ଲୋକସଭାରେ କଂଗ୍ରେସର ଅଭିଯୋଗ ଉପରେ ଆକ୍ରମଣାତ୍ମକ ଶୈଳୀରେ ଜବାବ ଦେଲେ : ମୋଦୀ

ଲୋକସଭାରେ ଆଜି କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସେ କହିଛନ୍ତି, କଂଗ୍ରେସ ଜହରର ମୂଲ୍ୟ ଦେଉଛି ଦେଶ । ଆଜି ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ସମୟରେ ମୋଦି କହିଛନ୍ତି ରାଷ୍ଟ୍ରପତିଙ୍କ ଭାଷଣ କୌଣସି ଦଳର ନୁହେଁ । ଦେଶକୁ କଂଗ୍ରେସ ବିଭାଜନ କଲା ଓ ଯେଉଁ ବିଷ ବୁଣିଲା ତାର ମୂଲ୍ୟ ଦେଉଛି ଦେଶ । ପିଏମ ମୋଦୀ ନିଜର ଭାଷଣରେ ଆନ୍ଧ୍ର ପ୍ରଦେଶ ଏବଂ କର୍ଣ୍ଣାଟକ ରାଜ୍ୟ ବିଷୟରେ ମଧ୍ୟ ନିଜର ଆଭିମୁଖ୍ୟ ରଖିଥିଲେ। କେତେବେଳେ ସାୟରୀ ତ କେତେବେଳେ କଟାକ୍ଷ କରି ମୋଦୀ କଂଗ୍ରେସର ପ୍ରତ୍ୟେକ ଅଭିଯୋଗର ସଠିକ୍ ଜବାବ ଦେଇଥିଲେ।

ମୋଦୀ ,କଂଗ୍ରେସ ଏବ ବିରୋଧୀ ଦଳଙ୍କ ପ୍ରବଳ ପାଟିତୁଣ୍ଡ ମଧ୍ୟରେ ବହୁତ ଉତ୍ସାହବର୍ଦ୍ଧକ ଏବଂ ଆକ୍ରମଣାତ୍ମକ ଶୈଳୀରେ କଂଗ୍ରେସ ଉପରେ ବିଭାଜନର ଅଭିଯୋଗ ଲଗାଇଥିଲେ। ସେ କହିଥିଲେ ଯେ ଆପଣଙ୍କର ଚରିତ୍ର ହେଉଛି ବିଭାଜନ କରିବା। ଭାରତ ବିଭାଜନ ଆପଣ(କଂଗ୍ରେସ) କରିଛନ୍ତି। ଦେଶକୁ ଖଣ୍ଡ କଲେ ଏବଂ ବିଷ ମୁଞ୍ଜି ମଧ୍ୟ ପୋତିଲେ। ତେଣୁ ଆଜି ସ୍ଵାଧୀନତାର ୭୦ ବର୍ଷ ପରେ ମଧ୍ୟ ଆପଣଙ୍କର ସେହି ପାପର ସଜା କୋଟି କୋଟି ହିନ୍ଦୁସ୍ତାନୀଙ୍କୁ ଭୋଗିବାକୁ ପଡୁଛି। ଯଦି ଜବାହରଲାଲ ନେହେରୁଙ୍କ ଜାଗାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ଆଜି ଦେଶରେ କାଶ୍ମୀର ସମସ୍ୟା ନଥାନ୍ତା।ଆନ୍ଧ୍ର ପ୍ରଦେଶର ଅପମାନର ପ୍ରସଙ୍ଗ ଉଠାଇଲେ ଏବଂ ଟିଡିପିକୁ ମନାଇଲେ।

ଅଧାରକୁ ନେଇ ମଧ୍ୟ କଂଗ୍ରେସ ଉପରେ ବର୍ଷିଛନ୍ତି ମୋଦି। ମୋଦି କହିଛନ୍ତି, କଂଗ୍ରେସ ଯେତେବେଳେ ଆଧାର ଆଣିଥିଲା, ତାକୁ ନେଇ ଅନେକ ଦ୍ୱଦ୍ୱରେ ଥିଲେ । ଏବେ ଅଧାରକୁ ବୈଜ୍ଞାନିକ ଉପାୟରେ ବ୍ୟବହାର କରାଗଲା । ଏବେ ପର୍ଯ୍ୟନ୍ତ ବିଧବା , ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ମିଳୁଥିବା ପେନସନ ରାଶି ଲୋକଙ୍କ ପାଖରେ ପହଞ୍ଚିପାରୁ ନଥିଲା। ସବୁ ଟଙ୍କା ବାଟମାରଣା ହେଉଥିଲା । କିନ୍ତୁ ଏବେ ବୈଜ୍ଞାନିକ ଉପାୟରେ ଅଧାରର ସଠିକ ବ୍ୟବହାର ଯୋଗୁଁ ସସମସ୍ତଙ୍କୁ ଠିକ ସମୟରେ ପେନସନ୍ ମିଳିପାରୁଛି।

ପଢନ୍ତୁ;

ଭଗବାନ କୃଷ୍ଣଙ୍କ ଜୀବନରୁ ଆପଣାନ୍ତୁ ଏହି ପାଞ୍ଚଟି ଗୁଣ , ପାଇପାରିବେ ଜୀବନରେ ଅନେକ ସଫଳତା

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More