Loading...

୩୮ ବର୍ଷ ଯାତ୍ରା ପରେ ଆଜି ମହାକାଶରୁ ଖସିବ ନାସା ସାଟେଲାଇଟ୍‌

୩୮ ବର୍ଷ ଯାତ୍ରା ପରେ ଆଜି ମହାକାଶରୁ ଖସିବ ନାସା ସାଟେଲାଇଟ୍‌

ଆକାଶରୁ ଖସିବ ନାସା ସାଟେଲାଇଟ୍‌। ଆସନ୍ତାକାଲି ୩୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ପୁରୁଣା ଉପଗ୍ରହର ଆୟୁଷ ଆଜି ସରୁଛି । ଏହି ସାଟେଲାଉଇଟ୍‌ ଦ ଆର୍ଥ ରାଡିଏସନ୍‌ ବଜେଟ ସାଟେଲାଇଟ୍‌ ଇଆରବିଏସ ନାମରେ ଜଣାଶୁଣା ।

ଆକାଶରୁ ଖସିବ ନାସା ସାଟେଲାଇଟ୍‌। ଆସନ୍ତାକାଲି ୩୮ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଏହି ପୁରୁଣା ଉପଗ୍ରହର ଆୟୁଷ ଆଜି ସରୁଛି । ଏହି ସାଟେଲାଉଇଟ୍‌ ଦ ଆର୍ଥ ରାଡିଏସନ୍‌ ବଜେଟ ସାଟେଲାଇଟ୍‌ ଇଆରବିଏସ ନାମରେ ଜଣାଶୁଣା । ୧୯୮୪ରେ ନାସା ଦ୍ୱାରା ସ୍ପେସ୍‌ ସଟଲ୍‌ ଚ୍ୟାଲେଞ୍ଜରେ ଜରିଆରେ ଉତକ୍ଷେପଣ ହୋଇଥିଲା । ଯଦିଓ ଏହାର ଲାଇଫ୍‌ ଦୁଇ ବର୍ଷ ଥିଲା ଉପଗ୍ରହଟି ୨୦୦୫ ନିରନ୍ତର କାର୍ଯ୍ୟ କରିଚାଲିଥିଲା। ୫ ହଜାର ୪ଶହ ପାଉଣ୍ଡ ଯାହା ୨ ହଜାର ୪୫୦ କେଜି ଓଜନ ବିଶିଷ୍ଟ ଉପଗ୍ରହ ଖସିବା ବେଳକୁ ଏହାର ଅଧିକାଂଶ ଅଂଶ ଜଳିଯିବ ଓ କ୍ଷୁଦ୍ର ଧ୍ୱଂସାବଶେଷ ହିଁ ରହିପାରେ । ତେଣୁ ପୃଥିବୀ ପୃଷ୍ଠରେ କୌଣସି କ୍ଷତିର ସମ୍ଭାବନା ବହୁତ କମ୍‌ ବୋଲି ନାସା କହିଛି ।

ୟୁଏସ ପ୍ରତିରକ୍ଷା ବିଭାଗ ଉପଗ୍ରହଟି ରବିବାର ରାତିରେ ଖସିବ ବୋଲି କହୁଥିବାବେଲେ କାଲିଫର୍ନିଆ ସ୍ଥିତ ଏରୋସ୍ପେସ୍‌ କର୍ପୋରେଟ୍‌ର ତଥ୍ୟ କହୁଛି ଖସିବା ବେଳକୁ ସୋମବାର ସକାଳ ହୋଇଯିବ । ଏହାର ଦିଗ ଆଫ୍ରିକା, ଏସିଆ ମଧ୍ୟ ପୂର୍ବ ଏବଂ ଉତ୍ତର ଏବଂ ଦକ୍ଷିଣ ଆମେରିକାର ପଶ୍ଚିମ ହୋଇ ଖସିବ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.