EnewsOdia.Com

ଏକ ବର୍ଷ ଭିତରେ କଟକ, ବଲାଙ୍ଗୀର ହେବ ୧୦୦% ଡିଜିଟାଲ୍

ଆସନ୍ତା ଏକ ବର୍ଷ ଭିତରେ ରାଜ୍ୟର ଦୁଇଟି ଜିଲ୍ଲା କଟକ ଓ ବଲାଙ୍ଗୀରକୁ ଶତ ପ୍ରତିଶତ ଡିଜିଟାଲ୍ ଜିଲ୍ଲାରେ ପରିଣତ କରାଯିବ। ଏହି ଦୁଇ ଜିଲ୍ଲାରେ ସବୁ ଲୋକ ଏବଂ ବ୍ୟବସାୟୀଙ୍କ ପାଖରେ ଡିଜିଟାଲ୍ କାରବାର କରିବା ଲାଗି ସବୁ ପ୍ରକାର ସାଧନ ଉପଲବ୍ଧ ହେବ। ସବୁ ଲୋକଙ୍କ ପାଖରେ ଡିଜିଟାଲ୍ କାରବାର ଲାଗି ଏଟିଏମ୍ କାର୍ଡ ଠାରୁ ଆରମ୍ଭ କରି ମୋବାଇଲ୍ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ କିଛି ନା କିଛି ସାଧନ ରହିବ। ଏହା ବ୍ୟତୀତ ବ୍ୟବସାୟୀ ଓ ଦୋକାନୀ ସମେତ ପେମେଣ୍ଟ୍‌ ଗ୍ରହଣ କରାଯାଉଥିବା ସଂସ୍ଥାଗୁଡ଼ିକୁ ପଏଣ୍ଟ୍‌ ଅଫ୍‌ ସେଲ୍ (ପିଓଏସ୍‌) ମେସିନ୍ ପ୍ରଦାନ କରାଯିବ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ତରଫରୁ ବଲାଙ୍ଗୀରକୁ ଶତ ପ୍ରତିଶତ ଡିଜିଟାଲ୍ ଜିଲ୍ଲାରେ ପରିଣତ କରାଯିବ। ସେହିପରି ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ତରଫରୁ କଟକକୁ ଡିଜିଟାଲ୍ ଜିଲ୍ଲା‌ରେ ପରିଣତ କରାଯିବ ବୋଲି ୟୁକୋ ବ୍ୟାଙ୍କର ଡିଜିଏମ୍ ତଥା ଏସ୍‌ଏଲ୍‌ବିସିର ସଂଯୋଜକ ଦେବାଶିଷ ପଟ୍ଟନାୟକ କହିଛନ୍ତି।

ପଢନ୍ତୁ: ଭୁବନେଶ୍ବର ୟୁନିଟ-୨ରେ ଭଙ୍ଗା ହେଲା ୮୮ ଦୋକାନ

ସମ୍ବନ୍ଧିତ ଖବର

ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

Ratnamani Maharana

୨୦ ବର୍ଷ ତଳର ପୁରୁଣା ଓ ଢିଲା ବ୍ଲେଜର ପିନ୍ଧି ସାମ୍ବାଦିକ ସମ୍ମିଳନୀକୁ ଆସିଲେ ଦାଦା

Ratnamani Maharana

ଫାଶୀ ଖବର ଶୁଣି ଭୟଭୀତ ହୋଇପଡ଼ିଛନ୍ତି ୪ ନିର୍ଭୟା ଗଣଦୁଷ୍କର୍ମକାରୀ

Ratnamani Maharana

ବଟେଶ୍ବର ବେଳାଭୂମିରେ ଲାଗିଲା ୩୦ ଫୁଟ ଲମ୍ବର ମୃତ ତିମି

Ratnamani Maharana

ଷ୍ଟୁଡ଼ିଓରେ ଗୀତ ଗାଇଲେ ପରିବହନ ମନ୍ତ୍ରୀ

Ratnamani Maharana

ଶୀତ ପାଇଁ ବନ୍ଦ କେଦାରନାଥ ମନ୍ଦିର

Ratnamani Maharana