାଜ୍ୟରେ ଝଡତୋଫାନ ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ !

ENO Beuro

Leave a Comment