EnewsOdia.Com

ଆଫଗାନିସ୍ତାନ ମସ୍‌ଜିଦରେ ବିସ୍ଫୋରଣ, ୬୨ ମୃତ ୩୬ ଆହତ

ମସ୍‌ଜିଦ୍ ରେ ସମସ୍ତେ ଶାନ୍ତିପୂର୍ଣ୍ଣ ଭାବେ ନମାଜ୍ ଅଦା କରୁଥିବା ବେଳେ ହଠାତ୍ ଭୟଙ୍କର ବିସ୍ଫୋରଣ  ହେଲା। କେହି କିଛି ବୁଝିବା ଆଗରୁ ସବୁକିଛି ଛିନଛତର ହୋଇଯାଇଥିଲା।  ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ବିସ୍ଫୋରଣ  ଏତେ ଶକ୍ତିଶାଳୀ ଥିଲାଯେ,  ମସଜିଦର ଛାତ ଭୁଶୁଡି ପଡିଛି। ଆଉ ଏହି ବିସ୍ଫୋରଣରେ ଚାଲିଗଲା ୬୨ ନିରୀହ ଜୀବନ। ୩୬ ଜଣ ଆହତ ହେଲେ।  ଇଷ୍ଟର୍ଣ୍ଣ ଆଫଗାନିସ୍ତାନରେ ଥିବା ଏକ ମସଜିଦ୍‌ରେ ଆଜି ଏଭଳି ଭୟଙ୍କର ଆତଙ୍କବାଦୀ ହମ୍‌ଲା ହୋଇଛି।

ନାନଘରହର ଗଭର୍ଣ୍ଣରଙ୍କ ମୁଖପାତ୍ର କହିଛନ୍ତି, ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି। ଆଜି ଶୁକ୍ରବାର ଥିବାରୁ ଶତାଧିକ ଲୋକ ନାନଘରହରରେ ଥିବା ମସଜିଦ୍‌ରେ ନମାଜ୍ କରୁଥିଲେ। ଏହି ସମୟରେ ଆତଙ୍କବାଦୀମାନେ ହଠାତ୍‌ ବିସ୍ଫୋରଣ କରିଥିଲେ। ଫଳରେ ଏତେସଂଖ୍ୟକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତ ୩୬ ଜଣଙ୍କ ମଧ୍ୟରୁ ୨୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଜଲାଲବାଦ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି।ଅନ୍ୟମାନେ ହସ୍କମେନା ଜିଲ୍ଲା କ୍ଲିନ୍‌ରେ ଚିକିତ୍ସିତ ହେଉଛନ୍ତି।

ଏହି ପ୍ରଦେଶରେ ଉଭୟ ତାଲିବାନ ଓ ଆଇଏସ୍‌ ଆତଙ୍କବାଦୀଙ୍କ ଦବଦବା ରହିଛି। ତେବେ ଏହି ଆକ୍ରମଣ ପାଇଁ ଏଯାଏ କୌଣସି ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଆଫଗାନିସ୍ତାନରେ ହିଂସା  ଚରମ ସୀମାରେ ପହଞ୍ଚିଥିବା ନେଇ ଜାତିସଂଘ ଉଦ୍‌ବେଗ ପ୍ରକାଶ କରିବାର ଦିନକ ପରେ ଏହି ବିସ୍ଫୋରଣ ଘଟିଛି। ଜୁଲାଇ ୧ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଆଫଗାନିସ୍ତାନରେ ହିଂସାଘଟି ୧୧୭୪ଜଣଙ୍କର ମୃତ୍ୟୁ ହେଲାଣି।

ପଢନ୍ତୁ: ବେଆଇନ ପାର୍କିଂ ଫିକୁ ନେଇ ଆକ୍ସନରେ ବିଏମସି : ଭବାନୀ ମଲରେ ବିଡିଏ ଓ ବିଏମସିର ମିଳିତ ସ୍କ୍ୱାର୍ଡର ଚଢ଼ାଉ

ସମ୍ବନ୍ଧିତ ଖବର

କୋର୍ଟ ଭିତରକୁ ମନା ସରକାରୀ ବାବୁଙ୍କ ରଙ୍ଗୀନ ଡ୍ରେସ୍

Ratnamani Maharana

୨୮ ଓ ୨୯ରେ ଓଡ଼ିଶାକୁ ଭିଜାଇବ ବର୍ଷା

Ratnamani Maharana

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

ପୁଣି ବିବାଦରେ ଜନ୍‌ସନ୍‌ ଆଣ୍ଡ ଜନ୍‌ସନ୍‌ ବେବି ପାଉଡର

Ratnamani Maharana

ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଲଗାତର ୬ ଦିନ ବନ୍ଦ ରହିବ ବ୍ୟାଙ୍କ

Ratnamani Maharana

ଅନୁଗୁଳ ବାସୀଙ୍କୁ କଲବଲ କରୁଛି ଶୀତ

Ratnamani Maharana