Loading...

ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ଭୋଟ୍ ସରିଲା ଏବେ କାଉଣ୍ଟିଂ ପାଇଁ କାଉଣ୍ଟଡାଉନ୍ ଆରମ୍ଭ

ପ୍ରଥମ ଥର ଲାଗି ବ୍ଲକ୍ ସ୍ତରରେ କାଉଣ୍ଟିଂ ହେଉଥିବାରୁ ଏଥିପାଇଁ ଆଜି ବିଭିନ୍ନ ସ୍ଥାନରେ କାଉଣ୍ଟିଂ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ସଠିକ ଭାବେ ଭୋଟ୍ ବାକ୍ସ ଖୋଲିବାଠୁ ଆରମ୍ଭ କରି ଗଣତି ସମୟରେ ଦଳୀୟ ଏଜେଣ୍ଟମାନଙ୍କୁ ସଠିକ୍ ହିସାବ ଦିଆଯିବା ଉପରେ ଆଲୋଚନା ହୋଇଛି ।

ହିଂସା, ବିଶୃଙ୍ଖଳା, ବୁଥ୍ ରିଗିଂ ଭଳି ମାଳମାଳ ଘଟଣା ଭିତରେ ଶେଷ ହୋଇଛି ପଞ୍ଚାୟତ ଭୋଟ୍ । ଆଜି ଅନ୍ତିମ ପର୍ଯ୍ୟାୟରେ ୧୩୧ଟି ଜିଲ୍ଲା ପରିଷଦ ଜୋନ୍ ଓ ଏହା ଅନ୍ତର୍ଗତ ୯୭୫ ପଞ୍ଚାୟତରେ ଭୋଟ୍ ପଡ଼ିଛି । ମାଲାକାନଗିରି ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତରେ ଦୀର୍ଘ ୧୦ ବର୍ଷ ପରେ ଭୋଟ୍ ହୋଇଥିବା ବେଳେ ବହୁ ଚର୍ଚ୍ଚିତ ଢିଙ୍କିଆରେ ମଧ୍ୟ ମତଦାନ ଶେଷ ହୋଇଛି । ପଞ୍ଚମ ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି । ସେହିପରି ପ୍ରଥମ ୪ଟି ପର୍ଯ୍ୟାୟରେ ୭୮ ପ୍ରତିଶତ ମତଦାନ ହୋଇଛି । ସେପଟେ ଦିନକ ପରେ ଆରମ୍ଭ ହେଉଥିବା କାଉଣ୍ଟିଂ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ 

ପ୍ରଥମ ଥର ଲାଗି ବ୍ଲକ୍ ସ୍ତରରେ କାଉଣ୍ଟିଂ ହେଉଥିବାରୁ ଏଥିପାଇଁ ଆଜି ବିଭିନ୍ନ ସ୍ଥାନରେ କାଉଣ୍ଟିଂ ଟିମ୍‌କୁ ପ୍ରଶିକ୍ଷଣ ଦିଆଯାଇଛି । ସଠିକ ଭାବେ ଭୋଟ୍ ବାକ୍ସ ଖୋଲିବାଠୁ ଆରମ୍ଭ କରି ଗଣତି ସମୟରେ ଦଳୀୟ ଏଜେଣ୍ଟମାନଙ୍କୁ ସଠିକ୍ ହିସାବ ଦିଆଯିବା ଉପରେ ଆଲୋଚନା ହୋଇଛି । ୱେବସାଇଟ୍ ମାଧ୍ୟମରେ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ରେଜଲ୍ଟ୍ ଆସିବା ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ଲକରେ ଥିବା ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି ।

ଗୋଟିଏ ଦିନରେ ବ୍ଲକରେ ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ଲାଗି ଗଣତି ହେବ । ତେଣୁ ବ୍ଲକ ଅଫିସ୍ ଆଗରେ ପ୍ରବଳ ଭିଡ଼ ହେବାର ଆଶଙ୍କା କରାଯାଉଛି । ତେଣୁ ପ୍ରତି ଗଣତି କେନ୍ଦ୍ରରେ ବ୍ୟାପକ ପୋଲିସ୍ ବନ୍ଦୋବସ୍ତ ପାଇଁ ନିର୍ଦ୍ଦେଶ ଦିଆଯଆଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.