Entertainment

ପ୍ରଥମ ଦିନରେ ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ଭାଙ୍ଗିଲା ରେର୍କଡ

ପ୍ରଥମ ଦିନରେ ୫୬ କୋଟି

ସାଉଥ୍ ସୁପର ଷ୍ଟାର ମହେଶ ବାବୁଙ୍କ ଫିଲ୍ମ ‘ଭାରତ ଇନେ ନିନୁ’ ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ପ୍ରାୟ ରେକର୍ଡ ଭାଙ୍ଗି ଦେଇଛି । ପ୍ରଥମ ଦିନରେ ପାଖା ପାଖି ୫୬ କୋଟି ବ୍ୟବସାୟ କରିଛି । ଏହି ଫିଲ୍ମ ପାଇଁ ୭୫ କୋଟି ଖର୍ଚ୍ଚ ହୋଇଥିଲା । ଏହାକୁ ବକ୍ସ ଅଫିସରେ ଚମତ୍କାର ସଫଳତା ମିଳିଛି ।

ଫିଲ୍ମର କାହାଣୀଟି ଜଣେ ଯୁବ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଧାରିତ । ପିତାଙ୍କ ମୃତୁ ପରେ କିପରି ପୁଅ କ୍ଷମତାସିନ ହୋଇ ରାଜ୍ୟର ଡାଇତ୍ଵ ବହନ କରୁଛି । ମହେଶ ବାବୁ ସବୁବେଳେ ତାଙ୍କ ସଫଳତାର ଶ୍ରେୟ ନିଜ ପତ୍ନୀ ନମ୍ରତା ଶିରୋଦକରଙ୍କୁ ଦେଇଥାନ୍ତି । ଯିଏ କି ସବୁବେଳେ ତାଙ୍କ ସାଥ ଦେଇଥାନ୍ତ । ମହେଶ ବାବୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ବହୁତ ବ୍ୟକ୍ତିଗତ ହିଁ ରଖିଥାନ୍ତି । ମହେଶ ବାବୁ ତାଙ୍କ ଇନଷ୍ଟାଗ୍ରାମରେ ଏକ ଫୋଟ ସେୟାର କରିଛନ୍ତି । ଯାହାକୁ ଦେଖିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ ।

ଏପରି ଲାଗୁଛି ସିନେମାଟି ପ୍ରଥମ ଦିନ ଜବରଦସ୍ତ ବ୍ୟବସାୟରେ ମହେଶ ବାବୁ ଖୁସୀ ହୋଇ ତାଙ୍କ ଖୁସୀକୁ ଯାହିର କରିବାରେ ଟିକେ ବି ପଛୁଆ ନାହାନ୍ତି । ମହେଶ ବାବୁ ପତ୍ନୀ ନମ୍ରତାଙ୍କ କିସ କରୁଥିବାର ଏକ ଫୋଟ ପୋଷ୍ଟ କରିଛନ୍ତି । ସେ ଏଡି ଫୋଟ ତଳେ ଲେଖିଛନ୍ତି ‘ଥ୍ୟାଙ୍କ ୟୁ ମାଇଁ ଲଭ’ ଏହି ପୋଷ୍ଟ ର ରିପ୍ଲାଏରେ ନମ୍ରତା ଲେଖିଛନ୍ତି ‘ଲଭ ୟୁ ମାଇଁ ଳଭ’ ।

ଏଥିରେ ମୁଖ୍ୟ ଅଭିନେତ୍ରୀ ଭୂମିକରେ ଅଭିନୟ କରିଥିଲେ କିୟାରା ଆଡଭାନୀ । ଫିଲ୍ମଟି ଦେଶର ୨୦୦୦ ସ୍କ୍ରିନରେ ରିଲିଜ ହୋଇଥିବା ବେଳେ ଆଡଭାନ୍ସ ବୁକିଙ୍ଗ ମଧ୍ୟ ଜବରଦସ୍ତ ରହିଛି ।

ପଢନ୍ତୁ ;

ଆସନ୍ତୁ ଜାଣିବା କ୍ଷୀର ସହ କେଉଁ ଜିନିଷ ଖାଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ!

Related posts

ଲଭ ପ୍ରୋମିଜର ଅଡିଓ ରିଲିଜ !

ENO Beuro

କୃଷ୍ଣସାର ମୃଗ ଶିକାର ମାମଲା : ଜୁଲାଇ ୧୭କୁ ଘୁଞ୍ଚିଲା ଜାମିନ୍‍ ଶୁଣାଣି

ENO Beuro

ଏହି ତିନୋଟି ସିନେମାରେ ନାୟକ ଭୂମିକାରେ ନଜର ଆସିଥିଲେ ହାସ୍ୟାଭିନେତା ପପୁ ପମ୍‌ପମ୍‌

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More